ଦାବି ପୂରଣରେ ବିଳମ୍ବତାର ପ୍ରତିବାଦ : କଂଟାପାଲି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କଲା ଜିଲା କୃଷକ ସଂଘର୍ଷ ସଂଘ

ଦେବଗଡ଼,୨୫ା୧ : ଚାଷ ହେଉଥିବା ସରକାରୀ ଜମିର ପଟ୍ଟା ପ୍ରଦାନ, ଭୂମୀହିନଙ୍କୁ ଘରଡିହ ପଟ୍ଟା ପ୍ରଦାନ, ଆଦିବାସୀ ଲୋକଙ୍କୁ ଜଙ୍ଗଲ ଜମିର ସ୍ଥାୟୀ ପଟ୍ଟା ପ୍ରଦାନ, ରେଙ୍ଗାଳି ବାସଚ୍ୟୁତଙ୍କୁ ଜମି ପ୍ରଦାନ ଏବଂ ଜମିର କିସମ ପରିବର୍ତନ ଆଦି ୫ ଦଫା ଦାବୀ ପୁରଣରେ ବିଳମ୍ବତା ଯୋଗୁଁ ଗୁରୁବାର ଦେବଗଡ ଜିଲ୍ଲା କୃଷକ ସଙ୍ଘର୍ଷ ସଙ୍ଘ ପକ୍ଷରୁ ବାରକୋଟ ବ୍ଲକ ଅନ୍ତର୍ଗତ କଂଟାପାଲି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଦେବଗଡ ଜିଲ୍ଲା କୃଷକ ସଙ୍ଘର୍ଷ ସଙ୍ଘ ସଭାପତି ସେମ ହେମ୍ରମ ଓ ସମ୍ପାଦକ ଗୁଣନିଧିବେହେରାଙ୍କ ନେତୃତ୍ୱରେ ସମ୍ପୃକ୍ତ ଅଂଚଳର ହଜା ହଜାର ଲୋକ କଂଟାପାଳି ଗ୍ରାମରେ ରୁଣ୍ଡ ହେବାସହ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ଜିଲା କୃଷକ ସଂଘର୍ଷ ସଂଘର ଅଭିୁଯୋଗ ଅନୁଯାୟୀ ଗତ ୨୦୨୩ ମସିହା ନଭେମ୍ବର ୨୨ ତାରିଖ ଦିନ ଉପରୋକ୍ତ ୫ ଦଫା ଦାବି ନେଇ ଜିଲ୍ଲା କୃଷକ ସଙ୍ଘର୍ଷ ସଙ୍ଘ ପକ୍ଷରୁ ଦେବଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା ସହ ଦରଖାସ୍ତ ପ୍ରଦାନ କରାଯାଇଥିଲା । ମାତ୍ର ଅଦ୍ୟାବଧି ଦାବୀ ପୁରଣ ନେଇ ପ୍ରଶାସନ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଅନ୍ୟପକ୍ଷରେ ଜିଲାର ରାଜସ୍ୱ ନିରୀକ୍ଷକ ମାନେ ଆବେଦଣକାରୀ ମାନଙ୍କ ଦରଖାସ୍ତ ଆଧାରରେ ତଦନ୍ତ ରିପୋର୍ଟ ପ୍ରଦାନରେ ବିଳମ୍ବ କରୁଥିବାରୁ ଏଭଳି ସମସ୍ୟା ଦେଖାଦେଇଛି । ଏଣୁ ହାର ପ୍ରତିବାଦରେ ଜିଲା କୃଷକ ସଂଘର୍ଷ ସଂଘ ପକ୍ଷରୁ ଆଜି ଏଭଳି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା ଓ ଅବିଳମ୍ବେ ଦାବୀ ପୂରଣ କରାନଗଲେ ପର୍ଯ୍ୟାୟ କ୍ରମେ ଜିଲାର ଅନ୍ୟ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ସଂଘର୍ଷ ସଂଘରସ ବାପତି ଶ୍ରୀ ହେମ୍ରମ ଗଣମାଧ୍ୟମ ସମ୍ମୂଖରେ ପ୍ରକାଶ କରିଛନ୍ତି ।

nis-ad
Leave A Reply

Your email address will not be published.