ଅବ୍ୟବସ୍ଥା ଘେରରେ ମୋହନା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର : ଡ଼ାକ୍ତର ଅଭାବ, ଯେତିକି ଅଛନ୍ତି ନିୟମିତ ରହୁନାହାନ୍ତି…

ଆର,ଉଦୟଗିରି : ୧୯/୧/ ସରକାର ସ୍ୱାସ୍ଥ୍ୟର ଉନ୍ନତି ସହ ଡାକ୍ତରଖାନlର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି l ତେବେ ତେବେ ଗୋଟିଏ ପଟେ ସରକାର ଯୋଜନା କରୁଥିବା ବେଳେ ଅନ୍ୟପଟେ କେଉଁଠି ଡାକ୍ତର ଅଭାବ ତ କେଉଁଠି ଡାକ୍ତର ମାନଙ୍କ ମନମାନିରେ ଚାଲିଛି ମେଡିକାଲ l ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ l ଏହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକୀୟ ଡାକ୍ତର ନଥିବା ବେଳେ ଯେତିକି ଅଛନ୍ତି ନିୟମିତ ରହୁନାହାନ୍ତି l ଏଠାରେ ୮ ଜଣ ଡାକ୍ତରଙ୍କ ଆବଶ୍ୟକତା ଥିବାବେଳେ ଅଛନ୍ତି ୫ ଜଣ l ସେମାନେ ହେଲେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ. ଜୟ ପଣ୍ଡା, ଅଙ୍କିତା ସୋଏ, କିଶୋର ବେହେରା, ସୁଚିତ୍ର ନାୟକ ଓ ଅମୃତରlଜ୍ ଜେନା l ଏଥିସହ ଜଣେ ଆୟୁଷ ଡ. ଅନୁପମା ପାଢ଼ୀ ଅଛନ୍ତି l ସେମାନଙ୍କ ଡ.ଅଙ୍କିତା ସୋଏ, ଅମୃତରାଜ ଜେନା ଓ ଆୟୁଷ ଡ. ଅନୁପମା ପାଢ଼ୀ ନିୟମିତ ରହି ରୋଗି ସେବା କରୁଥିବା ଦେଖିବାକୁ ମିଳୁଛି l ହେଲେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ସମେତ ଅନ୍ୟ ଡାକ୍ତର ମାନେ ନିୟମିତ ରହୁନଥିବା ଅଭିଯୋଗ ହୋଇଛି l ଏହି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ମୋହନା ବ୍ଲକ ସମେତ ପଡୋଶୀ କନ୍ଧମାଳ ଓ ରାୟଗଡା ଜିଲ୍ଲାର ମଧ୍ୟ କିଛି ଲୋକ ନିର୍ଭର କରନ୍ତି l ହେଲେ ଡାକ୍ତର ଅଭାବ ଯୋଗୁଁ ଅନେକ ସମୟରେ ରୋଗୀ ଅସୁବିଧାରେ ପଡ଼ିଥିବା ଦେଖିବାକୁ ମିଳିଛି l ଡାକ୍ତର ଅଭାବ ଯୋଗୁଁ ବ୍ଲକର ତିନୋଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଅଡବା, ଚୁଡ଼ଙ୍ଗପୁର ଓ ବିରିକୋଟ ମେଡ଼ିକାଲ୍ ଡାକ୍ତର ଡେପୁଟେଶନ ରେ ଆସି ରୋଗୀ ସେବା କରୁଛନ୍ତି l ସେହିପରି ଏହି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ କୌଣସି ବିଶେଷଜ୍ଞ ଡାକ୍ତର ନାହାନ୍ତି l ତେବେ ତୁରନ୍ତ ପ୍ରଶାସନ ଏହି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ସମସ୍ୟା ଦୁର କରିବାକୁଦାବି କରିଛନ୍ତି ସ୍ଥାନୀୟ ଲୋକେ l ଏସଂପର୍କରେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଙ୍କୁ ପଚାରିବାରେ ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

nis-ad
Leave A Reply

Your email address will not be published.