ବିଜୁ କଲ୍ୟାଣ ମଣ୍ଡପଠାରେ ନବ ମତଦାତା ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

ଫୁଲବାଣୀ : ଜାତୀୟ ମତଦାତା ଦିବସରେ ଦେଶର ପ୍ରତ୍ୟେକ ବିଧାନସଭା କ୍ଷେତ୍ରରେ ନବ ମତଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଛି।ଏହି ସମ୍ମିଳନୀରେ ଉପସ୍ଥିତ ଯୁବ ଭୋଟର ମାନଙ୍କୁ ମାନ୍ୟବର ପ୍ରଧାନମନ୍ତ୍ରୀ ଭିଡିଓ କନଫରେନସିଂରେ ଉଦବୋଧନ ଦେଇଛନ୍ତି। ଏହି ଅବସରରେ ଫୁଲବାଣୀ ବିଜୁ କଲ୍ୟାଣ ମଣ୍ଡପଠାରେ ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀର ନବ ମତଦାତା ମାନଙ୍କର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଛି ।ଫୁଲବାଣୀର ବିଭିନ୍ନ କଲେଜର ପ୍ରାୟ ଏକ ହଜାର ନୂଆ ଭୋଟର ଏହି ସମ୍ମିଳନୀରେ ଯୋଗ ଦେଇଥିଲେ।ମାନ୍ୟବର ପ୍ରଧାନମନ୍ତ୍ରୀ ଯୁବ ଭୋଟର ମାନେ ଦେଶର ଭବିଷ୍ୟତ ବୋଲି କହିବା ସହ ସେମାନଙ୍କ ମୂଲ୍ୟବାନ ଭୋଟ ଦେଶ ଗଠନରେ ବିରାଟ ପରିବର୍ତ୍ତନ ଆଣିବ ବୋଲି କହିଥିଲେ।ଦେଶରେ ଏକ ସ୍ଥିର ସରକାର ଗଠନ କରିବାକୁ ନବ ମତଦାତା ମାନଙ୍କ ଭୋଟ ବହୁତ ମୂଲ୍ୟବାନ।ଦେଶର ବିକାଶ ରେ ନବ ମତଦାତା ମାନଙ୍କ ଭୂମିକା ଅପରିହାର୍ଯ୍ୟ।ଭାରତ ଆଜି ବିକାଶର ଦ୍ୱାରଦେଶରେ।ବିଦେଶୀ ସାମଗ୍ରୀ ବ୍ୟବହାର ବଦଳରେ ଦେଶରେ ବଡ ବଡ ଶିଳ୍ପ ପ୍ରତିଷ୍ଠା କରି ଉତ୍ପାଦନ ଓ ରପ୍ତାନୀ ପାଇଁ ବର୍ତ୍ତମାନ ସରକାର ବହୁ ପଦକ୍ଷେପ ନେଉଛନ୍ତି। ଯୁଦ୍ଧ ଜାହାଜ, ଫାଇଟର ଜେଟ,ବୁଲେଟ ଟ୍ରେନ ଇତ୍ୟାଦି ଭାରତରେ ନିର୍ମାଣ କରାଯାଇପାରୁଛି।

ନବ ମତଦାତା ମାନଙ୍କୁ ନିଯୁକ୍ତି ଓ ରୋଜଗାର ଯୋଗାଇ ଦେବାକୁ ସରକାର ବହୁବିଧ ଆନ୍ତର୍ଜାତୀୟ ସ୍ତରର ଉତ୍ପାଦନ ଭିତିକ ଶିଳ୍ପ ପ୍ରତିଷ୍ଠା କରୁଛନ୍ତି। ଭାରତ ଆଜି ବିଶ୍ୱର ସର୍ବବୃହତ ଦେଶ ସହ ସମକ୍ଷମ ହେବାକୁ ପ୍ରୟାଶ ଜାରି ରଖିଛି।ଦେଶର ଯୁବ ସମାଜ ଉଚ୍ଚାଭିଳାଶି ହେବା ସହ ଦେଶ ପାଇଁ ସମର୍ପିତ ହେବାକୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବିଜେପି ଯୁବ ମୋର୍ଚ୍ଚା ସଭାପତି ମୁକ୍ତିକାନ୍ତ ମହାନ୍ତିଙ୍କ ସହ ଉପସଭାପତି ବିଶ୍ୱରଞନ ଦାସ ସୁଧାଂଶୁ ଗୁରୁ , ସାଧାରଣ ସମ୍ପାଦକ ରଘୁପତି କହଁର ପ୍ରମୁଖ କାର୍ଯ୍ୟକ୍ରମ ର ଆୟୋଜନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ବିଜେପି ଉପସଭାପତି ରମେଶ ମହାନ୍ତି, ଲିଙ୍ଗରାଜ ଦଳବେହେରା, ଉମା ଚରଣ ମଲିକ, ଗୋଲେକ କହଁର, ରୋହିତ କହଁର, ଟିକେଶ୍ୱର କହଁର ଙ୍କ ସମେତ ବହୁ ଦଳୀୟ କର୍ମୀ, ନେତା ଓ ମଣ୍ଡଳସ୍ତରୀୟ କର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ।

nis-ad
Leave A Reply

Your email address will not be published.