ମାଲେସିଆରେ ନୃତ୍ୟ ପ୍ରଦର୍ଶନ କରି ସୁନାମ ଅର୍ଜନ କଲେ ଛତ୍ରପୁର ନୃତ୍ୟଶିଳ୍ପୀ ସୁଧାଂଶୁ : ବିଭିନ୍ନ ମହଳରୁ ଶୁଭେଚ୍ଛା

ଛତ୍ରପୁର : ମାଲେସିଆ ରେ ନୃତ୍ୟ ପ୍ରଦର୍ଶନ କରି ସୁନାମ ଅର୍ଜନ କଲେ ଛତ୍ରପୁରର ନୃତ୍ୟଗୁରୁ ତଥା ନୃତ୍ୟ ଶିଳ୍ପୀ ସୁଧାଂଶୁ ଶେଖର ଶତପଥି | ସୁନାମଧନ୍ୟ ଅନ୍ତର୍ଜାତୀୟ ଓଡିଶୀ ନୃତ୍ୟ ଗୁରୁ ତଥା ଗ୍ଲୋବାଲ ଆଇକନ ଗୁରୁ ଶାଶ୍ୱତ ଯୋଶୀଙ୍କ ଲାସ୍ୟକଳା ଟିମରେ ଛତ୍ରପୁର ସୁଧାଂଶୁ ଶେଖର ଶତପଥୀ ସାମିଲ ହୋଇ ମାଲେସିଆ ର ନେତାଜୀ ସୁବାସ ଚନ୍ଦ୍ର ବୋଷ ଇଣ୍ଡିଆନ କଲଚର ସେଣ୍ଟର ଠାରେ କଠଉ ନୃତ୍ୟ(କାଠ ପାଦ )କରି ଦର୍ଶକଙ୍କ ମନ ମୋହିଛନ୍ତି | ଗଞ୍ଜାମ ର ଲୋକକଳା ବାଦ୍ୟରେ ସୁଧାଂଶୁ କଠଉ ନୃତ୍ୟ କରି ଉପସ୍ଥିତ ଦର୍ଶକ ମାନଙ୍କ ମନ କିଣିପାରିଥିଲେ | ଏହା ସହ ଜିଲ୍ଲାର ଲୋକ କଳାକୁ ମାଲେସିଆ ବାସିଙ୍କ ପାଖରେ ପ୍ରଚାର ପ୍ରସାର କରିବା ଲାଗି ସୁଧାଂଶୁ ମାଲେସିଆର ଟ୍ୱଇଁସ ଟାୱାର ନିକଟରେ ମଧ୍ୟ ସେ ଏହି କଠଉ ନୃତ୍ୟ ପରିବେଷଣ କରିଥିଲେ | ନିଜ ଓଡିଶୀ ନୃତ୍ୟ ଗୁରୁ ଶ୍ରୀ ଯୋଶୀ ଙ୍କ ଟିମ ରେ ସାମିଲ ହୋଇ ଗଞ୍ଜାମର ଲୋକ କଳା କୁ ମାଲେସିଆ ପର୍ଯ୍ୟନ୍ତ ପହଞ୍ଚାଇ ପାରିଥିବାରୁ ଅଞ୍ଚଳର ଲୋକ କଳା ପ୍ରେମୀ ଙ୍କ ମନରେ ମଧ୍ୟ ବେଶ ପ୍ରଶଂସା ର ପାତ୍ର ପାଲଟିଛନ୍ତି ସୁଧାଂଶୁ |

