ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ନୂଆଁ-ଓ ର ଉପଖଣ୍ଡସ୍ତରୀୟ ପ୍ରତିଯୋଗିତା

ଆସିକା : ଓଡ଼ିଶା ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ପ୍ରାୟୋଜିତ କାର୍ଯ୍ୟକ୍ରମ ନୂଆଁ-ଓ ର ଭଂଜନଗର ଉପଖଣ୍ଡ ମଧ୍ୟରେ ଥିବା ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ ତିନି ମହାବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ଗୁଡିକ ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଦୁଇ ଦିନ ଧରି ସଂପାଦିତ ହୋଇଯାଇଛି। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ବିଭିନ୍ନ ପ୍ରକାରର ଧୀଶକ୍ତି, ଲୁକ୍କାୟିତ ପ୍ରତିଭା, କଳା ସଂସ୍କୃତିର ନିପୁଣତା, ଓଡିଆ ଭାଷାର ମହତ୍ବ ଓ ଗାରିମାକୁ ପରିଚୟ ପ୍ରଦାନ କରିବା ତଥା ଅନ୍ବେଷଣ କରିବା ହିଁ ଏହାର ମୂଳଲକ୍ଷ ବୋଲି କଲେଜ ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀ ମତବ୍ୟକ୍ତ କରିଥିଲେ। ନୋଡାଲ ଅଫିସର ଡ. ଏସ୍. ବସନ୍ତ କୁମାର ଆ଼ଚାରୀ ଦୁଇ ଦିନର ସମସ୍ତ କାର୍ଯ୍ୟକୁ ସୂଚାରୁରୂପେ ସଂଯୋଜନା କରିଥିଲେ।

ଏହି ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମୀନଙ୍କୁ ପୁନଶ୍ଚ ଜିଲ୍ଲା ସ୍ତରକୁ ନେବା ଏବଂ ପରିଶେଷରେ ରାଜ୍ୟସ୍ତରକୁ ଚୟନ କରି ସମାଜରେ ଲବ୍ଧ ପ୍ରତିଷ୍ଠିତ କରିବା ହିଁ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ନୋଡାଲ ଅଫିସର ଡ. ଆଚାରୀ ମତବ୍ୟକ୍ତ କରିଥିଲେ। ନୃତ୍ୟ-ନାଟିକା (ଆଧୁନିକ, ଶାସ୍ତ୍ରୀୟ, ଲୋକ ନୃତ୍ୟ), ସଂଙ୍ଗୀତ, ହାସ୍ୟ ରସାତ୍ମକ ଅଭିନୟ, କବିତା ଲିଖନ, ଚିତ୍ରାଙ୍କନ, ଆଶୁ ଅଭିନୟ, ଜଗନ୍ନାଥ ସଂସ୍କୃତି ପ୍ରଦର୍ଶନୀ ଇତ୍ୟାଦି ବିଭିନ୍ନ ପ୍ରକାରର ପ୍ରତିଯୋଗିତା ହୋଇଥିଲା। ରାଜ୍ୟ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଏକାକୀ ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଘୁମୁସର ଉପଖଣ୍ଡ ସ୍ତରୀୟ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରୀୟ ଉପପରୋକ୍ତ ପ୍ରତିଯୋଗିତା ଗୁଡିକ ସୂଚାରୂରୂପେ ଆୟୋଜିତ ହୋଇ ପାରିଥିଲା। ସମସ୍ତ ଆଗନ୍ତୁକ ପ୍ରତିଯୋଗୀ ଏବଂ ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ଉକ୍ତ ପରିପ୍ରେକ୍ଷୀରେ ଆତିଥ୍ୟ ସତ୍କାର କରିଥିବା ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ, ନୋଡାଲ ଅଫିସର ଏବଂ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀଙ୍କ ଅକୁଣ୍ଠ ସହଯୋଗକୁ ଭୂୟଷୀ ପ୍ରଶଂସା କରିଥିଲେ। ସୂଚନାଯୋଗ୍ୟ ସମସ୍ତ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନେ ଆସନ୍ତା ୨୭ ଜାନୁୟାରୀରେ ଏସ୍.ବି.ଆର ମହାବିଦ୍ୟାଳୟ, ବ୍ରହ୍ମପୁର ଠାରେ ହେବାକୁ ଥିବା ଗଂଜାମ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ସାମିଲ ହେବେ।

nis-ad
Leave A Reply

Your email address will not be published.