୪ଦଫା ଦାବୀ ପୂରଣ ନେଇ ସାମୂହିକ ଛୁଟିରେ ପ୍ରାଣୀ ଚିକିତ୍ସକ, ପ୍ରାଣୀ ଧନ ସମସ୍ୟାରେ…

ଦାରିଙ୍ଗବାଡ଼ି,୨୧/୧, ଗତ ୧୮ତାରିଖ ଠାରୁ ୪ଦଫା ଦାବୀ ପୂରଣ ନେଇ ସାମୂହିକ ଛୁଟିରେ ପ୍ରାଣି ଚିକିତ୍ସକ ରହିଥିବାରୁ ଦାରିଙ୍ଗବାଡ଼ି ପ୍ରାଣୀ ଚିକିତ୍ସାଳୟ ଆଜକୁ ୩ ଦିନ ଧରି ବନ୍ଦ ରହିଛି । ଫଳରେ ପ୍ରାଣୀ ଧନ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ସମସ୍ୟା ସୃଷ୍ଟି ହୋଇଛି । ଅନେକ ପ୍ରାଣୀ ଧନ ପାଳକ, କୃଷକ ୩ ଦିନ ହେଲା ପ୍ରାଣୀ ଚିକିତ୍ସାଳୟ ଆସି ସେବାନପାଇ ଫେରୁଥିବା ଅଭିଯୋଗ ହେଉଛି । ଆଜି ଗ୍ରୀନବାଡ଼ି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁତୁବାଡ଼ି ଗ୍ରାମର ଲେମା ପ୍ରଧାନ ହଳ ବଳଦର ଦୁଇ ଦିନ ହେଲା ସ୍ୱାସ୍ଥ୍ୟ ଭଲ ନଥିବାରୁ ପ୍ରାଣୀ ଚିକିତ୍ସାଳୟକୁ ଆସି ଫେରିଥିଲେ । ଚିକିତ୍ସକ ସମ୍ମୁହ ଛୁଟିରେ ଥିବା କହିଥିଲେ ।ସୂଚନା ୪ଦଫା ଦାବୀ ଯଥା ଓଡ଼ିଶାର ପ୍ରାଣିଚିକିତ୍ସକମାନଙ୍କୁ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ ପ୍ରାଣିଚିକିତ୍ସକ ମାନଙ୍କ ସହ ମାନ ପଦୋନ୍ନତି (ଡି.ଏ.ସି.ପି.) ସୁବିଧା । ପ୍ରାଣିଚିକିତ୍ସକମାନଙ୍କୁ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ ପ୍ରାଣିଚିକିତ୍ସକ ମାନଙ୍କ ହାରରେ ଏନ ପିଏ ପ୍ରଦାନ। ରାଜ୍ୟରେ ପ୍ରାଣି ପ୍ରାଣିଗଣନା ଓ ଜନସାଧାରଣଙ୍କ ଆବଶ୍ୟକ‌ତା ଆଧାରରେ ଡାକ୍ତର ପଦବୀ ସୃଷ୍ଟି, ଡାକ୍ତର ପୁନର୍ଗଠନ । ହେଲେ ସରକାର ଏଥିପ୍ରତି କର୍ଣ୍ଣପାତ ନ କରିବାରୁ ଓଡ଼ିଶାର ସମସ୍ତ ପ୍ରାଣିଚିକିତ୍ସକ ଗତ ୧୮ ତାରିଖରୁ ଦାବୀ ପୂରଣ ହେବା ପର୍ଯ୍ୟନ୍ତ ସାମୂହିକ ଛୁଟିରେ ଯାଇଥିବା ଜଣା ପଡ଼ିଛି ।

nis-ad
Leave A Reply

Your email address will not be published.