ସୁଧାଂଶୁ ଶେଖର ଶତପଥୀ ପିଲାଟି ବେଳୁ ଓଡିଶୀ ନୃତ୍ୟ ଶିକ୍ଷା କରି ବିଭିନ୍ନ ମଞ୍ଚରେ ନିଜ ପ୍ରତିଭା କୁ ଦେଖାଇ ପାରିଛନ୍ତି | ପରବର୍ତୀ ସମୟରେ ୨୦୧୧ ମସିହାରେ ନିଜର ଅନୁଷ୍ଠାନ ମାଧ୍ୟମରେ ଅଂଚଳର କୁନି କୁନି ପିଲାଙ୍କୁ ଶିକ୍ଷାଦାନ ଆରମ୍ଭ କରିଥିଲେ | ପରେ ୨୦୧୭ ମସିହାରେ ଗଞ୍ଜାମ ର ଲୋକ କଳା କଠଉ, ରଣପ୍ପା, ଚଡେୟା ଚଡ଼େୟାଣୀ, ବାଘ ନାଚ, କୁମ୍ଭ ନାଚ ଆଦି କୁ ନିଜେ ପ୍ରଗତି କଳା କେନ୍ଦ୍ର ନାମରେ ଏକ ଅନୁଷ୍ଠାନ ତିଆରି କରି ଶିକ୍ଷାଦାନ ଆରମ୍ଭ କରିଥିଲେ | ବର୍ତ୍ତମାନ ସେ ନୂଆ ନୂଆ ନୃତ୍ୟ ଶିଳ୍ପୀ ଙ୍କୁ ବିଭିନ୍ନ ପ୍ରକାର ନୃତ୍ୟ ଶିକ୍ଷା ଦାନ କରିବା ସହିତ ବିଭିନ୍ନ ମଞ୍ଚରେ ନିଜ ଛାତ୍ର ଛାତ୍ରୀ ମାନଙ୍କୁ ନାଚିବାର ସୁଯୋଗ ଦେଉଛନ୍ତି |ଏହା ବ୍ୟତୀତ ସିଦ୍ଧାର୍ଥ ଟିଭିର ଦେବଦାସୀ ୨, ଜି ସାର୍ଥକ ଟିଭିରେ ପ୍ରସାରିତ ହେଉଥିବା ଡ୍ୟାନ୍ସ ଓଡିଶା ଡ୍ୟାନ୍ସ, ତରଙ୍ଗ ଚ୍ୟାନେଲ ର ତରଙ୍ଗ ପରିବାର ଆୱାର୍ଡ ଭଳି ବିଭିନ୍ନ ରିୟାଲିଟି ଶୋ ରେ ନିଜ ପ୍ରତିଭା କୁ ପ୍ରତିପାଦନ କରିପାରିଛନ୍ତି | ଖାଲି ସେତିକି ନୁହେଁ, ଦିଲ୍ଲୀର ଓଡିଶା ଉତ୍କଳ ସମାଜ ଦ୍ୱାରା ଆୟୋଜିତ ଦେବଧାରା ମୋହତ୍ସବ, ମୁମ୍ବାଇ ର କାର୍ମିଭାଲ ମହୋତ୍ସବ, ବ୍ୟାଙ୍ଗଲୋର ର ଉତ୍କଳ ଦିବସ ମହୋତ୍ସବ, ମୁମ୍ବାଇ ର ଅଲ ଇଣ୍ଡିଆ ଓଡିଶୀ ଡ୍ୟାନ୍ସ ସେଲିବ୍ରେସନ, ମୟୁରଭଞ୍ଜ ର ଚଇତି ପର୍ବ, ବରଗଡ଼ ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଓ ବରଗଡ଼ ଜାତୀୟ ହସ୍ତ ଦନ୍ତ ସମ୍ମିଳନୀ, କଟକ ର ବାଲିଯାତ୍ରା, ଭବାନୀପାଟଣା ର ବୁଧ ମୋହତ୍ସବ, କୋଣାର୍କ ରେ କୋଣାର୍କ ମହୋତ୍ସବ, ପୁରୀ ବେଳାଭୂମି ମୋହତ୍ସବ, ଗୋପାଳପୁର ବେଳାଭୂମି ମହୋତ୍ସବ, ଭୁବନେଶ୍ୱର ର ଅଖିଳ ଭାରତୀୟ ଉତ୍କଳ ଫେଷ୍ଟିଭାଲ, ସମ୍ବଲପୁର ଠାରେ ମା ସମଲେଇ ଫେଷ୍ଟିଭାଲ ଓ ଦୁଲଦୁଲି ଫେଷ୍ଟିଭଲ, ରାୟଗଡା ରେ ଲକ୍ଷସ୍ୟ ଫେଷ୍ଟିଭାଲ, ଝାରସୁଗୁଡା ରେ ନୂଆ ଓ କାର‌୍ୟ୍ୟକ୍ରମ ଭଳି ବିଭିନ୍ନ ମୋହତ୍ସବ ରେ ନିଜ ନୃତ୍ୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିପାରିଛନ୍ତି | ମାଲେସିଆ ରେ ନିଜ ପ୍ରତିଭା କୁ ଲୋକଙ୍କ ପାଖରେ ପହଂଚାଇବା ପାଇଁ ତାଙ୍କୁ ସୁଯୋଗ ଦେଇଥିବାରୁ ସେ ତାଙ୍କ ଅନ୍ତର୍ଜାତୀୟ ଓଡିଶୀ ନୃତ୍ୟ ଗୁରୁ ତଥା ଗ୍ଲୋବାଲ ଆଇକନ ଶାଶ୍ୱତ ଯୋଶୀଙ୍କୁ ସେ ଧନ୍ୟବାଦ ଦେଇଛନ୍ତି | ସେ ମାଲେସିଆ ରୁ ଫେରିବା ପରେ ଛତ୍ରପୁର ସହରର କିଛି କଳା ପ୍ରେମୀ ଏବଂ ତାଙ୍କ ଛାତ୍ର ଛାତ୍ରୀ ମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି |

nis-ad
Leave A Reply

Your email address will not be published.