ତୁଳସୀଗ୍ରାମଠାରେ ବି.ଏସ.ଏଫ କ୍ୟାମ୍ପ ପକ୍ଷରୁ ନାଗରିକ ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ…

ମାଲକାନଗିରି, ୧୧।୧ : ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ ତୁଳସୀ ଗ୍ରାମଠାରେ ତୁଳସୀ ବି.ଏସ.ଏଫ କ୍ୟାମ୍ପ ୨ୟ ବାଟାଲିୟନ ପକ୍ଷରୁ ଆଜି ଏକ ନାଗରିକ ଭେଟ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏଥିରେ ବି.ଏସ.ଏଫ ଡି.ଆଇ.ଜି ଶୈଳେନ୍ଦ୍ର କୁମାର ସିହ୍ନା , ବି.ଏସ.ଏଫ କମାଣ୍ଡେଂଟ ଭରୁନେନ୍ଦ୍ର ପ୍ରତାପ ସିଂହ, ସହକାରୀ କମାଣ୍ଡେଂଟ ରିତେଶ କୁମାର, ଟେମୁରୁପାଲ୍ଲୀ ସରପଂଚ ତୁମେଶ୍ୱର ସମରଥଙ୍କ ସମେତ ବହୁ ବି.ଏସ.ଏଫ ଅଧିକାରୀ ଯୋଗ ଦେଇ ବି.ଏସ.ଏଫର ଏଭଳି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ବିଭିନ୍ନ ସମୟରେ ଲୋକଙ୍କ ମନରୁ ଭୟ ଦୂର କରିବା, ସୁସମ୍ପର୍କ ସ୍ଥାପନ ଓ ସେମାନଙ୍କୁ ସୁରକ୍ଷା ପ୍ରଦାନ ସମ୍ପର୍କରେ ସଚେତନ କରିବାକୁ ବି.ଏସ.ଏଫ ପକ୍ଷରୁ ସଂପୃକ୍ତ ଅଂଚଳରେ ବିଭିନ୍ନ ସମୟରେ ବିଭିନ୍ନ ଜନ ସମ୍ପର୍କ ଶିବିର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ । ଏ ଅବସରରେ ଗ୍ରାମବାସୀମାନେ ନାଚଗୀତରେ ବି.ଏସ.ଏଫ ଅଧିକାରୀଙ୍କୁ ବିପୁଳ ସ୍ୱାଗତ ସମ୍ପର୍ଦ୍ଧନା ଜ୍ଞାପନ କରିଥିଲେ । ଏଥବରେ ତୁଳସୀ, କିରିମିଟି,କୋତାପଦର, ଚେରକୋଟଲା ଗ୍ରାମର ପ୍ରାୟ ୭୮୦ ଜଣ ଜନସାଧାରଣ ଯୋଗ ଦେଇଥିଲେ ।

nis-ad
Leave A Reply

Your email address will not be published.