କଟକ ଦରଖାପଟଣା ଦୁର୍ଗା ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି…

Temple_1706509680

କଟକ: ଠାକୁରଙ୍କୁ ବି ଛାଡିଲେନି ଦୁର୍ବୁତ୍ତ ମନ୍ଦିରରେ ପଶି ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ । ଏଭଳି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି କଟକ ଦରଖାପଟଣାରେ । ଗତକାଲି ବିଳମ୍ୱିତ ରାତିରେ ଦୁର୍ଗା ମନ୍ଦିରରୁ ମାଆଙ୍କର ବହୁ ମୁଲ୍ୟବାନ ସୁନା ରୁପା ଅଳଙ୍କାର ଚୋରି କରିନେଇଛନ୍ତି ଦୁର୍ବୃତ୍ତ । ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ଖବର ମୁତାବକ, ଆଜି ସକାଳୁ ଯେତବେଳେ ମନ୍ଦିରର ପୂଜକ ଦ୍ବାର ଫିଟାଇ ଦେଖନ୍ତି ତ ମାଆଙ୍କ ମା’ଙ୍କ ଚାନ୍ଦି ମୁକୁଟ ସହ ସୁନା ଅଳଙ୍କାର, ମଙ୍ଗଳସୂତ୍ର, ସୁନା ଆଖି, ସୁନା ମୁକୁଟ ସହ ହୁଣ୍ଡି ଦାନବାକ୍ସରେ ଥିବା ଟଙ୍କା ଚୋରି ହୋଇଥିବା ପୂଜକ ଦେଖିଥିଲେ । ଏନେଇ ସେ ତୁରନ୍ତ ପୋଲିସକୁ ମଧୁପାଟଣା ଥାନାରେ ଅଭିଯୋଗ କରିଥିଲେ ।

ଖବରପାଇ ପୋଲିସ ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିବା ସହ ଯାଞ୍ଚ ଆରମ୍ଭ କରିଛି । ଅନ୍ୟପଟେ ମା’ଙ୍କ ଅଳଙ୍କାର ଲୁଟ୍ ହେବା ଖବରପ୍ରକାଶ ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି ।

nis-ad
Leave A Reply

Your email address will not be published.