ଢୋଲ ଭିତରେ ମୂଷା…!

ପ୍ରଶାସନିକ ଅଧିକାରୀଙ୍କ କବ୍ଜା ରେ ଗଞ୍ଜାମ : ଜିଲ୍ଲାରୁ ଯିବାକୁ ନା ଧରୁନାହାନ୍ତି ବାବୁ ମାନେ ..!


ବ୍ରହ୍ମପୁର:୧୨-୧ ଗଞ୍ଜାମ ଜିଲ୍ଲାକୁ ଥରେ ଆସିଲେ ବାବୁ ମାନେ କୋଳି ଖାଇ ମଞ୍ଜି ପୋତିଲା ଭଳି ଏଠାରୁ ଯିବାକୁ ନାରାଜ ଥିବା ଜିଲ୍ଲାର ବହୁ ବ୍ଲକ ଅଞ୍ଚଳ ରେ ଦେଖିବାକୁ ମିଳୁଛି। ଗଞ୍ଜାମ ଜିଲ୍ଲା କୁ ଆସିବାକୁ ଏଠାରୁ ଯିବାକୁ ତୃତୀୟ ମହଲା ର ଆଶୀର୍ବାଦ ନିହାତି ଜରୁରୀ l ଏମାନେ ପୋଷାମେଣ୍ଢା ବୋଲ ମାନି ରହୁଥିବା ବାବୁଙ୍କ ସଂଖ୍ୟା ଏବେ ଜିଲ୍ଲା ରେ ବେଶି ରହିଥିବା ଚର୍ଚ୍ଚା ହେଉଛି। ଗଞ୍ଜାମ ଜିଲ୍ଲା ରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ରେ ଏବେ ପିସି ଚରମସୀମା ରେ ପହଞ୍ଚିଛି। ଏହା ସାଙ୍ଗକୁ ବାଲି, ମଦ. ଗଞ୍ଜେଇ, କାଠ ମାଫିଆ ଙ୍କ ସହ ଏହି ବାବୁ ମାନଙ୍କ ସମ୍ପୃକ୍ତି ଥିବା ଯୋଗୁଁ ବାବୁମାନେ ଜଣେ ଜଣେ କୁବେର ହୋଇଥିବା ମଧ୍ୟ ଚର୍ଚ୍ଚା ହେଉଛି। ତୃତୀୟ ମହଲା ର ଆଶୀର୍ବାଦ ରେ ଏ ବ୍ଲକ ରୁ ସେ ବ୍ଲକ କୁ ବଦଳୀ ହୋଇ ଦୀର୍ଘ ଦଶ ବର୍ଷରୁ ଉର୍ଦ୍ଧ ଜଣେ ଜଣେ ପ୍ରଶାସନିକ ଅଧିକାରୀ ରହିଥିବାର ନଜିର ରହିଛି। ତଳ ମୁଣ୍ଡ ରୁ ଉପର ମୁଣ୍ଡ ପର୍ଯ୍ୟନ୍ତ ସମସ୍ତ ଙ୍କୁ “ସାଇଲେନ୍ସ ପ୍ଳିଜ” କରାଯାଉଥିବା ଯୋଗୁଁ ଏହି ଜିଲ୍ଲାର କୁବେର ବାବୁ ମାନଙ୍କ ଉପରେ ଦୁର୍ନୀତି ନିବାରଣ ବିଭାଗ ର ନଜର ପଡୁନଥିବା ମଧ୍ୟ ଚର୍ଚ୍ଚା ର ବିଷୟ ହୋଇଛି। ଯେଉଁ ବାବୁ ବୋଲ ମାନିବେ ନାହିଁ ଆଉ ଟିକେ ରୁକ୍ଷ ଦକ୍ଷ ହେବାର ନଜର କୁ ଆସିଲେ ସେହି ବାବୁଙ୍କ ସ୍ଥାନ ଗଞ୍ଜାମ ରେ ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି। ରାଜ୍ୟର ଅନ୍ୟ ଜିଲ୍ଲା ମାନଙ୍କ ମଧ୍ୟରୁ ଏବେ ଗଞ୍ଜାମ ଜିଲ୍ଲା ବାବୁ ମାନଙ୍କ ପାଇଁ ସୁରକ୍ଷିତ ଓ ଆଦାୟ ର ପନ୍ଥା ପାଲଟିଛି, ଏହା ସହ ଜିଲ୍ଲା କୁ ଆସିବାକୁ ବାବୁ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ହେଉଥିବା ଚର୍ଚ୍ଚା ହେଉଛି। ଗଞ୍ଜାମ ଭାଷାରେ ଲୋକେ କୁହା କୁହି ହୁଅନ୍ତି, ବାବୁ ମାନେ ଆସିବା ବେଳେ ରିକ୍ସା ରେ ଗଲା ବେଳେ ଟ୍ରକରେ ବୋଲି।