ଦୁର୍ନୀତି ରେ ଉବୁଟୁବୁ ଗଞ୍ଜାମ ଜିଲ୍ଲା : ଦୁର୍ନୀତି ର ଶୀର୍ଷ ରେ ଜିଲ୍ଲାରେ ଥିବା ତହସିଲ…

ଲାଞ୍ଚ ନାହିଁତ ଶୁଣିବାକୁ ନାରାଜ କର୍ମଚାରୀ…!!


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଅଧିକାଂଶ ସରକାରୀ କାର୍ଯ୍ୟାଳୟ ରେ ବିନା ପିସି ରେ ଛୋଟ ହେଉକି ବଡ଼ କାର୍ଯ୍ୟ ହେଉନାହିଁ। ଏହାର ନଗ୍ନ ନମୁନା ଧରାକୋଟ ତହସିଲ ରେ ଗତ ବୁଧବାର ଦିନ ଦେଖିବାକୁ ମିଳିଛି। ରେକଡ଼ ରୁମର ସିମାଞ୍ଚଳ ମଲ୍ଲିକ ନାମକ ସାନ ବାବୁଙ୍କୁ ଓଲମ୍ବା ସରପଞ୍ଚଙ୍କ ପ୍ରତିନିଧି ସମୀର ସ୍ୱାଇଁ କୁଆଡ଼େ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରି ସାର୍ଟ ଚିରି ଦେଇଥିଲେ।ମାଡ଼ ମାରିବା ଘଟଣା ଯାଇ ଧରାକୋଟ ଥାନାରେ ପହଞ୍ଚିଲା ଥାନା କେଶ ନମ୍ବର ୩୩୬/୨୪ ମାମଲା ରୁଜୁ ହେଲା ତାପରେ କୁଆଡ଼େ ସମାଧାନ ମଧ୍ୟ ହୋଇଥିବା ଚର୍ଚ୍ଚା ହେଉଛି। ଏ ଖବର ନିସର୍ତ୍ତ ରେ ସର୍ବ ପ୍ରଥମେ ପ୍ରକାଶ ହେଲା। ଏହି ଘଟଣା ସମ୍ପର୍କ ରେ ତଥ୍ୟ ସଂଗ୍ରହ ବେଳେ ଜଣାପଡିଲା। କୁଆଡ଼େ ପଟ୍ଟା ପାଇବା ପାଇଁ ଅର୍ଥ ଦେଇବି ନୟାନ୍ତ ହେବା ପରେ କୁଜି ନେତାଙ୍କ ରାଗ ଚରମ ସୀମାର ପହଞ୍ଚିବା ପରେ କଥା ଶେଷରେ ହାତାହାତି ପର୍ଯ୍ୟନ୍ତ ଯାଇଥିବା ନେଇ ଚର୍ଚ୍ଚା ହେଉଛି। ଯେଉଁ କାର୍ଯ୍ୟାଳୟ ଗୁଡ଼ିକରେ ଖୁଲାମ ଖୁଲା ପିସି କାରବାର ହେଉଛି। “କୌନ ମୁର୍ଗୀ ଚୋର ତୋ କୌନ ଆଣ୍ଡା ଚୋର” ବଡ଼ ବାବୁ ରୁ ସାନ ବାବୁ ମାନେ ସାମିଲ ଥିବା ଯୋଗୁଁ ମାଡ଼ ଖାଇବି ସମଧାନ କରୁଥିବା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହା କେବଳ ଧରାକୋଟ ରେ ସୀମିତ ନାହିଁ।ନିକଟରେ ଥିବା ଆସିକା ତହସିଲ ଅଫିସ କଥା ନକହିଲେ ଭଲ ଏଠାରେ ଉତ୍ତରା ଧିକାରୀ ସାର୍ଟିଫିକେଟ, ସାର୍ଟିଫାଈ କପି, ଷ୍ଟ୍ରାକଚର ରିପୋର୍ଟ ଓ ପଟ୍ଟା ଦେବାକୁ ସବୁ ଦର କୁଆଡ଼େ ଫିକ୍ସ ହୋଇ ଥିବା ଆଲୋଚନା ହେଉଛି। ଆସିକାରେ ଅଧିକାଂଶ ଗୃହଗୁଡିକର ବନ୍ଦୋବସ୍ତ ନାହିଁ। ଏହାର ସୁଯୋଗ ନେଇ ଉତ୍ତରାଧିକାରୀ ସାର୍ଟିଫିକେଟ ଦେବା ବେଳେ ବହୁ ଅର୍ଥ ଦାବୀ କରୁଥୁବା ଅଭିଯୋଗ ହେଉଛି। ଯଦି ଜିଲ୍ଲା ପାଳ ତଦନ୍ତ କରିଲେ ଆସିକା ତହସିଲ ପକ୍ଷରୁ ଗତ ୨୦୨୧ରୁ ୨୦୨୪ ମାର୍ଚ୍ଚ ପର୍ଯ୍ୟନ୍ତ ଲକ୍ଷାଧିକ ଟଙ୍କା ନେଇ ଭୁଲ ତଥ୍ୟ ଦେଇ ଉତ୍ତରାଧିକାରୀ ସାର୍ଟିଫିକେଟ ଦେଇଥିବା ତଦନ୍ତ କରିଲେ ଅସଲ ଗୁମର ପର୍ଦାଫାଶ ହେଵ ବୋଲି ଆଲୋଚନା ହେଉଛି।ଏହି ଘୋଟାଲା ରେ କିଛି ରାଜସ୍ୱ ନିରୀକ୍ଷକଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହେଲେ ବି ତଦନ୍ତ ହେଉନାହିଁ। ପିସି ନେଇ ଲୋକଙ୍କୁ ହଇରାଣ ହରକତ କରି ମାଡ଼ଖାଇ ପୁଣି ବଡ଼ ବାବୁ ମାନଙ୍କ ଆଶୀର୍ବାଦ ରେ ଏହିପରି ଘଟଣା ସମାଧାନ ହେଉଥିବା ଦେଖିବାକୁ ମିଳୁଛି। କେବଳ ଧରାକୋଟ ତହସିଲ ନୁହଁ ଛତ୍ରପୁର, କୁକୁଡାଖଣ୍ଡି, କନିସୀ, ଆସିକା, ଏବଂ ବ୍ରହ୍ମପୁର ରେ ମଧ୍ୟ ଏହା ଦେଖିବାକୁ ମିଳୁଛି ସାମାନ୍ୟ କାମ ପାଇଁ ମଧ୍ୟ ଦେବାକୁ ପଡେ ଘୁସ ଅନଲାଇନ କାମ ଧର୍ମକୁ ଆଖିଠାର ପରି ମନେ ହୁଏ l ