ଆମ ଓଡିଶା ନବୀନ ଓଡିଶାର ପଞ୍ଚାୟତସ୍ତରୀୟ ସଚେତନା ଶିବିର…

ଆର,ଉଦୟଗିରି : ଆଜି ଗଜପତି ଜିଲ୍ଲା ଅନ୍ତର୍ଗତ ଆର,ଉଦୟଗିରି ବ୍ଲକ୍ ର ମହେନ୍ଦ୍ରଗଡ଼ ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା ପଞ୍ଚାୟତ ସ୍ତରୀୟ ସଚେତନା ଶିବିର ଅନୁଷ୍ଠିତ ହୋଇଥିଲା ।ଉକ୍ତ ଶିବିରରେ ସ୍ଥାନୀୟ ପଞ୍ଚାୟତର ବହୁ ସଂଖ୍ୟକ ଜନସାଧାରଣ ଉପସ୍ଥିତ ଥିଲେ ।ମୁଖ୍ୟ ଅତିଥି ଭାବରେ ବିଡିଓ ଲରିମନ ଖର୍ସେଲ , ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀନାରାୟଣ ଶବର ସରପଞ୍ଚ କୁମୁଦିନି ଗମାଙ୍ଗ, ନୋଡ଼ାଲ ଅଫିସର ତଥା ସାମାଜିକ ସୁରକ୍ଷା ଅଧିକାରୀ ଅରୁଣ କୁମାର ଉଦୟଭାନୁ,ଏପିଓ ସାର୍,ସମନ୍ନିତ ଶିଶୁ ବିକାଶ ପ୍ରକଳ୍ପ ର ସୁପରଭାଈଜର ଆଲେମି ରାଇକା ତଥା ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।ମୁଖ୍ୟ ଆଲୋଚ୍ୟ ବିଷୟ ହେଲା ମାନ୍ୟବର ଓଡିଶା ସରକାରଙ୍କ ଲୋକାଭିମୁଖୀ ଜନହୀତକାର ଯୋଜନା ମାନ ଜନସାଧାରଣ ଙ୍କ ଯେପରି ମୌଳିକ ଅଧିକାରରୁ ବଞ୍ଚିତ ନ ହୁଅନ୍ତି ଯଥା ମମତା ଯୋଜନା, ସାମାଜିକ ସୁରକ୍ଷା, କାଳିଆ ଯୋଜନା, ସ୍ୱାସ୍ଥ୍ୟ ସୁରକ୍ଷା, ଭତ୍ତା,ରାଶନ କାଡ଼,ଜନ୍ମଗ୍ରହଣ ଠାରୁ ମରଣ ପର୍ଯ୍ୟନ୍ତ ଯେଉଁ ସବୁ ଯୋଜନା ମାନ ଅଛି ଜନସାଧାରଣ ଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି ।

nis-ad
Leave A Reply

Your email address will not be published.