ଅବ୍ୟବସ୍ଥା ମଧ୍ୟରେ ରିଆମାଳ ବ୍ଲକସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ରିଆମାଳ, ୨୭|୧ : ଦେବଗଡ ଜିଲ୍ଲା ରିଆମାଳ ହାଇସ୍କୁଲ ପଡିଆରେ ବ୍ଲକସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ରିଆମାଳ ବ୍ଲକ ଅଧ୍ୟକ୍ଷ ମଧୁସୂଦନ ପ୍ରଧାନ ଯୋଗ ଦେଇଥିଲେ । ରିଆମାଳ ବିଡିଓ ଉଗ୍ରସେନ ଓରାମ ସଭାପତିତ୍ୱ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ରିଆମାଳ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ସଂଧ୍ୟାରାଣୀ ପାତ୍ର ଏବଂ ରିଆମାଳ ସରପଂଚ ବୀଣାପାଣୀ ନାୟକ ଯୋଗ ଦେଇଥିଲେ । କିନ୍ତୁ ବିଡମ୍ବନାର ବିଷୟ କାର୍ଯ୍ୟକ୍ରମ ପାଇଁ ପଡିଆରେ କୌଣସି ବ୍ୟବସ୍ଥା କରାଯାଇନଥିଲା । ଛାତ୍ରୀମାନଙ୍କୁ ମଂଚକୁ ଚେୟାର ବୁହାଉଥିବା ବେଳେ କୌଣସି ସାଉଣ୍ଡର ବ୍ୟବସ୍ଥା ନଥିଲା । ଦୀର୍ଘ ୬୪ବର୍ଷ ହେବ ରିଆମାଳ ବ୍ଲକସ୍ତରୀୟ ଜାତୀୟ ପତାକା ଉତୋଳନକୁ । ସ୍ୱାଧିନତା ଦିବସ କିମ୍ବା ସାଧାରଣତନ୍ତ୍ର ଦିବସ ପାଳନ ପୂର୍ବରୁ ରିଆମାଳ ଅଂଚଳର ସମସ୍ତ ଶିକ୍ଷାନୁଷ୍ଠାନ, ଆଥଲେଟିକ୍ କ୍ଲବ, ବିଭିନ୍ନ କମିଟୀ ତଥା ବୁଦ୍ଧିଜୀବିମାନଙ୍କୁ ନେଇ ବ୍ଲକ ପ୍ରଶାସନ ପ୍ରସ୍ତୁତି ବୈଠକ ହୋଇଥାଏ । ପ୍ରତ୍ୟେକ ବିଦ୍ୟାଳୟରେ ବିଭିନ୍ନ ପ୍ରତିଯୋଗିତା କରି ଛାତ୍ରୀଛାତ୍ରମାନଙ୍କୁ ଉତ୍ସାହିତ କରିବା ପାଇଁ ପୁରସ୍କାର ବିତରଣ କରାଯାଇଥାଏ । ଗତ ଅଗଷ୍ଟ ୧୫ , ୨୦୨୩ ମସିହାରେ ଗଣତନ୍ତ୍ର ଦିବସ ପାଳନ ନ ହେବାରୁ ଏକ ପ୍ରକାର ଜନ ଅସନ୍ତୋଷ ଦେଖିବାକୁ ମିଳିଥିଲା । କିନ୍ତୁ ଚଳିତ ବର୍ଷ ସେମିତି କିଛି ହୋଇ ନଥିଲା । ଓଲଟା ରିଆମାଳ ବିଡିଓ ମହୋଦୟ ଏଥି ପାଇଁ କୌଣସି ପାଣ୍ଠିର ବ୍ୟବସ୍ଥା ନାହିଁ କହି କାର୍ଯ୍ୟକ୍ରମ ହେବା ପାଇଁ ମନା କରିଦେଇଥିଲେ । ବ୍ଲକ ଅଧ୍ୟକ୍ଷଙ୍କ ଆଗ୍ରହରେ ବାଧ୍ୟ ହୋଇ ଗୋଟିଏ ଦିନ ପୂର୍ବରୁ ବିଦ୍ୟାଳୟକୁ ଜଣାଇଥିଲେ । ଏହି