ତିନି କିଲୋରୁ ଉର୍ଦ୍ଧ୍ୱ ପରିମାଣର ଗଞ୍ଜେଇ ଜବତ: ବାପ-ପୁଅ ଗିରଫ…


ଦେବଗଡ଼,:ବେଆଇନ ଗଞ୍ଜେଇ ଚୋରା ଚାଲାଣ ଉଦ୍ୟମ ବେଳେ ବାରକୋଟ ଥାନା ପୁଲିସ ଚଢଉ କରି ଉକ୍ତ ଗଞ୍ଜେଇକୁ ଜବତ କରିବାସହ ଏ ଘଟଣାରେ ନଳବନ୍ଧ ଗ୍ରାମର ଯୋଗୀ ବେହେରା (୭୦)ଓ ତାଙ୍କ ପୁଅ ଖଗେଶ୍ୱର ବେହେରା(୪୫)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ନଳବନ୍ଧ ଗ୍ରାମର ଯୋଗୀ ବେହେରା ଓ ତାଙ୍କ ପୁଅ ଖଗେଶ୍ୱର ବେହେରା ଗଞ୍ଜେଇ ଚୋରାଚାଲାଣ ପାଇଁ ଉକ୍ତ ଗ୍ରାମର ପୁରୁଣାସାହି ଛକ ନିକଟସ୍ଥ ରାସ୍ତା କଡରେ ଏକ ଗଞ୍ଜେଇ ବସ୍ତା ସହ ଠିଆ ହୋଇଥିଲେ । ଏ ସମ୍ପର୍କରେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ବାରକୋଟ ଥାନା ସବ ଇନ୍ସପେକ୍ଟର ସନ୍ତୋଷ କୁମାର ଶତପଥି ସଦଲବଳେ ସେଠାରେ ଚଢଉ କରିଥିଲେ । ପଚରା ଉଚରା ସମୟରେ ସେମାନେ ରାଉରକେଲା ଅଚଂଚଳକୁ ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତି ଚଳାଇଥିବା ଜଣାପଡିଥିଲା । ଫଳରେ ପୁଲିସ ଉକ୍ତ ଗଞ୍ଜେଇ ଓ ବ୍ୟବହୃତ ପଲସର ବାଇକକୁ ଜବତ କରିବା ସହ ଉଭୟ ବାପ-ପୁଅଙ୍କୁ ବାରକୋଟ ଥାନାକୁ ଆଣିଥିଲା । ସେଠାରେ ମାଜିଷ୍ଟ୍ରେଟ ଉପସ୍ଥିତିରେ ଓଜନ କରିବାରୁ ଜବତ ଗଂଜେଇର ପରିମାଣ ୩କିଲୋ ଏକଶହ ଗ୍ରାମ ବୋଲି ଜଣା ପଡିଥିଲା । ପୁଲିସ ଫଳରେ ପୁଲିସ ଏ ନେଇ ଏନ୍‌ଡିପିଏସ୍ ଆକ୍ଟରେ ଏକ ମାମଲା ଋଜୁ କରିବାସହ ଉଭୟ ବାପ-ପୁଅଙ୍କୁ କୋର୍ଟ ଚାଲାଣ କରିଥିଲା ।

nis-ad
Leave A Reply

Your email address will not be published.