ବରାଗୁଡା ସରକାରୀ ନୂତନ ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ପତାକାକୁ ଅସମ୍ମାନ…!

ଉମରକୋଟ : ଆଜି ସମଗ୍ର ଦେଶ ପତାକା ଉତୋଳନ କରି ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଲେ, ନବରଙ୍ଗପୁର ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନରେ ମଧ୍ୟ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି |ଏହି ପରିପ୍ରେକ୍ଷୀରେ ଝୋରୀଗାଁ ବ୍ଲକ ଅନ୍ତର୍ଗତ ବରାଗୁଡା ସ୍ଥିତ ନୂତନ ପ୍ରାଥମିକ ବିଦ୍ୟାଲୟରେ ମଧ୍ୟ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି,ହେଲେ ଏଠାରେ ଆମ ଦେଶର ସାନ ଜାତୀୟ ପତାକାକୁ ଅସମ୍ମାନ କରାଯାଇଥିବା ଦୃଷ୍ଟି ଗୋଚର ହୋଇଛି | ନବରଙ୍ଗପୁର ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ, ଵେସରକାରୀ ଅନୁଷ୍ଠାନ ଏବଂ ଶିକ୍ଷାନୁଷ୍ଠାନ ମାନଙ୍କରେ ପତାକା ଠିକ ଭାବରେ ଲାଗିରହିଥିବା ବେଲେ ବରାଗୁଡା ନୂତନ ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ପତାକାକୁ ଓଲଟା କରି ଟଙ୍ଗା ଯାଇଛି | ଉପରେ ସବୁଜ ରଙ୍ଗ ରହିଥିବା ବେଲେ ତଳେ ନାରଙ୍ଗୀ ରଙ୍ଗ ରହିଥିବା ଦେଖିବାକୁ ମିଲିଛି | ଏ ବିଷୟରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପରମା ଭତରାଙ୍କୁ ପଚାରିବାରୁ ସେ ଏ ବିଷୟରେ ମୁଁ କିଛି ଜାଣିନି ଓ ପତାକା ଉପରେ ମୋର ଦୃଷ୍ଟି ପଡ଼ିନି କହିଛନ୍ତି |ହେଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଫୋନ କରି ପଚାରିବାରୁ ସେ କହିଲେ ପବନରେ ଉଡ଼ି ପତାକା ଓଲଟା ପାଲଟା ହୋଇଯାଇଛି | ଏଥିରୁ ସ୍ପଷ୍ଟ ଜଣାପଡୁଛି କି ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଅଭିଜ୍ଞତା କେତେ ପିଲାଙ୍କ ପାଠ ପଡ଼ାଇବାର l ଯାହାକୁ ଦେଶର ରାଷ୍ଟୀୟ ପତାକା ବିଷୟରେ ଜ୍ଞାନ ନାହିଁ ସେ ପୁଣି ପ୍ରଧାନ ଶିକ୍ଷକ l ନିଜ ଦୋଷକୁ ଲୁଚେଇବା ପାଇଁ ପବନକୁ ଦୋଷ ଦେଉଛନ୍ତି ଟିକେ ହେଲେ ମାନବିକତା ନାହିଁ | ପ୍ରଧାନ ଶିକ୍ଷକ ଆଜିର ଏହି ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ପାଇଁ ଫୁଫୁଗାଁ ସରପଞ୍ଚ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି, ସଭ୍ୟ/ସଭ୍ୟା ଏବଂ ଗ୍ରାମର ଅନ୍ୟାନ୍ୟ ଭଦ୍ରବ୍ୟକ୍ତି ଓ ଭଦ୍ର ମହିଳା ମାନଙ୍କୁ ନିମନ୍ତ୍ରଣ କରିଥିଲେ,ହେଲେ ସମସ୍ତ ପଦାଧିକାରୀ, ଶିକ୍ଷିତ ବ୍ୟକ୍ତି ଓ ଶିକ୍ଷିତା ମହିଳା ମାନଙ୍କ ଉପସ୍ଥିତିରେ ପ୍ରଧାନ ଶିକ୍ଷକ ଏପରି କାର୍ଯ୍ୟ କେମିତି କଲେ ତାହା ବର୍ତମାନ ସବୁଠାରୁ ବଡ଼ ପ୍ରଶ୍ନ ପାଲଟି ଯାଇଛି ଏବଂ ଉପସ୍ଥିତ ଗଣ୍ୟ ମାନ୍ୟ ଭଦ୍ର ବ୍ୟକ୍ତିଙ୍କ କିପରି ନଜର ଏହି ପତାକା ଉତ୍ତୋଳନ ପରେ ପଡ଼ିଲା ନାହିଁ | ଆଖ ପାଖ ସମସ୍ତ ଭଦ୍ର ବ୍ୟକ୍ତିମାନେ ଓ ସାଧାରଣ ଜନତା ପ୍ରଧାନ ଶିକ୍ଷକଙ୍କ ରାଷ୍ଟୀୟ ପତାକାକୁ ଉଲଟା ଟାଙ୍ଗିବା ଏହା ଅତି ନିନ୍ଦନିୟ ଓ ଛି ଛି କରୁଛନ୍ତି l ଏପରି ଦେଶଦ୍ରୋହୀ କାର୍ଯ୍ୟକୁ ନିନ୍ଦା କରିବା ସହିତ ପ୍ରଧାନ ଶିକ୍ଷକଙ୍କ ଉପରେ ଅତି ସତ୍ତର ଜ଼ିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଝୋରୀଗାଁ ବ୍ଲକର ଜନତା ଦାବୀ କରିଛନ୍ତି |

nis-ad
Leave A Reply

Your email address will not be published.