‘୫-ଟି’ ଅଧ୍ୟକ୍ଷ ଆର,ଉଦୟଗିରି ଗସ୍ତ ନେଇ ସମୀକ୍ଷା ବୈଠକ…


ଆର,ଉଦୟଗିରି : ଆସନ୍ତା ୨୩ ତାରିଖରେ ରାମଗିରି ଗସ୍ତରେ ଆସିବେ ୫-ଟି ଅଧ୍ୟକ୍ଷ କାତ୍ତିକ ପାଣ୍ଡିଆନ। ଆର,ଉଦୟଗିରି ବ୍ଳକ ରାମଗିରି ଠାରେ ସାଧାରଣ ସଭାରେ ଏବଂ ସେ ଲୋକଙ୍କ ଠାରୁ ଅଭିଯୋଗପତ୍ର ଗ୍ରହଣ କରିବା ସହ ରାଜ୍ୟ ସରକାରଙ୍କ କିଛି ବିକାଶମୂଳକ ଯୋଜନା ସମ୍ପର୍କରେ ସଚେତନ କରାଇବା ସହ ୫-ଟି କାର୍ଯ୍ୟକ୍ରମକୁ ଅନୁଧ୍ୟାନ କରବେ ଏବଂ ପରେ କାଶୀନଗର ବ୍ଳକ ଗସ୍ତ କରବାର କାର୍ଯ୍ୟକ୍ରମ ରହିଛି । ୫-ଟି ଅଅଧ୍ୟକ୍ଷଙ୍କ ଗସ୍ତକୁ ସଫଳ କରିବା ପାଇଁ ହୋଇଥିବା ଆୟୋଜନର ଆଜି ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ସମୀକ୍ଷା କରିଥିଲେ ମନ୍ତ୍ରୀ ଅତୁନ ସବ୍ୟସାଚୀ ନାୟକ। ତାଙ୍କ ସହ ବିଜେଡି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଗାବରା ତିରୁପତି ରାଓ, ଜିଲ୍ଲା ପର୍ଯ୍ୟବେକ୍ଷକ ପୃଥିବୀରାଜ ସାହୁ, ଏସଡିସି ଚେୟାରମ୍ୟାନ ମାରିୟମ ରଇତ, ଅନ୍ତର୍ଯ୍ୟାମୀ ଗମାଙ୍ଗ, ରାଜେନ୍ଦ୍ର ପ୍ରସାଦ ରଣସିଂହ ନାୟକ, ରାୟଗଡା ବ୍ଳକ ଅଧ୍ୟକ୍ଷା ପୂଣ୍ଣବାସି ନାୟକ, ପ୍ରେମ ରଇତ, ଜହନ ମାଝୀ, ରିଙ୍କୁପାଣି, ସରଜ ବଡରଇତ, ମୋହନା ବ୍ଳକ ଅଧ୍ୟକ୍ଷ ରଞ୍ଜୀବ ଶବର ଓ ଦେବରାଜ ସୁବୁଦ୍ଧି ସହ ଆର,ଉଦୟଗିରି, ନୁଆଗଡ ଓ ମୋହନା ବ୍ଳକର ଶତାଧିକ ବିଜେଡି କର୍ମୀ ଯୋଗଦେଇଥିବାବେଳେ ନୁଆଗଡ ଯୁକ କଂଗ୍ରେସର ସଭାପତି ଜିରିମିୟ ରଇତ ବିଜେଡିରେ ସାମିଲ ହୋଇଥିଲେ । ଜିଲ୍ଲା ଏବଂ ଆର,ଉଦୟଗିରି ବ୍ଳକ ଛାତ୍ର ସଭାପତି ଦୀପକ ପାଣି ବୈଠକକୁ ପରିଚାଳନା କରିଥିଲେ ବେଳେ ତାଙ୍କୁ ସହଯୋଗ କରିଥିଲେ ପ୍ରଫୁଲ

nis-ad
Leave A Reply

Your email address will not be published.