ଭାଗବତ ସପ୍ତାହ, ଭକ୍ତି ଜ୍ଞାନଯଜ୍ଞ ଉଦଯାପିତ…

ହିଞ୍ଜିଳିକାଟୁ ୨୩/୧ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଲକ୍ଷ୍ମୀ ନୃସିଂହ ମନ୍ଦିର ଆଗରେ ହିଞ୍ଜିଳିକାଟୁ ଭଗଵତ କଥା ଵିତରଣ ପରିଷଦ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସପ୍ତାହ ବ୍ୟାପୀ ଭକ୍ତି, ଜ୍ଞାନ ଯଜ୍ଞ ଉଦଯାପିତ ହୋଇଯାଇଛି । ଭଗବତ କଥା ଵିତରଣ ପରିଷଦ ଚାରିଟେବୁଲ ଟ୍ରଷ୍ଟ ଦୀର୍ଘ ୨୫ ବର୍ଷ ହେବ ଭାଗବତ ପରାୟଣ କାର୍ଯ୍ୟକ୍ରମ ସହ ପ୍ରବଚନ କରିଆସୁଛି । ଭଗବତ କଥାମୃତ ସନ୍ଥ ଅଯୋଧ୍ୟା ଦାଶ ମହାରାଜ ପ୍ରବଚନ ପାଠ କରିଥିବା ବେଳେ କର୍ତ୍ତା ଭାବେ ଵିଜୟ ପାଣିଗ୍ରାହୀ ଓ ପୁଜକ ଜଗନ୍ନାଥ ପାଢି କାର୍ଯ୍ୟନିର୍ବାହ କରିଥିଲେ।ଶେଷ ଦିନ ମଙ୍ଗଳବାର ଭଗବତ ହାଟ ଅନୁଷ୍ଠିତ ହୋଇଯାଇଛି।ଉକ୍ତ
ଭବ୍ୟ କାର୍ଯ୍ୟକ୍ରମରେ ଶତାଧୂକ ଭଗବତ୍ ପ୍ରେମୀ ଯୋଗ ଦେଇ ପ୍ରଭୃଙ୍କର ଆଶିଷ ପାଇବା ସହିତ ପ୍ରଭୃଙ୍କର ଗୁଣଗାନର ସୌଭାଗ୍ୟ ଲାଭ କରିଛନ୍ତି । ଗୀତା
ଜ୍ଞାନାମୃତକୁ ପ୍ରବଚନ ମାଧ୍ୟମରେ ଶୁଣିବାକୁ ମିଳୁଥିବାରୁସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଖୁବ ଉତ୍ସାହ ଦେଖାଦେଇଛି । ଭାଗବତ କଥା ଵିତରଣ ପରିଷଦ ଚାରିଟେବୁଲ ଟ୍ରଷ୍ଟ ସଭାପତି ଦେବାନନ୍ଦ ମହାପାତ୍ର, ଉପସଭାପତି ଲକ୍ଷ୍ମୀ ନାରାୟଣ ପଣ୍ଡା,ଏ ଶଙ୍କର ଚାରି, ସମ୍ପାଦକ ମନୋଜ କୁମାର ସାହୁ, କୋଷାଧ୍ୟକ୍ଷ ଗୌରହରି ପୃଷ୍ଟି, ସମ୍ପାଦକ ତରୁଣ କୁମାର ପଣ୍ଡା ଙ୍କ ସମେତ କମିଟିର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରୁଛନ୍ତି ।

nis-ad
Leave A Reply

Your email address will not be published.