ଗୁଡ଼ି ସୂତା ଲାଗି ୭ ବର୍ଷର ଶିଶୁ ଗୁରୁତର…

Balasore_1705495293

ଭୁବନେଶ୍ୱର  : କଲବଲ କରୁଛି ଗୁଡ଼ି ସୂତା । ପୁଣି ବଡ଼ ଅଘଟଣ । ଗୁଡ଼ି ସୂତା ଲାଗି ୭ ବର୍ଷର ଶିଶୁ ଗୁରୁତର। ଗୁରୁତର ଶିଶୁକୁ ପ୍ରଥମେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ଆଜି ଦିନ ୩.୩୦ ବେଳେ ଘଟଣା ଘଟିଛି । ଶିଶୁ ଜଣକ ନିଜ ବାପା ଶଶିକାନ୍ତ ମହାଲ ସହ ପିଉସା ଘର ମଲ୍ଲି ସସାରୁ ନିଜ ଗାଁ ଦୁମୁଦା ଫେରୁଥିବା ବେଳେ ବାଇକ ଆଗରେ ବସିଥିବା ଯୋଗୁଁ ଗୁଡ଼ି ସୂତା ଲାଗି ବେକ କଟି ଯାଇଥିଲା।ଫଳରେ ଶିଶୁଟି ଗୁରୁତର ହୋଇଯାଇଥିଲା । ପ୍ରଥମେ ଶିଶୁକୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତର କଟକ ସ୍ଥାନାନ୍ତର କରିଥିଲେ ।

nis-ad
Leave A Reply

Your email address will not be published.