୭୬ ତମ ସେନା ଦିବସ ପାଳିତ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସ୍ଥିତ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ, ଫୁଲବାଣୀ ଠାରେ ୭୬ ତମ ସେନା ଦିବସ ପାଳିତ ହୋଇ ଯାଇଛି l ଏହା ପ୍ରତି ବର୍ଷ ଜାନୁୟାରୀ ୧୫ ତାରିଖରେ ପାଳିତ ହୋଇଥାଏ l ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କର୍ଣ୍ଣଲ ଶିଶିର କୁମାର ଘୋଷ ସମଗ୍ର ବିଶ୍ୱରେ ଭାରତୀୟ ସେନା କ୍ଷେତ୍ରରେ ଚତୁର୍ଥ ସ୍ଥାନ ହାସଲ କରିଛି l ଆମେରିକା,ଚାଇନା ରୁଷିଆ ପରେ ଭାରତ ରହିଛି ବୋଲି କହିଥିଲେ l ଭାରତୀୟ ସେବା ପାଇଁ ଏହି ପର୍ବ ଦେଶର ନାଗରିକଙ୍କ ମଧ୍ୟରେ ଦେଶ ପାଇଁ ଗର୍ବ ଏବଂ ନିରାପତ୍ତା ଭାବନା ଜାଗ୍ରତ କରେ ଏବଂ ସେମାନଙ୍କୁ ଭାରତୀୟ ସେବା ପ୍ରତି ଅଦମ୍ୟ ପ୍ରତିବଦ୍ଧତା ମନେ ପକାଇଥାଏ ବୋଲି ମଞ୍ଚାସୀନ ଅତିଥିବୃନ୍ଦ କହିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଅବସର ପ୍ରାପ୍ତ ସେନା କର୍ମଚାରୀ ତଥା ଉପ ସଭାପତି ଏନ ପ୍ରେମ ଚୌଧୁରୀ,ସମ୍ପାଦକ ହଳ ପାଣି ସେଠୀ ପ୍ରମୂଖ ଉପସ୍ଥିତ ଥିଲେ l ଏଥି ସହିତ ସହିଦ ପରିବାରଙ୍କୁ ସମ୍ମାନିତ କରାଯାଇଥିଲା l ପରେ ପରେ ନଟରାଜ କଳା ମନ୍ଦିର ପକ୍ଷରୁ ଦେଶାତ୍ମକ ସଂଗୀତ ନୃତ୍ୟ ପରିବେଷଣକରାଯାଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ମୁକ୍ତି କାନ୍ତ ମହାନ୍ତି, ଅଶୋକ କୁମାର ମେକାପ ପ୍ରମୂଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ l ଟି ଶିବ ଶଙ୍କର ପାତ୍ର ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l

nis-ad
Leave A Reply

Your email address will not be published.