ଦଳିତ ଯୁବତୀଙ୍କୁ ବିବାହ କରିଥିଲେ ବୋଲି …. ଛୁଇଁଲେନି ଆତ୍ମୀୟ ସ୍ୱଜନ

ଦେବଗଡ଼ : ସବର୍ଣ୍ଣ ଘରେ ଜନ୍ମ ହୋଇଥିଲେ । ମାତ୍ର ଦଳିତ ଯୁବତୀଙ୍କୁ ବିବାହ କରିଥିଲେ । ଏହି କାରଣରୁ ମୃତ୍ୟୁ ପରେ ଛୁଇଁଲେ ନି ଆତ୍ମୀୟ ସ୍ୱଜନ, ଛୁଇଁଲେ ନି ସମାଜ ଲୋକେ । ଅନ୍ତିମ ସଂସ୍କାର କଲେ ବିଜେଡି ନେତା । ୭୫ ତମ ସାଧାରଣ ତନ୍ତ୍ର ଦିବସରେ ଘଟିଥିବା ଏଭଳି ଏକ ଘଟଣା ସମସ୍ତଙ୍କୁ ଚକିତ କରଛି । ଏଥିସହ ଏଘଟଣା ଏକବିଂଶ ଶତାବ୍ଦୀରେ ସଭ୍ୟ ସାମଜର ମାନବିକତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଭଳି ଏକ ଲଜ୍ୟାଜନକ ଘଟଣା ଘଟିଛି ଦେବଗଡ ଜିଲା ବାରକୋଟ ଥାନା ଅନ୍ତର୍ଗତ କାଉଁସିବାହାଳ ଗ୍ରାମ ପଂଚାୟତର ନୂଆଁ ଗୌଡସୁଗୁଡା ଗ୍ରାମରେ । ସୂଚନା ଅନୁଯାୟୀ କିଛିବର୍ଷ ପୂର୍ବେ ଗୌଡସୁଗୁଡା ଗ୍ରାମର ସମ୍ପତି ମହାକୁଳ(୩୫) ଉକ୍ତ ଗ୍ରାମର ଜଣେ ଅସବର୍ଣ୍ଣ(ଦଳିତ) ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ । ଦୁରାରୋଗ୍ୟ ବ୍ୟାଧି ଯୋଗୁଁ ସେ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ବଂଚିବାର ଅଶା କ୍ଷୀଣ ହୋଇପଡିବାରୁ ପରିବାର ଲୋକେ ୨ ଦିନ ପୂର୍ବେ ଶଙ୍କଟାପନ୍ନ ଅବସ୍ତାରେ ତାଙ୍କୁ ଘରକୁ ଫେରାଇ ଆଣିଥିଲେ । ଗତକାଲି(ଶୁକ୍ରବାର)ପ୍ରତ୍ୟୁଷରେ ନିଜ ଘରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଥିଲା ଓ ଅନ୍ତିମ ସଂସ୍କାର ନିମନ୍ତେ ତାଙ୍କ ସ୍ତ୍ରୀ ଜ୍ଞାତି ପରିଜନ ଓ ଜାତିସମାଜ ଲୋକଙ୍କୁ ଗୁହାରୀ କରିଥିଲେ ହେଁ କେହି ଶୁଣିନଥିଲେ । ଦଳିତ ଯୁବତୀଙ୍କୁ ବିବାହ କରିଥିବାରୁ ତାଙ୍କୁ ନିଜର ଜାତି (ଗୌଡ)ସମାଜର ଲୋକେ ତାଙ୍କୁ ଛୂଇବାକୁ ରୋକଠୋକ ମନା କରିଥିବା ବେଳେ ତାଙ୍କ (ସମ୍ପତିଙ୍କ)ଶ୍ୱଶୁର ଘର କିମ୍ବା ଜ୍ଞାତି ପରିଜନ ମାନେ ମଧ୍ୟ ତାଙ୍କର ଅନ୍ତିମ ସଂସ୍କାର ପାଇଁ ପଛଘୁଂଚା ଦେଇଥିଲେ । କେହି ନଛୁଇଁବା କାରଣରୁ ସମ୍ପତିଙ୍କ ମୃତଦେହ ଦୀର୍ଘ ସମୟ ପର୍ଯ୍ୟନ୍ତ ଘର ମଧ୍ୟରେ ପଡିରହିଥିବା ବେଳେ ତାଙ୍କ ସ୍ତ୍ରୀ ସମ୍ପୁର୍ଣ୍ଣ ଅସହାୟ ହୋଇ ପଡିବା ସହ ନିରାଶାରେ ଭାଙ୍ଗି ପଡିଥିଲେ । ସୂଚନା ପାଇ ବିଜେଡି ରାଜ୍ୟ ସମ୍ପାଦକ ରୋମାଂଚ ରଞ୍ଜନ ବିଶ୍ୱାଳ ଓ ବାରକୋଟ ବ୍ଲକ ବିଜେଡି ସଭାପତି ହୀରାଲାଲ ସାହୁ ଅପରାହ୍ନ ପ୍ରାୟ ୩ଟା ସମୟରେ ସମ୍ପତିଙ୍କ ଘରେ ପହଂଚି ଘର ମଧ୍ୟରୁ ମୃୃତଦେହ ବାହାରକୁ ବାହାର କରିବାସହ ଶ୍ରୀ ସାହୁଙ୍କ ନିଜସ୍ୱ ଭ୍ୟାନ ଯୋଗେ ସମ୍ପତିଙ୍କ ମୃତଦେହକୁ ମଶାଣିକୁ ନେଇଥିଲେ । ଏହାପରେ ସେଠାରେ ମ୍ୟାସିନ ସହାୟତାରେ ଗାତ ଖୋଳି ସମ୍ପତିଙ୍କ ମୃତଦେହକୁ ପୋତି ଦେଇଥିଲେ । ଏହି କାର୍ଯ୍ୟରେ ସେମାନଙ ୍‌କୁ କେତେକ ସହଯୋଗୀ ମଧ୍ୟ ସହାୟତା କରୁଥିବା ଦେଖିବାକୁ ମିଳିଥିଲା । ବିଜେଡି ନେତାଙ୍କର ଏଭଳି ମନୋଭାବକୁ ସାଧାରଣରେ ପ୍ରଶଂସା କରାଯାଇଛି । ମାତ୍ର ସାଧାରଣ ତନ୍ତ୍ର ଦିବସ ଭଳି ଏକ ପବିତ୍ର ଦିବସରରେ ଜାତି ପ୍ରଥାକୁ କେନ୍ଦ୍ରକରି ଘଟିଥିବା ଏଭଳି ଘଟଣା ସଭ୍ୟ ସମାଜକୁ ଚକିତ କରିଛି ।

nis-ad
Leave A Reply

Your email address will not be published.