ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କଲେ ଜିଲ୍ଲା ଆଦିବାସୀ ମହାସଂଘ

ମାଲକାନଗିରି, ୧୧।୧ : ମାଲକାନଗିରି ଜିଲ୍ଲାର ଅନୁସୂଚିତ ଜାତି ଜନଜାତିଙ୍କ ବିକାଶ ପାଇଁ ବହୁମୁଖୀ ଯୋଜନା ପ୍ରଣୟନ କରି ବିକାଶ ଧାରାକୁ ଆଗେଇ ନେଇଥିବା ସହ ସ୍ଵତନ୍ତ୍ର ସହୟାତ ଯୋଗାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅଧକ୍ଷ ଭି କାର୍ତ୍ତିକ ପାଣ୍ଡିୟାନଙ୍କୁ ଧନ୍ୟବାଦ ଜଣାଇଲେ ଜିଲ୍ଲା ଆଦିବାସୀ ମହାସଂଘ । ଏହି ଅବସରରେ ସଂଘ ପାକ୍ୟରୁ ହୋଟେଲ ସ୍ଵାଗତ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିଭିନ୍ନ ଜନଜାତୀଙ୍କ ସ୍ୱତନ୍ତ୍ର ବିକାଶ ପାଇଁ ଅର୍ଥ ଅନୁଦାନ କରି ମୁଖ୍ୟମନ୍ତ୍ରୀ ମହାନତାର ପରିଚୟ ଦେଇଛନ୍ତି, ମାଲକାନଗିରି ଜିଲ୍ଲାରେ ଆଦିବାସୀଙ୍କ ବିକାଶ ପାଇଁ ମଧ୍ୟ ସେ ବିଶେଷ ଗୁରୁତ୍ଵ ଦେଇଥିବା ସଂଘ ପକ୍ଷରୁ ପ୍ରକାଶ କରାଯାଇଛି । ଏହା ସହ ମାଲକାନଗିରି ଜିଲ୍ଲା ଆଦିବାସୀ ସମାଜ ମହାସଂଘର ଉନ୍ନତି ପାଇଁ ୫୦ ଲକ୍ଷ ଟଙ୍କା ମଞ୍ଜୁର କରିଥିବାରୁ ମହାସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ସହ ଶ୍ରୀ ପାଣ୍ଡିୟାନ ଏବଂ ବିଜୁ ଜନତା ଦଳର ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଏହି କାର୍ଯ୍ୟକ୍ରମରେ ଧନ୍ୟବାଦ ଅର୍ପଣ କରାଯାଇଛି । ଏଥିସହ ମାଲକାନଗିରି ଜିଲ୍ଲା ଜନଜାତୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଥିବା ବେଳେ ଆଗାମୀ ଦିନରେ ମଧ୍ୟ ଏହିପରି ଦୃଷ୍ଟି ଦେବାପାଇଁ ଅନୁରୋଧ କରିଛନ୍ତି ଆଦିବାସି ମହାସଙ୍ଘର ମୂଖ୍ୟ ଘନଶ୍ୟାମ ମାଡକାମି । ଏହି ସମ୍ମିଳନୀରେ ସର୍ବ କୁମାର ବିଷୋୟୀ, ସଦାନନ୍ଦ ଖରା, ସାନିଆ କବାସି, ଗୁରୁ ମାଡକାମି, ଇରମା କୁରାମି, ଦଶରଥ ମାଡକାମିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.