ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷଙ୍କ ଦ୍ୱାରା କାଲିମେଳା ବ୍ଲକ ଉତ୍କଳ ସାମ୍ବାଦିକ ସଂଘର କାର୍ଯ୍ୟାଳୟ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ

ମାଲକାନଗିରି (୧୭।୧) : ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ କାଲିମେଳା ବ୍ଲକ ଶାଖାର ନୂତନ କାର୍ଯ୍ୟାଳୟ ଗୃହ ନିର୍ମାଣ କାର୍ଯ୍ୟକୁ ଆଜି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଆଡମା ରାବା ଆନୁଷ୍ଠାନିକ ଭାବେ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତିା ଏହି କାର୍ଯ୍ୟାଳୟ ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯିବା ଆକଳନ କରା ଯାଇଥିବା ବେଳେ କାର୍ଯ୍ୟାଳୟରେ ସମ୍ମିଳନୀ କକ୍ଷ, କାର୍ଯ୍ୟାଳୟ ଗୃହ, ଶୌଚାଳୟ, ସ୍ନାନାଗାର, ଏବଂ ବିଶ୍ରାମ ଗୃହ ଇତ୍ୟାଦି ରହିବା ଶ୍ରୀ ରାବା ପ୍ରକାଶ କରିଛନ୍ତି ଯେ, କାଲିମେଳା ବ୍ଲକ ସଦର ମହକୁମାରେ ଏହି ସମ୍ମିଳନୀ କକ୍ଷ ନିର୍ମାଣ ଦ୍ୱାରା ବିଭିନ୍ନ ଅନୁଷ୍ଠାନ ଏଠାରେ ସେମାନଙ୍କର ବୈଠକ ଓ ସମ୍ମିଳନୀ କରିପାରିବେ । ଏଥିସହ ଅଂଚଳବାସୀଙ୍କ ବିଭିନ୍ନ ସମସ୍ୟା ସାମ୍ବାଦିକ କାର୍ଯ୍ୟାଳୟରେ ଜଣାଇ ସେମାନଙ୍କ ସମସ୍ୟାର ସମାଧାନ ନିମନ୍ତେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିପାରିବୋ ତେବେ ସାମ୍ବାଦିକ ମାନେ ସକାରାତ୍ମକ, ନିର୍ଭିକ ଓ ସତ୍ୟ ଘଟଣା ଉପରେ ସମ୍ବାଦ ପରିବେଷଣ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲୋ ଏହି କାର୍ଯ୍ୟକ୍ରମର ଜିଲ୍ଲା ସଭାପତି ଦୁର୍ଯ୍ୟୋଧନ ପାତ୍ର, କାର୍ଯ୍ୟକାରୀ ସଭାପତି ଅଶୋକ ମିୁଶ୍ର, ସାଧାରଣ ସମ୍ପାଦକ ଶ୍ରିନିବାସ ପାତ୍ର, ଜିଲ୍ଲା କୋଷାଧ୍ୟକ୍ଷ ହୃସିକେଷ ସେଠି, କାଲିମେଳା ବ୍ଲକ ସଭାପତି ରାଜେଶ ଓଝା, ଉପସଭାପତି ଭଇକି ବାରିକ, ଜିଲ୍ଲା ଉପସଭାପତି ମୁକୁନ୍ଦ ନାୟକ, ବିଦ୍ୟୁତ ବୈରାଗୀ, ସୌରଭ ମଣ୍ଡଳ, କୁଂଜବିହାରି ସେଠି, ପ୍ରଶାନ୍ତ କୁମାର ସାହୁ, ଏମ୍‌. ରବି କୁମାର,ଟି. ସତ୍ୟନାରାୟଣ ସୁବୁଧି, ପ୍ରଭାତ ସାହା, ଗୋବିନ୍ଦ ମଣ୍ଡଳ ପ୍ରଭୃତି ଅଂଶଗ୍ରହଣ କରିଥିଲୋ

nis-ad
Leave A Reply

Your email address will not be published.