ବେଳାଭୂମି ମହୋତ୍ସବକୁ ରାଜନୈତିକ ରଙ୍ଗ ଦିଆ ନ ଯାଉ : ପୀତବାସ ପଣ୍ଡା

ବ୍ରହ୍ମପୁର: ଚଳିତ ବର୍ଷ ଡେରିରେ ହେଲେ ମଧ୍ୟ ସରକାର ଓ ପ୍ରଶାସନ ଗୋପାଳପୁର ମହୋତ୍ସବ ଆୟୋଜନ କରିବାକୁ ଯେଉଁ ଉଦ୍ୟମ କରିଛି ତାକୁ ରାଜନୈତିକ ରଙ୍ଗ ନ ଦେବା ପାଇଁ ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ତଥା ରାଜ୍ୟ ଆଇନଜୀବି ପରିଷଦର ସଦସ୍ୟ ଶ୍ରୀ ପୀତବାସ ପଣ୍ଡା ଆହ୍ୱାନ ଦେଇଛନ୍ତି । ଗତବର୍ଷ ମହୋତ୍ସବ କମିଟି ସ୍ଥାନୀୟ କଳାକାର ,ବୁଦ୍ଧିଜୀବୀ, ଓକିଲ,ଡାକ୍ତର ,ବିଭିନ୍ନ ରାଜନୈତିକ ଦଳ ଓ ସିଭିଲ ସୋସାଇଟି ର କର୍ମକର୍ତ୍ତାଙ୍କୁ ନିମନ୍ତ୍ରଣ ପତ୍ରଟିଏ ମଧ୍ୟ ଦେଲେ ନାହିଁ । ଏହିପରିକି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କୁ ନିମନ୍ତ୍ରଣ କରାଗଲା ନାହିଁ । ଦଳୀୟ କର୍ମୀ ସମାବେଶ ପରି ଉତ୍ସବକୁ ଆୟୋଜନ କରିଥିଲେ ଜିଲ୍ଲା ପ୍ରଶାସନ ଓ ଶାସକ ଦଳ । ଅତଏବ ଏହି ପରିପ୍ରେକ୍ଷୀରେ ଗୋପାଳପୁର ବେଳାଭୂମିର ସୌନ୍ଦର୍ଯ୍ୟ ,ଜିଲ୍ଲାରେ ବ୍ୟବସାୟିକ ଉନ୍ନତି ଓ ସ୍ଥାନୀୟ କଳାକାରଙ୍କ ପ୍ରତିଭାର ବିକାଶକୁ ଦୃଷ୍ଟିରେ ରଖି ମହୋତ୍ସବ କମିଟି ମହୋତ୍ସବ କରୁ ।ରାଜ୍ୟ ବାହାର ବିଭିନ୍ନ କଳାକାର ମାନଙ୍କୁ ଆଣିବାରେ ଅସୁବିଧା ନାହିଁ କିନ୍ତୁ ଜିଲ୍ଲାର ଲୋକନୃତ୍ୟ ଓ କଳାକାରଙ୍କୁ ସୁଯୋଗ ଦିଆଯାଉ । ମହୋତ୍ସବରେ ଖର୍ଚ୍ଚ କରାଯାଉଥିବା ଅର୍ଥ ରାଶିର ସାର୍ବଜନୀନ କରିବା ପାଇଁ ଶ୍ରୀ ପଣ୍ଡା ଦାବି କରିବା ସହିତ ଯଦି ଏହା ଦଳୀୟ ଭିତ୍ତିରେ ଆୟୋଜନ କରାଯିବ ତେବେ ଏହାକୁ ବିରୋଧ କରାଯିବ ବୋଲି ଶ୍ରୀ ପଣ୍ଡା ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।

nis-ad
Leave A Reply

Your email address will not be published.