ଭୂଲିଯାଇଥିବା ପାରମ୍ପରିକ ଖାଦ୍ୟ ମେଳା…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସ୍ୱେଛାସେବି ଅନୁଷ୍ଠାନ ସ୍ୱାତୀ ଓ ରାଇକିଆ ଅନ୍ନ କାର୍ଯ୍ୟକ୍ରମର ମିଳିତ ଉଦ୍ୟମରେ ରାଇକିଆ ସ୍ଥିତ କୃଷକ ସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ ଏକ ଦିନିକିଆ ପାରମ୍ପରିକ ବା ଭୂଲିଯାଇଥିବା ଖାଦ୍ୟ ମେଳା ରାଇକିଆ ବ୍ଲକ୍ ଅଧ୍ୟକ୍ଷ ପ୍ରିତମ ପ୍ରଧାନଙ୍କ ଦ୍ୱାରା ସୁଭ ଉଦ୍ଘାଟିତ ହୋଇଯାଇଛି । ଏଥିରେ କନ୍ଧମାଳ ଜିଲ୍ଲା ମୂଖ୍ୟ କୃଷି ଅଧିକାରୀ ତୁଷାରକାନ୍ତି ସାମଲ ଯୋଗ ଦେଇ ପ୍ରସ୍ତୁତ ଖାଦ୍ୟର ତିଆରି ପ୍ରଣାଳୀ ସ୍ୱୟଂସହାୟକ ଗୋଷ୍ଠୀ ର ମହିଳା ମାନଙ୍କୁ ପଚାରି ବୁଝିବା ସହ ଏହାର ଉପକାରିତା ବିଷୟ ରେ ବୁଝାଇଥିଲେ । ତତ୍ ସହିତ ଜି. ଉଦୟଗିରି ଜିଲ୍ଲା କୃଷି ଅଧିକାରୀ ପ୍ରକାଶ ଚନ୍ଦ୍ର ବେହେରା, ରାଇକିଆ ସମନ୍ୱିତ ଶିଶୁ ବିକାଶ ଅଧିକାରି ମଉନାବତୀ ପାତ୍ର, ରାଇକିଆ ବ୍ଲକ୍ ଏ.ବି.ଡି.ଓ. ଦିବ୍ୟସିଂ କହଁର , ଡି.ପି.ସି. ଓାସନ୍ ଦିଜେସ୍ କୁମାର, ରାଇକିଆ ବ୍ଲକ୍ କୃଷି ଅଧିକାରି ସଚିନ୍ଦ୍ର କୁମାର ସେଠୀ , ରାଇକିଆ ସହକାରୀ କୃଷୀ ଅଧିକାରୀ ସୁଦିପ୍ତା ପ୍ରଧାନ ଉପସ୍ଥିତ ରହି ମହିଳା ଓ ଚାଷୀ ମାନଙ୍କୁ ପାରମ୍ପରିକ ଖାଦ୍ୟ ର ଉପକାରିତା ଓ ସ୍ୱାସ୍ଥ୍ୟଗତ ଦୃଷ୍ଟିକୋଣରୁ ଗୁରୁତ୍ୱ ବିଷୟରେ ଆଲୋକପାତ କରିଥିଲେ । ପ୍ରଦର୍ଶିତ ହୋଇଥିବା ୨୩ ପ୍ରକାର ଖାଦ୍ୟ କୁ ସ୍ଥାନୀୟ ମହିଳା ଗୋଷ୍ଠୀ ମା ଲକ୍ଷ୍ମୀ (ଲାମ୍ବାଡିକିଆ), ସଂଘମିତ୍ରା, ଅଲିଭା, ମାତୃଶକ୍ତି ଜିବନଯୋତୀ ଓ ଆଲ୍ଫା (ସୁଗଡବାଡି) ର ସଦସ୍ୟା ମାନେ ପ୍ରସ୍ତୁତ କରିଥିବା ବେଳେ ଡଡିଙ୍ଗିଆ ସରପଂଚ ଅଶୋକ କୁମାର ପ୍ରଧାନ ଏଭଳି ପ୍ରସ୍ତୁତିକରଣକୁ ପ୍ରଦର୍ଶନୀ ଉତ୍ସବରେ ଉପସ୍ଥିତ ରହି ପ୍ରୋତ୍ସାହିତ କରିଥିଲେ । ପାରମ୍ପରିକ ଢାଂଚାରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ମଧ୍ୟରେ ମାଣ୍ଡିଆ ପ୍ରସ୍ତୁତି ଦାନ୍ତଖିଲି, ନିମିକି, ପତ୍ର ପିଠା, ରାଷ୍କୋ, ମହୁ ଘର, ମଣ୍ଡା ପିଠା, ପତ୍ର ପୋଡା, କଖାରୁ ପୋଡ ପିଠା, କୁଏରି ଭାତ,ସଜନା କାଞ୍ଜି , ମକା ଳଡୁ, କୁଏରି କ୍ଷିରି, ବଦାଲି କାଞ୍ଜି ରହିଥିବା ବେଳେ କାଣ୍ଡାବାଡାର ଅନ୍ନପୂର୍ଣ୍ଣା ସ୍ୱୟଁସହାୟକ ଦଳ ସଭ୍ୟା ମାନଙ୍କ ଦ୍ୱାରା ପ୍ରସ୍ତୁତ ମାଣ୍ଡିଆ ଚାହା କୁ ଉପସ୍ଥିତ ସମସ୍ତ ଅଧିକାରି ଚାଖିବା ସହିତ ପ୍ରସ୍ତୁତି ପ୍ରଣାଳୀ ପଚାରି ବୁଝିଥିଲେ । ବୈଠକରେ ଅନୁଷ୍ଠାନ ର ବରିଷ୍ଠ କର୍ମୀ ସୁସ୍ମିତା ଜେନା ଯୋଗ ଦେଇ ଉତମ ସ୍ୱାସ୍ଥ୍ୟ ପାଇଁ ଏହାର ଆବଶ୍ୟକତା ବିଷୟରେ ଅବଗତ କରାଇଥିଲେ । ତତ୍ସହିତ ଅନୁଷ୍ଠାନ ର କୋଷାଧକ୍ଷ ସାନ୍ତନୁ କୁମାର ମିଶ୍ର ଓ ହିସାବ ରକ୍ଷକ ସନ୍ତୋଷ କୁମାର ମିଶ୍ର ଯୋଗ ଦେଇ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ମାଣ୍ଡିଆ କିପରି ମନୁଷ୍ୟ ଶରୀର କୁ ସହୟତା କରେ ତାହା ଚାଷୀ ମାନଙ୍କୁ ବୁଝାଇଥିଲେ । କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ବରିଷ୍ଠ କମ୍ରୀ ଗିରିଶ ଚନ୍ଦ୍ର ସାମଲ ପରିଚାଳନା କରିଥିବାବେଳେ ଅନ୍ନପୂର୍ଣ୍ଣା ପ୍ରଧାନ, ହୃଷିକେଶ ଅମାୟତ, ପ୍ରଶନ୍ନ ବାରିକ, ରତ୍ନାକର ପ୍ରଧାନ ଓ କୃତିବାସ ପ୍ରଧାନ ପରିଚାଳନାରେ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.