ଏହି ଜିଲ୍ଲାରେ ଦୀର୍ଘ ବର୍ଷ ରହି କୁବେର ହେଲା ପରେ ନିଜ ସମ୍ପର୍କୀୟ ଓ ବିଶ୍ବସ୍ତ ଲୋକଙ୍କ ନାମରେ ଜମି,ପ୍ଲଟ କ୍ରୟ କରି ଉକ୍ତ ସମ୍ପତ୍ତି କୁ କଳା ରୁ ଧଳା କରୁଥିବା ମଧ୍ୟ ଚର୍ଚ୍ଚା ହେଉଛି। କୁବେର ବାବୁ ମାନଙ୍କ ପ୍ରତି ତୃତୀୟ ମହଲା ର ଆଶୀର୍ବାଦ ଯୋଗୁଁ ଜିଲ୍ଲା ରେ ଦୁର୍ନୀତି ର ଚେର ବଢ଼ିଛି ବୋଲି ଦିନକୁ ଦିନ ଚର୍ଚ୍ଚା ଜୋର ଧରୁଛି। ସୂଚନା ଥାଉକି ଏହାବି ଏକ ଅନୁସନ୍ଧାନ ମୂଳକ କଥା ଏହି ପ୍ରଶାସନିକ ଅଧିକାରୀ ମାନେ ପ୍ରାୟ ଦଶ ବର୍ଷରୁ ଅଧିକା ଗୋଟିଏ ଜିଲାରେ ରହିବାର ଉଦେଶ୍ୟ କଣ..? ଯେଉଁ ବାବୁ ମାନେ ଏତେ ବର୍ଷ ହେଲା ଗୋଟିଏ ଜିଲ୍ଲା ରେ ରହିବା କାହାର ଆଶ୍ରିବାଦ..? ଏମାନେ କୁଆଡେ ଜିଲ୍ଲା କୁ ନିୟନ୍ତ୍ରଣ କରୁଛନ୍ତି ଶୁଣିବାକୁ ମିଳୁଛି, ଜିଲ୍ଲାର ଗୋଟିଏ ଅଫିସ ରୁ ଆଉ ଗୋଟିଏ ଅଫିସ ଘୁରି ବୁଲୁଥିବା ନଜିର ରହିଛି l ଏମାନେ ଦୁର୍ନୀତି ର ଚରମ ସୀମା ରେ ପହଞ୍ଚି ଜଣେ ଜଣେ କୁବେର ପାଲୋଟି ଗଲେଣି, ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଯଦି ଗଞ୍ଜାମ ଜିଲ୍ଲାରେ ରହି ଆସୁଥିବା ଅଫିସର ମାନଙ୍କ ସମ୍ପତି ଯାଞ୍ଚ କରନ୍ତି ଆଖିରେ ପରଳ ପଡ଼ିଯିବ l ଏମାନେ ଜିଲ୍ଲା କୁ ଆସିଥିବା ବେଳ ର ସମ୍ପତି ଓ ଏବ କାର ସମ୍ପତି ଯାଞ୍ଚ କରାଯାଏ ତେବେ ଆକାଶ ପାତାଳ ଫରକ ଦେଖିବାକୁ ମିଳିବ ଏବଂ ବାବୁ ମାନଙ୍କ ଚେହେରା ବି ବଦଳି ଯାଇଛି l ଆଗକୁ ଅଛି ସାଧାରଣ ନିର୍ବାଚନ ଏହି ପରିପେକ୍ଷୀ ରେ ନିର୍ବାଚନ କମିଶନ ଦୃଷ୍ଟି ଦେବା ନିହାତି ଜରୁରୀ ଶୁଣିବାକୁ ମିଳୁଛି ଏହି ବାବୁ ମାନେ ନିର୍ବାଚନ ପାଇଁ କୁଆଡେ ପାଣ୍ଠି ସଂଗ୍ରହ ରେ ଲାଗି ପଡିଛନ୍ତି l ଏମାନଙ୍କ ମଧ୍ୟ ରେ ପ୍ରତିଯୋଗିତା ଆରମ୍ଭ ହୋଇଗଲାଣି କିଏ କେତେ ପାଣ୍ଠି ସଂଗ୍ରହ କରି ଦେବ ସେ ହେବ ତୃତୀୟ ମହଲା ର ଗେଲ୍ହା ପୁଅ l ଏବଂ ନିର୍ବାଚନ ପରେ ବି ଏମାନଙ୍କୁ କିଏ ହାତ ମାରି ପାରିବାନି ଏମାନେ ବନିବେ ଗଞ୍ଜାମ ଜିଲ୍ଲାର ମାଗୁଣି ର ଶଗଡ଼..!

nis-ad
Leave A Reply

Your email address will not be published.