ହିଞ୍ଜିଳିକାଟୁରେ ସପ୍ତାହବ୍ୟାପୀ ଶ୍ରୀମଦ୍ ଭାଗବତ କଥାମୃତ…

ହିଞ୍ଜିଳିକାଟୁ ୧୭/୧ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଲକ୍ଷ୍ମୀ ନୃସିଂହ ମନ୍ଦିର ଆଗରେ ହିଞ୍ଜିଳିକାଟୁ ଭଗଵତ କଥା ଵିତରଣ ପରିଷଦ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବୁଧବାର ସଂନ୍ଧ୍ୟାରେ ସପ୍ତାହ ବ୍ୟାପୀ ଶ୍ରୀମଦ୍ ଭାଗବତ କଥାମୃତ ଆରମ୍ଭ ହୋଇଛି । ଭଗବତ କଥାମୃତ ପାଠ ଏବଂ ଶ୍ରବଣ ଦ୍ବାରା ଆତ୍ମା ପବିତ୍ର ହୋଇଥାଏ ବୋଲି ବିଶ୍ବାସ ରହିଛି । ଭଗବତ କଥା ଵିତରଣ ପରିଷଦ ଚାରିଟେବୁଲ ଟ୍ରଷ୍ଟ ଦୀର୍ଘ ୨୫ ବର୍ଷ ହେବ ଭାଗବତ ପରାୟଣ କାର୍ଯ୍ୟକ୍ରମ ସହ ପ୍ରବଚନ କରିଆସୁଛି । ଏହି କଥାମୃତ ୧୭ ତାରିଖ ଠାରୁ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ବିତରଣ ପରିଷଦର ସଭାପତି ଦେବାନନ୍ଦ ମହାପାତ୍ର ସୁଚନା ଦେଇଛନ୍ତି।କୁ ।

ଭଗବତ କଥାମୃତ ସନ୍ଥ ଅଯୋଧ୍ୟା ଦାଶ ମହାରାଜା କାର୍ଯ୍ୟକ୍ରମରେ ଯୋଗ ଦେଇ ଭକ୍ତିମାନଙ୍କ ମାର୍ଗଦର୍ଶନ କରୁଛନ୍ତି । ଉକ୍ତ ଭବ୍ୟ କାର୍ଯ୍ୟକ୍ରମରେ ଶତାଧୂକ ଭଗବତ୍ ପ୍ରେମୀ ଯୋଗ ଦେଇ ପ୍ରଭୃଙ୍କର ଆଶିଷ ପାଇବା ସହିତ ପ୍ରଭୃଙ୍କର ଗୁଣଗାନର ସୌଭାଗ୍ୟ ଲାଭ କରୁଛନ୍ତି । ଗୀତା
ଜ୍ଞାନାମୃତକୁ ପ୍ରବଚନ ମାଧ୍ୟମରେ ଶୁଣିବାକୁ ମିଳୁଥିବାରୁସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଖୁବ ଉତ୍ସାହ ଦେଖାଦେଇଛି । ଭାଗବତ କଥା ଵିତରଣ ପରିଷଦ ଚାରିଟେବୁଲ ଟ୍ରଷ୍ଟ ସଭାପତି ଦେବାନନ୍ଦ ମହାପାତ୍ର, ଉପସଭାପତି ଲକ୍ଷ୍ମୀ ନାରାୟଣ ପଣ୍ଡା,ଏ ଶଙ୍କର ଚାରି, ସମ୍ପାଦକ ମନୋଜ କୁମାର ସାହୁ, କୋଷାଧ୍ୟକ୍ଷ ଗୌରହରି ପୃଷ୍ଟି, ସହ ସମ୍ପାଦକ ତରୁଣ କୁମାର ପଣ୍ଡା ଙ୍କ ସମେତ କମିଟିର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରୁଛନ୍ତି ।

nis-ad
Leave A Reply

Your email address will not be published.