ସରକାରୀ ଜମି ଜବରଦଖଲ ଉଚ୍ଛେଦ


ରିଆମାଳ, ୨୫/୧ : ଦେବଗଡ ଜିଲ୍ଲା ରିଆମାଳ ତହସିଲ ଅନ୍ତର୍ଗତ ବୁଢାପାଳ ପଂଚାୟତର ବୁଢାପାଳ ମହାବିଦ୍ୟାଳୟ ସମ୍ମୁଖ ରଥସାହିଠାରେ ପ୍ରଶାସନ ତରଫରୁ ଜମି ଜବରଦଖଲ ଉଚ୍ଛେଦ କରାଯାଇଛି । ସୂଚନା ଅନୁସାରେ ରଥସାହିରେ ୧୨ ଏକର ସରକାରୀ ଜମିକୁ ଜବରଦଖଲ କରି କିଛି ଲୋକ ବହୁ ବର୍ଷ ହେଲା ବାସଗୃହ, ଦୋକାନ ଗୃହ, ଗୁହାଳ ଘର ସହିତ ଧାନ, ପନିପରିବା ଚାଷ କରି ବସବାସ କରୁଥିଲେ । ତିନିମାସ ପୂର୍ବରୁ ସେମାନଙ୍କୁ ପ୍ରଶାସନ ତରଫରୁ ଉକ୍ତ ସ୍ଥାନରୁ ଜବରଦଖଲ ହଟାଇବା ପାଇଁ ନୋଟିସ ଦିଆଯାଇଥିଲା । ସେମାନେ ନହଟିବାରୁ ବୁଧବାର ରିଆମାଳ ତହସିଲଦାର ଜ୍ୟୋତ୍ସାରାଣୀ ନାୟକ, ଅତିରିକ୍ତ ତହସିଲଦାର ପ୍ରେମକୁମାର, ଏସ.ଡି.ପି.ଓ. ସୌମ୍ୟରଂଜନ ମଲ୍ଲିକ, କୁଣ୍ଢେଇଗୋଳା ଥାନାଧିକାରୀ ପ୍ରତିଭା ଟପ୍ପୋ, ରିଆମାଳ ଥାନାଧିକାରୀ ସରସ୍ୱତୀ ଟୁଡୁ, ଆର.ଆଇ. ସରିତା ନାହାକ, ପୁଲିସ , ପ୍ରଶାସନିକ ଅଧିକାରୀ ତଥା ଫୋର୍ସ ଘଟଣା ସ୍ଥଳରେ ପହଂଚି ଉକ୍ତ ସ୍ଥାନକୁ ଜବରଦଖଲ ମୁକ୍ତ କରିଥିଲେ । ଜେ.ସି.ବି ସହାୟତାରେ ୫ଟି ଘର ଏବଂ ଦୋକାନ ଘରକୁ ଉଚ୍ଛେଦ କରାଯାଇଥିଲା । ବସ୍ତି ବାସିନ୍ଦମାନେ ସେହି ସମୟରେ କାନ୍ଦି କାନ୍ଦି ହାତ ଯୋଡି ନେହୁରା ହୋଇଥିଲେ ମଧ୍ୟ କେହି ଶୁଣିନଥିଲେ । ଉକ୍ତ ସ୍ଥାନକୁ ମେଡିକାଲ, ଫାଣ୍ଡି, କଲ୍ୟାଣ ମଣ୍ଡପ, ବଜାର ତଥା ଅନ୍ୟାନ୍ୟ ସରକାରୀ କାର୍ଯ୍ୟରେ ବ୍ୟବହାର କରାଯିବ ବୋଲି ଜଣାପଡିଛି ।

nis-ad
Leave A Reply

Your email address will not be published.