ସୀମାନ୍ତରେ ସୁରକ୍ଷା ବାହିନୀକୁ ବଡ ସଫଳତା : ୩ ନକ୍ସଲ ଗିରଫ

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁରରେ ବିଭିନ୍ନ ଆକ୍ରମଣ, ଅଗ୍ନିକାଣ୍ଡ ଏବଂ ଅନ୍ୟାନ୍ୟ ମାଓ ଘଟଣାରେ ଜଡିତ ଥିବା ୩ ମାଓବାଦୀକୁ ଗିରଫ କରିଛି ସୁରକ୍ଷା ବାହିନୀ । ସୂଚନା ଅନୁଯାୟୀ ବିଜାପୁର ଜିଲ୍ଲାର ବାସାଗୁଡା-ଗଙ୍ଗାଲୁର ପୁଲିସ ଥାନା ଅନ୍ତର୍ଗତ ଏକ ଯାତ୍ରୀବାହୀ ବସ୍‌ରେ ଅଗ୍ନିକାଣ୍ଡ ଏବଂ ଲ୍ୟାଣ୍ଡମାଇନ ବିସ୍ଫୋରଣ ମାମଲାରେ ସାମିଲ ଥିବା ନକ୍ସଲଙ୍କୁ ଗିରଫ କରିଛି ସୁରକ୍ଷାବାହିନୀ । ଗିରଫ ନକ୍ସଲମାନଙ୍କୁ ଆଇନଗତ ପ୍ରକ୍ରିୟା ପରେ କୋର୍ଟରେ ହାଜର କରାଯାଇଛି । ପୁଲିସ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ବାସାଗୁଡା ପୁଲିସ ଥାନା ଏବଂ କୋବ୍ରା ବାଟାଲିୟନ ୨୧୦ର ମିଳିତ ଟିମ ତିମାପୁର ନେଡ୍ରା ଅଞ୍ଚଳ ଆଡକୁ ନକ୍ସଲ ବିରୋଧୀ ଅପରେସନ ପାଇଁ ଯାଇଥିଲେ । ଏହି ସାମୀରେ ଜଙ୍ଗଲ ମଧ୍ୟରେ ଲୁଚି ରହିଥିବା ତିନିଜଣ ମାଓ ମିଲିସିଆ ସଦସ୍ୟକୁ ଗିରଫ କରିଥିଲେ ସୁରକ୍ଷା ବାହିନୀ । ଗିରଫ ମାଓବାଦୀ ମାନେ ହେଲେ ସବଲମ ସୋମା, କୋରସା ଦଶରୁ, ପୁନେମ ସୁରେଶ । ଗିରଫ ମାଓବାଦୀଙ୍କ ନିକଟରୁ ଯବାନ ମାନେ ବିପୁଳ ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ କରିଥିବା ବେଳେ ଗିରଫ ମାଓବାଦୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣା ପଡିଛି ।

nis-ad
Leave A Reply

Your email address will not be published.