ହିଞ୍ଜିଳିରେ ପୁଣି ମାତିଲେ ଲୁଟେରା : ୩ ଟ୍ରାକ୍ଟରରୁ ବ୍ୟାଟେରୀ ସହ ୪୦ଲିଟରରୁ ଉର୍ଦ୍ଧ୍ୱ ଡିଜେଲ ଚୋରୀ…

ପ୍ରାଟ୍ରୋଲିଂ ବ୍ୟବସ୍ଥା କଡକଡି କରିବାକୁ ଦାବୀ

ହିଞ୍ଜିଳିକାଟୁ, ୧୫ା୧(): କିଛି ଦିନର ନିରବତା ପରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅଞ୍ଚଳରେ ପୁଣି ଥରେ ଲୁଟେରାଙ୍କ ପାର୍ଦୁଭାବ ଦେଖାଦେଇଛି । ହିଞ୍ଜିଳି ପୁଲିସ ପ୍ରଶାସନ ପକ୍ଷରୁ ରାତ୍ରକାଳୀନ ପାଟ୍ରୋଲିଂ ବ୍ୟବସ୍ଥା କଡାକଡି କରାଯାଉନଥିବା ଯୋଗୁଁ ଦିନକୁ ଦିନ ଲୁଟେରା ମାନେ ସକ୍ରିୟ ହେବା ସହ ସ୍ଥାନୀୟ ଥାନା ଇଲାକାରେ ଲୁଟ୍ ଘଟଣା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ଲୁଟେରା ଦଳ ସ୍ଥାନୀୟ ଥାନା ଅଞ୍ଚଳର ବିଭିନ୍ନ ଗ୍ରାମରେ ପଶି ଘର ସମ୍ମୁଖରୁ ବାଇକ୍‌, ଘର ତାଲା ଭାଙ୍ଗି ଘରକରଣା ସାମଗ୍ରୀ ସହ ବହୁ ସମୟରେ ୪ ଓ ୬ ଚକିଆ ଯାନରୁ ବ୍ୟାଟେରୀ ଓ ଡିଜେଲ କରିନେଉଥିବା ନଜିର ରହିଛି । ରବିବାର ବିଳମ୍ବିତ ରାତିରେ ହିଞ୍ଜିଳିକାଟୁ ପୌରାଞ୍ଚଳ ୭ନଂ ୱାର୍ଡ ସୋମପୁର ନିକଟସ୍ଥ ଏସଏସ ରୟାଲ ପ୍ୟାଲେସ ସମ୍ମୁଖରୁ ସରୋଜ ଶତପଥୀଙ୍କ ୨ଟି ଟ୍ରାକ୍ଟର ଓଡି୦୭ଡି ୯୮୮୦ ଓ ଓଡି୦୭ ୮୭୭୨ରୁ ଲୁଟେରା ମାନେ ଟ୍ରାକ୍ଟରରୁ ୨ଟି ବ୍ୟାଟେରୀ ସହ ୪୦ ଲିଟରରୁ ଉର୍ଦ୍ଧ ଡିଜେଲ ଚୋରି କରି ନେଇଛନ୍ତି । ସୋମବାର ସକାଳୁ ସରୋଜ ଶତପଥୀ ଆସି ୨ଟି ଟ୍ରାକଟରରୁ ବ୍ୟାଟେରୀ ଓ ଡିଜେଲ ଚୋରୀ ହୋଇଥିବା ଜାଣିପାରି ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି । ସେହିପରି ସେହିଦିନ ରାତିରେ ସୋମପୁର ପବିତ୍ର କୁମାର ପାତ୍ରଙ୍କ ଟ୍ରାକ୍ଟର ନଂ- ଓଡି୦୭ଏଟି ୦୮୫୯ ଘର ସମ୍ମୁଖରେ ରଖାଯାଇଥିବା ବେଳେ ବିଳମ୍ବିତ ରାତିରେ ଲୁଟେରା ମାନେ ସେହି ଟ୍ରାକ୍ଟର ରୁ ମଧ୍ୟ ବ୍ୟାଟେରୀ ଚୋରୀ କରି ନେଇଥିବା ନେଇ ପବିତ୍ର ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି । ଅନୁରୂପ ଭାବେ ଗତ ଡିସେମ୍ବର ୨୮ ତାରିଖ ବିଳମ୍ବିତ ରାତିରେ ସ୍ଥାନୀୟ ପୌରାଞ୍ଚଳ ନୂଆଁଗଡ ଗ୍ରାମ ନିକଟସ୍ଥ ଏକ ଶୈଚାଳୟ ଘରର ତାଲା ଭାଙ୍ଗି ଲୁଟେରା ମାନେ ଘର ଭିତରୁ ଲକ୍ଷାଧିକ ଟଙ୍କାର ଲୁହା କଟର ମେସିନ, ପାଣିମୋଟର, କୋଡି, ଶାବଳ ସହ ବହୁ ବୈଦୁଁତିକ ଯନ୍ତ୍ରାଂଶ ଚୋରୀ କରି ନେଇଥବା ଜଣାପଡିଛି । ଘଟଣା ନେଇ ଠିକାଦାର ଗୋପାଳ ସାହୁ ଡିସେମ୍ବର ୨୮ ତାରିଖରେ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଗତ କିଛି ଦିନ ଧରି ସ୍ଥାନୀୟ ଥାନା ଅଞ୍ଚଳରୁ ପ୍ରତ୍ୟେହ ଛୋଟବଡ ଚୋରୀ ହେଉଥିବା ନଜିର ରହିଛି । ସ୍ଥାନୀୟ ପୁଲିସ ପ୍ରଶାସନ ପକ୍ଷରୁ କୌଣସି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ସ୍ଥାନୀୟ ଅଞ୍ଚଳରେ ଲୁଟେରା ମାନଙ୍କ ପାର୍ଦୁଭାବ ବୃଦ୍ଧି ପାଇବାରେ ଲାଗିଛି । ଏ ଦିଗରେ ପୁଲିସ ପ୍ରଶାସନ ପକ୍ଷରୁ ରାତ୍ରକାଳୀନ ପାଟ୍ରୋଲିଂ ବ୍ୟବସ୍ଥା କଡାକଡି କରାଯିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବି ମହଲରେ ମତପ୍ରକାଶ ପାଇଛି ।

nis-ad
Leave A Reply

Your email address will not be published.