ପ୍ୟାରେଡରେ ରିଆମାଳ ଉଚ୍ଚ ବିଦ୍ୟାଳୟ, ରିଆମଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରିଆମାଳ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର, ବଡବାହାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ସେନ୍ଟ ଜାଭିୟର ସ୍କୁଲର ଛାତ୍ରୀଛାତ୍ରମାନେ ରିଆମାଳ ସଦର ମହକୁମା ପରିକ୍ରମା କରିବା ପରେ ଯୋଗଦେଇଥିଲେ । ମୁଖ୍ୟ ଅତିଥି ପତାକା ଉତୋଳନ ପରେ ପଡିଆରେ ପ୍ୟାରେଡ କରାଯାଇଥିଲା । ପ୍ୟାରେଡ ଅନୁଯାୟୀ ସିନିୟର ଗ୍ରୁପ ଏବଂ ଜୁନିୟର ଗ୍ରୁପ ହିସାବରେ ପୁରସ୍କାର ବିତରଣ କରାଯାଇଥିଲା । କାର୍ଯ୍ୟକ୍ରମରେ ବୁଦ୍ଧିଜୀବି, ପ୍ରେସ ମିଡିଆ କିମ୍ବା ଅନ୍ୟ କୌଣସି ଅତିଥିଙ୍କୁ ଡକାଯାଇନଥିଲା । ପ୍ରଶାସନିକ ସ୍ତରରେ ଏପରି ଏକ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନରେ ଏଭଳି ଅବ୍ୟବସ୍ଥାକୁ ଜନସାଧାରଣ ପ୍ରଶାସନକୁ ନିନ୍ଦା କରୁଥିବା ଦେଖିବାକୁ ମିଳିଥିଲା । : ସେଥିପାଇଁ ରିଆମାଳ ଦୁର୍ଗାପୂଜା କମିଟୀର ସମସ୍ତ ସଭ୍ୟ ଦୁର୍ଗାପୂଜା ମଣ୍ଡପଠାରେ ନିଜର ପତାକା ଉତୋଳନ କରିସାରିବା ପରେ ବ୍ଲକକୁ ଯାଇ ବ୍ଲକ ଅଧ୍ୟକ୍ଷ ଏବଂ ବିଡିଓଙ୍କୁ କାର୍ଯ୍ୟକ୍ରମ ଉପରେ ଅଭିଯୋଗ କିରଥିଲେ । ଯେମିତି ଆଗାମୀ ସ୍ୱାଧିନତା ଦିବସ କିମ୍ବା ସାଧାରଣତନ୍ତ୍ର ଦିବସ ଭଲ ପାଳନ କରାଯିବ ଆଲୋଚନା ହୋଇଥିଲେ । ଶେଷରେ ବିଡିଓ ମହୋଦୟ ଆଗାମୀ ଦିନରେ ଏଭଳି ଭୁଲ ନ ହୋଇ ଭଲ ଭାବରେ କାର୍ଯ୍ୟକ୍ରମକୁ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଆଲୋଚନା ସମୟରେ ଦୁର୍ଗାପୂଜା କମିଟୀର ଯୋଗେଶ୍ୱର ବିଶ୍ୱାଳ, ରମାକାନ୍ତ ପ୍ରଧାନ, ହରିଶ୍ଚନ୍ଦ୍ର ବିଶ୍ୱାଳ, ଅମୁଲ୍ୟ ସାହୁ, ଟିକେଶ୍ୱର ନନ୍ଦ, ନିରଂଜନ ବେହେରା, ଶୁଶିଳ କୁମାର ସାହୁ ପ୍ରମୁଖ ଅନେକ ସଭ୍ୟ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.