ପଶ୍ଚିମବଙ୍ଗରେ ଇଡି ଅଧିକାରୀଙ୍କ ଉପରେ ଆକ୍ରମଣର ମିଳିତ ତଦନ୍ତ କରିବେ ସିବିଆଇ ଓ ଏସଆଇଟି…

WhatsApp-Image-2024-01-17-at-19.30.28-750x430

କୋଲକାତା: ପଶ୍ଚିମବଙ୍ଗରେ ଇଡି ଅଧିକାରୀଙ୍କୁ ହୋଇଥିବା ଆକ୍ରମଣ ମାମଲାରେ କାଲକାଟା ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ମିଳିତ ତଦନ୍ତ ସିବିଆଇ ଓ ପୁଲିସର  ଏସଆଇଟି ଦ୍ୱାରା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯଥାଶୀଘ୍ର ପଶ୍ଚିମବଙ୍ଗ ପୁଲିସର ଏସଆଇଟି ଟିମ୍ ଗଠନ କରାଯାଉ ବୋଲି ହାଇକୋର୍ଟ କହିଛନ୍ତି।

ଇଡି ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ଅଭିଯୋଗ କରିଥିଲା ଯେ ପଶ୍ଚିମବଙ୍ଗ ପୁଲିସ ଏହି ମାମଲାର ତଦନ୍ତରେ କୋହଳତା ଅବଲମ୍ବନ କରୁଛି ଓ ଏହାର ସିବିଆଇ ତଦନ୍ତ ହେଉ ବୋଲି ଦାବି କରିଥିଲା । ଇଡି ଅଧିକାରୀଙ୍କ ଉପରେ ହୋଇଥିବା ଭିଡ ଆକ୍ରମଣର ତଦନ୍ତ ରାଜ୍ୟ ପୁଲିସଠାରୁ ସିବିଆଇକୁ ହସ୍ତାନ୍ତର କରାଯାଉ ବୋଲି ଇଡି ଆବେଦନ କରିଥିଲା ।

ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାର ସନ୍ଦେଶଖାଲିରେ ଥିବା ଟିଏମସି ନେତା ଶାଜାହାନ ଶେଖଙ୍କ ବାସଭବନରେ ଚଢ଼ାଉ କରିବାକୁ ଇଡି ଟିମ ଯାଇଥିବା ବେଳେ ଅଧିକାରୀମାନଙ୍କ ଉପରେ ସ୍ଥାନୀୟ ଲୋକମାନେ ଆକ୍ରମଣ କରିଥିଲେ । ଇଡି ଟିମ୍ ଏବଂ ଏକ କମ୍ପ୍ଲେକ୍ସରେ ଥିବା ସିଆରପିଏଫ ଯବାନଙ୍କୁ ୮୦୦ରୁ ୧୦୦୦ ଲୋକ ହତ୍ୟା କରିବା ଉଦ୍ଦେଶ୍ୟରେ ଆକ୍ରମଣ କରିଥିଲେ, କାରଣ ସେମାନଙ୍କ ପାଖରେ ଲାଠି, ପଥର ଓ ଇଟା ଭଳି ଅସ୍ତ୍ରଶସ୍ତ୍ର ଥିଲା। ଏହି ଆକ୍ରମଣରେ ୩ ଅଧିକାରୀ ଆହତ ହୋଇଥିଲେ ବୋଲି ଇଡି କହିଛି। ଏହି ସମୟରେ ସାମଗ୍ରୀ ମଧ୍ୟ ଲୁଟ୍ ହୋଇଥିଲା।

nis-ad
Leave A Reply

Your email address will not be published.