ସରସ୍ୱତୀଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀରେ କନ୍ୟା ଶିବିର ଅନୁଷ୍ଠିତ…


ଫୁଲବାଣୀ:ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ “କନ୍ୟା ଭାରତୀ” ତରଫରୁ କନ୍ୟା ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ ବିଦ୍ୟାଳୟର ପ୍ରାକ୍ତନ ଆଚାର୍ଯ୍ୟା ତଥା ଅଧୁନା ଆଞ୍ଚଳିକ ମହାବିଦ୍ୟାଳୟ, ଫିରିଙ୍ଗିଆର ଅଧ୍ୟାପିକା ଶ୍ରୀମତୀ ହରପ୍ରିୟା ମିଶ୍ର ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଆଗେଇ ନେବା ସହ ବିଦ୍ୟାଳୟର ଛାତ୍ରୀମାନଙ୍କୁ ନିଜର ଆତ୍ମରକ୍ଷା ସମ୍ବନ୍ଧରେ ସଚେତନ କରାଇଥିଲେ।ସେହିପରି ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ କର୍ମୀ ଲଷ୍ମୀ ପ୍ରିୟା ଦାସ କନ୍ୟା ଭ୍ରୁଣ ହତ୍ୟା ଓ ତାର କୁପ୍ରଭାଵ ବିଷୟରେ ଆଲୋକପାତ କରିଥିଲେ।ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢ଼ୀ ଉପସ୍ଥିତ ଅତିଥି ବୃନ୍ଦଙ୍କ ପରିଚୟ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଗଣଙ୍କ ମଧ୍ୟରେ ଫୁଲବାଣୀ ବିଭାଗ ନିରୀକ୍ଷକ ପଦ୍ମନାଭ ସାମଲ, ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ବ୍ରଜବନ୍ଧୁ ମଲ୍ଲିକ, ସମ୍ପାଦକ ଟି. ଶିବଶଙ୍କର ପାତ୍ର, କୋଷାଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ନାୟକଙ୍କ ସମେତ

ବିଦ୍ୟାଳୟର ମାତୃଭାରତୀ ବିଭାଗର ସଦସ୍ୟାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମର ମାନ ବୃଦ୍ଧି କରିଥିଲେ।କନ୍ୟା ଶିବିର ର ମୁଖ୍ୟ ଆକର୍ଷଣ ଥିଲା ପାରମ୍ପରିକ ଝୋଟି ଆଙ୍କିବା, ଅଳତା ଲଗାଇବା, ଶାଢ଼ୀ ପିନ୍ଧିବା,ମେହେନ୍ଦୀ ଲଗାଇବା,ବ୍ୟବସାୟିକ ଏବଂ ପାରମ୍ପରିକ ଖାଦ୍ୟ ପ୍ରଦର୍ଶନ ଆଦି ପ୍ରତିଯୋଗିତା।ଏଥି ସହିତ ତୁଳସୀ ପୂଜନ, ପିତୃ-ମାତୃ ପୂଜନର ଝଲକ ,ମହିୟସୀ ମହିଳାଙ୍କ ଫୋଟୋ ଚିତ୍ର ପ୍ରଦର୍ଶନ ଆଦି ଆୟୋଜନ କରାଯାଇଥିଲା। ବିଦ୍ୟାଳୟର ଆଚାର୍ଯ୍ୟ ଦୁର୍ଯ୍ୟୋଧନ ସିଂ ଓ ଛାତ୍ରୀମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା।ସମାରୋପ କାର୍ଯ୍ୟକ୍ରମରେ ବିଭାଗ ନିରୀକ୍ଷକ ପଦ୍ମନାଭ ସାମଲ କନ୍ୟା ଶିବିରର ଉଦ୍ଦେଶ୍ୟ ତଥା ମହତ୍ତ୍ୱ ସମ୍ବନ୍ଧରେ ଅବଗତ କରାଇଥିଲେ।ସହ- ପ୍ରଧାନାର୍ଯ୍ୟା ବୈଜୟନ୍ତୀ ସାମନ୍ତରାୟ ଏବଂ ବରିଷ୍ଠ ଆଚାର୍ଯ୍ୟା ମାଳବିକା ପାଣ୍ଡେ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଆଚାର୍ଯ୍ୟା ରାଜେଶ୍ୱରୀ ଭଉଣୀଙ୍କଦ୍ୱାରା ବନ୍ଦନା କାର୍ଯ୍ୟକ୍ରମ ପରିଚାଳିତ ହୋଇଥିବା ବେଳେ ସମସ୍ତ ଆଚାର୍ଯ୍ୟା ଓ ସେବକ ସେବୀକା ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇପାଇଥିଲା।

nis-ad
Leave A Reply

Your email address will not be published.