ବିଭାଜନସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଉଠା ଜଳ ସେଚନ ବିଭାଗ ପକ୍ଷରୁ ପାଣି ପଞ୍ଚାୟତ ପକ୍ଷ ୨୦୨୪ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସମଗ୍ର ରାଜ୍ୟରେ ଏହି କାର୍ଯ୍ୟକ୍ରମ ୨୦୨୪ ଜାନୁଆରୀ ୧୬ ରୁ ୩୦ ତାରିଖ ପର୍ଯ୍ୟନ୍ତ ପାଳିତ ହେଉଛି । ଜଳ ପରିଚାଳନା କ୍ଷେତ୍ରରେ ସମସ୍ତଙ୍କ ଗୁରୁତ୍ବପୂର୍ଣ ଅବଦାନକୁ ସମ୍ମାନ ଓ ସ୍ୱୀକୃତି ଜଣାଇବା ପାଇଁ ଏହା ଏକ ସୁନ୍ଦର ପ୍ରୟାସ ଆରମ୍ଭ କରାଯାଇଛି l
ଯାହା ସୂଚନା ରହିଛି ୧୯୯୫ ରୁ ୨୦୦୨ ମଧ୍ୟରେ ରାଜ୍ୟରେ ମାତ୍ର ୭୦୦ ଜଳ ବ୍ୟବହାରକାରୀ ସଂଘ ଥିବା ବେଳେ ଆଜି ୩୯, ୨୮୯ ଅଧିକ ପାଣି ପଞ୍ଚାୟତ ଗଠନ ହୋଇପାରିଛି। ଏଥିରୁ ପ୍ରମାଣିତ ଯେ ଜଳ ପରିଚାଳନା ଏବେ ଅଧିକ ସହଭାଗିତା ଭିଭିକ ହୋଇପାରିଛି।ଏହା ସହିତ ଯାଣି ପଞ୍ଚାୟତରେ ମହିଳାମାନଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଁ ଚାଷୀମାନଙ୍କ ପରିବାରର ମହିଳା ସଦସ୍ୟମାନଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ପାଣି ପଞ୍ଚାୟତ ମାଧ୍ୟମରେ କିପରି ଲୋକ ମାନେ ସୁବିଧା ପାଇ ପାରୁଛନ୍ତି ସେ ଉପରେ ବକ୍ତବ୍ୟ ରଖିଥିଲେ l ସମ୍ମାନୀତ ଅତିଥି ଭାବେ ଖଜୁରୀପଡ଼ା ବ୍ଳକ ଅଧ୍ୟକ୍ଷା ସୁଶ୍ରୀ ଅନିମା କହଁର ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ପିଡି ୱାଟର ଶେଡ଼ ଫୁଲବାଣୀ,ସହକାରୀ ଫିସେରୀ ଅଫିସର, ବ୍ଲକ କୃଷି ଅଧିକାରୀ, ସହକାରୀ ପୁଶୁ ବିଭାଗୀୟ ଅଧିକାରୀ, ଏସ୍ଡିଓ ଟିପିସୋଡଲ,ଏସ୍ଡିଓ ଓଏଲ ଆଇ ସି ପ୍ରମୂଖ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.