ସ୍ୱଚ୍ଛ ସର୍ବେକ୍ଷଣ ୨୦୨୩ ରେ ପୁଣିଥରେ ରାଷ୍ଟ୍ରପତି ପୁରସ୍କାର…

ଚିକିଟୀ : ଚିକିଟୀ ବିଜ୍ଞାପିତ ଅଞ୍ଚଳ ନିଜର ସ୍ଵଛତା କ୍ଷେତ୍ରରେ ଗତ ସ୍ୱଚ୍ଛ ସର୍ବେକ୍ଷଣରେ ପୁରସ୍କୃତ ହୋଇଥିଲା। ସେହିପରି ୨୦୨୩ ରେ ମଧ୍ୟ ସର୍ବଭାରତ ସ୍ତରରେ ପୂର୍ବଭାରତର ପ୍ରlୟ ୧୫୦୦୦ କେଟାଗୋରୀ ମଧ୍ୟରୁ ସ୍ୱଚ୍ଛ ସର୍ବକ୍ଷଣ କ୍ଷେତ୍ରରେ ପୁରସ୍କୃତ ହୋଇଥିବା ସୂଚନା ପ୍ରକାଶ ପାଇଛି। ସୂଚନା ପ୍ରକାରେ ଆଜି ନୂଆଦିଲ୍ଲୀ ସ୍ଥିତ ପ୍ରଗତି ମୈଦାନର ଭାରତ ମଣ୍ଡପରେ ରାଷ୍ଟ୍ରପତିଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲା ଏହି ଅବସର ହାଉସିଂ ଆଣ୍ଡ ଆର୍ବନ ଡଭଲପମେଣ୍ଟ ମନ୍ତ୍ରାଳୟର ସେକ୍ରେଟାରୀଙ୍କ ସହ ରାଜ୍ୟ ସଂଯୋଗକ ମାନେ ମଧ୍ୟ ଯୋଗ ଦାନ କରିଥିଲେ lଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଦୀପା କୁମାରି ସାହୁ,କାର୍ଯ୍ୟ ନିର୍ବାହୀ ଅଧିକାରୀ କୂଳଦୀପ କୁମାର,ସାନିଟାରୀ ଏକ୍ସପlଟେର ବାଳକୃଷ୍ଣ ନାୟକ,ଷ୍ଟେଟ ଅlଡିସନାଲ ସେକ୍ରେଟାରୀ ଓ ଷ୍ଟେଟ ନୋଡାଲ ଅଫିସର ପୁରସ୍କାର ଗ୍ରହଣ ସମୟରେ ଉପସ୍ଥିତ ରହି ଗୋୖରବ ଅର୍ଜନ କରିଥିଲେ। ଏହି ଅବସରରେ ପରିଷଦର ଅଧିକାରୀ ଓ ଅଧ୍ୟକ୍ଷା ଏହି ପୁରସ୍କାର ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ ଜନସାଧାରଣ ଓ ସଫାଇ କର୍ମଚାରୀଙ୍କ ସମ୍ପୂର୍ଣ୍ଣ ସହଯୋଗରେ ଦୂତୀୟ ଥର ଲାଗି ପୁରସ୍କୃତ ହୋଇଥିବାରୁ ଏହି ପୁରସ୍କାର ଟୀ ଜନସାଧାରଣ ଓ ସଫାଇ କର୍ମଚାରୀଙ୍କ ଉଦ୍ଧେଶ୍ୟରେ ଉତ୍ସର୍ଗୀକୃତ ବୋଲି ପ୍ରକାଶ କରିବା ସହ ଆଗାମୀ ଦିନରେ ମଧ୍ୟ ପରିଷଦ ତାର ସ୍ୱଚ୍ଛତା ବଜାୟ ରଖିବ ବୋଲି ମତ ପ୍ରକାଶ କରିଛନ୍ତି।

nis-ad
Leave A Reply

Your email address will not be published.