ଢେଙ୍କାନାଳ ସାହିତ୍ୟସଭାରେ ସମ୍ମାନୀତ କନ୍ଧମାଳର କବି…

ଫୁଲବାଣୀ : ଢେଙ୍କାନାଳ ସହରର ନିକଟବର୍ତ୍ତୀ ବିରାଡ଼ିଆ ଗ୍ରାମରେ ପଣ୍ଡିତ ମନୋରଞ୍ଜନ ସ୍ମୃତି ସଂସଦ ତରଫରୁ ରାଜ୍ୟସ୍ଥରୀୟ ସାହିତ୍ୟ ସମାବେଶ ଅନୁଷ୍ଠିତ ହୋଇଯାଇଛି | ବିଭାବନା ପତ୍ରିକାର ସମ୍ପାଦକ ଓ ସଂଗଠକ. ମନୋରଞ୍ଜନ ନନ୍ଦଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସରରେ “ସ୍ମୃତିରେ ସ୍ମୃତିରେ ମନୋରଞ୍ଜନ ” କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା | ରାଜ୍ୟ ସ୍ତରୀୟ ଏହି ସ୍ମୃତିସଭା, ପୁସ୍ତକ ଉନ୍ମୋଚନ ଓ ସମର୍ଦ୍ଧନା ପର୍ବରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ କବି, ଲେଖକ, ଗାଳ୍ପିକ ଓ ସଂଗଠକ ମାନେ ଯୋଗଦେଇଥିଲେ | ଏହି ଅବସରରେ ଅତିଥିମାନେ ଫୁଲବାଣୀ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓ ସମ୍ବାଦ ସାହିତ୍ୟ ଘରର ସମ୍ପାଦକ, ତଥା କନ୍ଧମାଳର କବି ଓ ସଂଗଠକ କୈଳାଶ ଚନ୍ଦ୍ର ଧଳଙ୍କୁ ରାଜ୍ୟସ୍ତରୀୟ ଶ୍ରେଷ୍ଠ ସଂଗଠକ, ଜିଲ୍ଲା ଲେଖକ ସାମ୍ମୁଖ୍ୟର ସମ୍ପାଦକ ବନବିହାରୀ ନନ୍ଦଙ୍କୁ ରାଜ୍ୟସ୍ତରୀୟ କବି, ଜିଲ୍ଲା ଲେଖକ ସାମ୍ମୁଖ୍ୟ ର ସଂଗଠନ ସମ୍ପାଦକ ପ୍ରସନ୍ନ ପଣ୍ଡାଙ୍କୁ ମନୋରଞ୍ଜନ ସ୍ମୃତି ସମ୍ମାନ ପ୍ରଦାନ କରିଥିଲେ l ପଣ୍ଡିତ ପ୍ରବୋଧ ମିଶ୍ର, ଚଳଚ୍ଚିତ୍ର ଅଭିନେତା ଚୌଧୁରୀ ଜୟନାରାୟଣ ମିଶ୍ର,ଫୁଲବାଣୀ ଜିଲ୍ଲା ଲେଖକ ସାମ୍ମୁଖ୍ୟ ସଭାପତି ଓ ସୁସାହିତ୍ୟିକ ରବୀନ୍ଦ୍ର ନାଥ ମିଶ୍ର, ସାହିତ୍ୟିକ ବହାଦୁର ପାଟଶାଣୀ, ସାହିତ୍ୟିକା ସୁଚେତା ରାଉତ, ରାଜୀବ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ଆତ୍ମାପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କର ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ l ସ୍ବର୍ଗତ ପିଟାଙ୍କ ସୁପୁତ୍ର ମାନସ କୁମାର ନନ୍ଦ, ପୁତ୍ର ବଧୂ ମନୀଷା ନନ୍ଦ, ଝିଅ ପ୍ରିୟଦର୍ଶିନୀ ନନ୍ଦ କାର୍ଯ୍ୟକ୍ରମର ସମସ୍ତ ଦାୟିତ୍ୱ ନେଇ ଥିଲେ l ଫୁଲବାଣୀରୁ ଏହି ସାହିତ୍ୟିକ ମାନେ ଯୋଗଦେଇ ପ୍ରଶଂସା ଭାଜନ ହୋଇଥିଲେ l ଜିଲ୍ଲା ଲେଖକ ସାମୁଖ୍ୟ, ସମ୍ବାଦ ସାହିତ୍ୟ ଘର, ଅଖିଳ ଭାରତୀୟ ପରିଷଦର ସଦସ୍ୟ ଓ ବିଭିନ୍ନ ଅନୁଷ୍ଠାନ ତରଫରୁ ସମର୍ଦ୍ଧିତ ପ୍ରତିଭା ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ l

nis-ad
Leave A Reply

Your email address will not be published.