ଦେଶୀ ମଦ ଓ ମହୁଲ ପୋଚ ଜବତ କଲେ ନୂଆଁଗାଁ ଗ୍ରାମବାସୀ : ମଦ ବେପାରୀକୁ କାବୁକରି ପୋଲିସ କୁ କଲେ ହସ୍ତାନ୍ତର

ଦେବଗଡ,୮ା୧ : ଦେବଗଡ ଥାନା ଅନ୍ତର୍ଗତ ନୁଆଗାଁ ଗ୍ରାମର ଗ୍ରାମବାସୀ ମାନେ ଆଜି ଉକ୍ତ ଗ୍ରାମରୁ ବିପୁଳ ପରିମାଣର ଦେଶୀ ମଦ ଓ ମହୁଲ ପୋଚ ଜବତ କରିବା ସହ ଚୋରା ମଦ ବେପାରୀକୁ କାବୁ କରି ଦେବଗଡ ଆଦର୍ଶ ଥାନା ପୋଲିସ କୁ ହସ୍ତାନ୍ତର କରିଛନ୍ତି । ସୂଚନା ଅନୁଯାୟୀ ନୁଆଗାଁ ଗ୍ରାମର କୌଣସି ବ୍ୟକ୍ତି କୌଣସି ପ୍ରକାରର ନିଶାଦ୍ରବ୍ୟ କାରବାର କରି ପାରିବେ ନାହିଁ ବୋଲି ଉକ୍ତ ଗ୍ରାମର ଗ୍ରାମବାସୀ ମାନେ ସର୍ବ ସମ୍ମତି କ୍ରମେ ନିଷ୍ପତି ନେଇଥିଲେ । ମାତ୍ର ଗ୍ରାମବାସୀଙ୍କ ନିଷ୍ପତିକୁ ଅମାନ୍ୟ କରି ଉକ୍ତ ଗ୍ରାମର ବିଶ୍ୱନାଥ ନାରଙ୍ଗ ନାମକ ଜଣେ ବ୍ୟକ୍ତି ବେଆଇନ ଦେଶୀ ମଦ ବେପାର କରୁଥିଲା । ଗ୍ରାମବାସୀଙ୍କ ବାରଣ ସତ୍ୱେ ବିଶ୍ୱନାଥ ଏଭଳି ବେଆଇନ କାରବାର କରୁଥିବାରୁ ଆଜି ଗ୍ରାମର ବହୁ ପୁରୁଷ ଓ ମହିଳା ଚଢଉ କରି ବିଶ୍ୱନାଥକୁ କାବୁ କରିବାସହ ଚଢଉ କରବାସହ ବିପୁଳ ପରିମାଣର ମହୁଲ ପୋଚ ଓ ଦେଶୀ ମଦ ଜବତ କରିଥିଲେ । ଏଥିସହ ଏ ସମ୍ପର୍କରେ ଦେବଗଡ ଥାନା ପୁଲିସକୁ ସୂଚନା ଦେଇଥିଲେ । ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଂଚିବାରୁ ଗ୍ରାମବାସୀ ମାନେ ଜବତ କରିଥିବା ମହୁଲ ପୋଚ ଓ ମହୁଲ ସହିତ କାବୁ କରିଥିବା ବିଶ୍ୱନାଥକୁ ପୋଲିସ କୁ ହସ୍ତାନ୍ତର କରିଥିଲେ । ପୋଲିସ ବିଶ୍ୱନାଥକୁ ଥାନାକୁ ଆଣି ଅଧିକ ପଚରା ଉଚରା କରୁଥିବା ଜଣାପଡିଛି ।

nis-ad
Leave A Reply

Your email address will not be published.