ମା ବୁଢୀ ଠାକୁରାଣୀ ମନ୍ଦିରର ନବକଳେବର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

ଗଞ୍ଜାମ/ବ୍ରହ୍ମପୁର : ସହରର ଆରାଧ୍ୟଦେବୀ ମା ବୁଢୀ ଠାକୁରାଣୀଙ୍କ ମନ୍ଦିରର ନବ କଳେବର କାର୍ଯ୍ୟ ରାଜ୍ୟ ସରକାର ହାତକୁ ନେଇଛନ୍ତି। ୧୮.୯୧କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ମା’ଙ୍କ ନୂତନ ମନ୍ଦିର ଆଉ ପାରିପାର୍ଶ୍ବିକ କାର୍ଯ୍ୟ। ଆଜି ପୂର୍ବାହ୍ନରେ ମା’ଙ୍କ ଠାରେ ଏଭଳି ଶୁଭକାର୍ଯ୍ୟ ନେଇ ପୂଜାପାଠ ପରେ ଆରମ୍ଭ ହୋଇଥିଲା ପୁନରୁଦ୍ଧାର କାର୍ଯ୍ୟ। ଏହି ଅବସରରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶଏଖର ସାହୁ, ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡା, ମେୟର ସଂଘମିତ୍ରା ଦଲେଇ, ଡେପୁଟି ମେୟର ଇ. ବିବେକ ରେଡ୍ଡୀ, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, କମିଶନର ଜେ ସୋନାଲ ପ୍ରମୁଖ ଉପସ୍ଥିତ ରହି ମନ୍ଦିର ନବ କଳେବର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସୂଚନାଯୋଗ୍ୟଯେ ୨୦୨୨ଡିସେମ୍ବର ୧୭ରେ ଦୁଇଦିନିଆ ଗ˚ଜାମ ଗସ୍ତରେ ଆସି ୫ଟି ଅଧକ୍ଷ ଭିକେ ପାଣ୍ତିଆନ ମା’ଙ୍କ ମନ୍ଦିର ପରିଦର୍ଶନ କରିବା ସହିତ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିବା ନେଇ ଘୋଣୋ କରିବା ସହ ଆସନ୍ତା ଏକବର୍ଷ ମଧ୍ୟରେ ଶେଷ ହେବ ବୋଲି କହିଥଲେ। ଘୋଷଣାର ଏକମାସ ମଧ୍ୟରେ ଉକ୍ତ ପ୍ରକଳ୍ପକୁ ହାତେଇଥିବା ଠିକାସ˚ସ୍ଥା ବିଭାଗୀୟ ସମସ୍ତ ପ୍ରକାର ନଥିପତ୍ର ପ୍ରସ୍ତୁତ କରି ଆଜିଠାରୁ କାର୍ଯ୍ୟ ଆରମ୍ଭ କରିଛି।

ଆସନ୍ତା ଦୁଇଦିନ ମଧ୍ୟରେ ଯାନାବାହନ ଚଳାଚଳ ନେଇ ପଥ ସୁଗମ ହେବା ପରେ ଦିବାରାତ୍ରୀ କାର୍ଯ୍ୟ କରାଯିବ। ଶହଶହ ମାନବ ସମ୍ବଳ ଲଗାଇ ମା’ଙ୍କ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ତ୍ବାରାନ୍ବିତ କରାଯିବ। ପ୍ରଥମେ ମା’ଙ୍କ ଗର୍ଭଗୃହ ଆଉ ପାର୍ଶ୍ବଦେବୀଙ୍କ ମନ୍ଦିର ପାଇଁ ମାଟିଖନନ କରାଯିବ। ଖୋର୍ଦ୍ଧାରେ ଥିବା ଓଏମସିରୁ ମନ୍ଦିର ନିର୍ମାଣ ନେଇ ଆବଶ୍ୟକୀୟ ପଥର ମହଜୁଦ କରାଯିବ। କାରଣ ଓଏମସି ରେ ବିଭିନ୍ନ ପ୍ରକାର ରଙ୍ଗର ପଥର ସାଙ୍ଗକୁ ମା’ଙ୍କ କାରୁକାର୍ଯ୍ୟ ପାଇଁ ଆବଶ୍ୟକ ଥିବା ପଥର ରହିଥିବା ଯୋଗୁଁ ସେଠାରୁ ଆଣିବା ସହଜ ହେବ ବୋଲି କହିଥିଲେ। ତେବେ ମା’ଙ୍କ ମନ୍ଦିର ସୌନ୍ଦର୍ଯ୍ୟକରଣରେ ହେବାକୁ ଥିବା କାର୍ଯ୍ୟ ମଧ୍ୟରେ ମନ୍ଦିରର ବିକାଶ ସହ ମନ୍ଦିର କାନ୍ଥ ଚଟାଣରେ ପଥର ବିଛାଯିବ । ଯଜ୍ଞକୁଣ୍ତ, ମନ୍ଦିର କାର୍ଯ୍ୟାଳୟର ପୁନଃ ନିର୍ମାଣ, ପାଚେରୀ, ଉଦ୍ୟାନ, ସୁସଜ୍ଜିତ ପ୍ରବେଶ ମାର୍ଗ କରାଯିବ। ଏହାସହ ଭକ୍ତମାନଙ୍କ ନିମନ୍ତେ ପାଦ ଓ ହସ୍ତ ଧୋଇବା ପାଇଁ ପାଣିର ବ୍ୟବସ୍ଥା, ପ୍ରେକ୍ଷାଳୟ, ପୂଜକମାନଙ୍କ ପାଇଁ ଗୃହ, ମନ୍ଦିରର ରୋଷ ଘର, ଭୋଗ ମଣ୍ତପ ନିର୍ମାଣ କରାଯିବ । ମନ୍ଦିର ଆହୁରି ଆକର୍ଷଣ କରିବା ପାଇଁ ଆଲୋକସଜ୍ଜା କରାଯିବ ସହିତ ପୂଜାସାମଗ୍ରୀ ଷ୍ଟଲ ଭଳି ଅନେକ ଉନ୍ନୟନ କାର୍ଯ୍ୟ ରହିଛି। ତେବେ ବର୍ଷବର୍ଷ ଧରି ଅବହେଳିତ ହୋଇ ରହିଥିବା ମା’ଙ୍କ ମନ୍ଦିର ଉନ୍ନୟନ କାର୍ଯ୍ୟ ନେଇ ରାଜ୍ୟସରକାର ପକ୍ଷରୁ ନିଆଯାଇଥିବା ଏଭଳି ପଦକ୍ଷେପକୁ ସହରବାସୀ ସ୍ୱାଗତ କରିବା ସହ କିପରି ମା’ଙ୍କ ମନ୍ଦିର ଆକର୍ଷଣୀୟ ହୋଇ ପର୍ଯ୍ୟାଟକମାନଙ୍କୁ ବେଶ ଆକୃଷ୍ଟ କରିବାରେ ସହାୟକ ହେବ ସେଦିଗରେ ବେଶ ଗୁରୁତ୍ବ ଦିଅଯାଇଛି। ଆଜିର ଏହି ଶୁଭ ପ୍ରଦାନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ନିଗମର ବହୁ କର୍ପୋରେଟର ଓ ମନ୍ଦିର ପୂଜକମାନେ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.