ଦୁଇଗୋଷ୍ଠୀ ମଧ୍ୟରେ ଜମି ବିବାଦ : ଗୋଟିଏ ଗୋଷ୍ଠୀ ବ୍ଲକ ଅଫିସରେ ଧାରଣା

ଦାରିଙ୍ଗବାଡି (୧୬/୧) : ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଜମି ବିବାଦ କୁ ନେଇ ବ୍ଲକ କାର୍ଯ୍ୟାଳୟରେ ଧାରଣା ଦେଲେ। ଗୋଟିଏ ଗୋଷ୍ଟିର ଗ୍ରାମବାସୀ ଦାରିଙ୍ଗବାଡି ଥାନା ଅନ୍ତର୍ଗତ ସଲୁବାଡ଼ି, ଶ୍ରାମବାଡ଼ି ଓ ବୁରାପେନୁ ଗ୍ରାମର ଗ୍ରାମବାସି ଗୋଷ୍ଠୀ ଓ କେରୁବାଡ଼ି ମୌଜାର ଲୋକଙ୍କ ମଧ୍ୟରେ ଜମିଜମା ବିବାଦ ହୋଇଥିବା ଯୋଗୁଁ କେରୁବାଡ଼ି ଲୋକ ଶ୍ରାମବାଡି ରାସ୍ତାରେ ତାରବାଡ଼ ଭିଡ଼ି ରାସ୍ତା ଅବରୋଧ କରିବା ସହ ରାସ୍ତା ପାଖରେ ଥିବା ଗୋଚର ଜମିକୁ ମଧ୍ୟ ତାରବାଡ ଭିଡିଛନ୍ତି।ଫଳରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇ ରହିଛି । ଗାଁକୁ କୌଣସି ଗାଡ଼ି ଯାଇପାରୁ ନାହିଁ । ଗାଡ଼ି ଯାତାୟାତ ନହେବା ଫଳରେ ଆବାସ ଯୋଜନା କାର୍ଯ୍ୟ ବନ୍ଦ ହୋଇ ରହିଥିବା ଶ୍ରାମବାଡ଼ି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗୋଚର ଜମିରେ ବ୍ୟକ୍ତିଗତ ଭାବେ କେରୁବାଡ଼ି ଲୋକ ଚାଷ କରୁଥିବ ବେଳେ ଆମ ଓଡ଼ିଶା ନବୀନ ଓଡ଼ିଶାରୁ ଆସିଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ମିଶନ ଶକ୍ତି ଘର ନିର୍ମାଣ କରିବା ପାଇଁ କେରୁବାଡି ଲୋକ ବିରୋଧ କରୁଥିବା ଶ୍ରାମବାଡ଼ି ଲୋକେ ଅଭିଯୋଗ କରିଛନ୍ତି । ଏହାର ସମାଧାନ ପାଇଁ ଗ୍ରାମବାସୀ ମାନେ ବିଡ଼ିଓ କାର୍ଯ୍ୟାଳୟରେ ଧାରଣ ଦେଇ ଥିଲେ । ବିଡ଼ିଓ ଗଦାଧର ପାତ୍ର, ତହସିଲଦାର ଶରତ ଶବର ଓ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ୭ ଦିନ ମଧ୍ୟରେ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯିବା ବୋଲି ପ୍ରତିଶୃତି ଦେଇଥିବା ଜଣାପଡିଛି।

nis-ad
Leave A Reply

Your email address will not be published.