ବିକଶିତ ଭାରତ ସଂକଳ୍ପଯାତ୍ରାରେ ପୌରପରିଷଦ ଅବହେଳା…

ଉମରକୋଟ : ସୂଚନା ପ୍ରକାର ଆଜି ନବରଙ୍ଗପୁର ଜିଲ୍ଲା ଅନ୍ତର ଗତ ଉମରକୋଟ ନୂତନ ବାସଷ୍ଟାଣ୍ଡ ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର କାର୍ଯକ୍ରମ ହୋଇଯାଇଅଛି | ଏହି କାର୍ଯକ୍ରମ ଉମରକୋଟ ପୌରପରିଷଦ ଅଫିସ କର୍ମଚାରୀ ମାନଙ୍କୁ ଦାୟିତ୍ତ ଦିଆ ଯାଇଥିଲା | କାର୍ଯ୍ୟକ୍ରମ ଟି ଅପରାହନ୍ନ ୧ଘଣ୍ଟା ସମୟରେ ଆରମ୍ଭ ହେବାର ଥିଲା କିନ୍ତୁ କର୍ମଚାରୀଙ୍କ ଅବହେଳା ଯୋଗୁ ଅପରାହନ୍ନ ୪ଘଣ୍ଟାରେ ଆରମ୍ଭ ହୋଇଥିଲା | ସଭାସ୍ଥଳରେ ଯେଉଁ ଷ୍ଟଲ କରାଯାଇଥିଲା ସେଗୁଡ଼ାକ ଖାଲି ପରିଥିଲା ଏବଂ ବିଭିନ୍ନ ଅଫିସ କର୍ମଚାରୀ ମାନଙ୍କୁ ନିମନ୍ତ୍ରଣ ବା ଖବର କରାଯାଇ ନ ଥିଲା, ଶିଶୁ ବିକାଶ ବିଭାଗ, ଶାସ୍ଥ ବିଭାଗ, କୃଷି ବିଭାଗ, ଏବଂ ସ୍ଵୟଂ ସହାୟକ ଗୋଷ୍ଠୀ ଉପସ୍ଥିତ ହେଇପାରିଲା ନାହିଁ |ଏସବୁ ପରିସ୍ଥିତି ଦେଖି ଉମରକୋଟ ବିଧାୟକ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କ୍ଷୁବ୍ଧ ପୌରପରିଷଦ କର୍ମଚାରୀ ମାନଙ୍କୁ ବିଭିନ୍ନ ପ୍ରଶ୍ନ କରିଥିଲେ | କାରଣ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ ଏହି ଭାରତ ବିକଶିତ ସଂକଳ୍ପ କାର୍ଯ୍ୟକ୍ରମ | ଉମରକୋଟ ବିଧାୟକ ସମସ୍ତଙ୍କୁ ଠିଆ ହୋଇ ପ୍ରଧାନ ମନ୍ତ୍ରୀଙ୍କ ଭାରତ ବିକାଶ କାର୍ଯ୍ୟକ୍ରମ କୁ ଆଗେଇ ନେବା ପାଇଁ ସଂକଳ୍ପ କରାଇଛନ୍ତି |
ଏଥିରେ ବିଭ୍ରାଟ ଦେଖି ସାଧାରଣ ଜନତା ମଧ୍ୟ ଭୀଷଣ ଦୁଃଖ୍ୟ ପ୍ରକାଶ କରିଛନ୍ତି | ଆଗାମୀଦିନରେ ଦିନରେ ଏଭଳି ପରିସ୍ଥିତି ହେଲେ ସାଧାରଣ ଜନତା ଉଚିତ ଜବାବଦେବେ ବୋଲି କହିଛନ୍ତି |

nis-ad
Leave A Reply

Your email address will not be published.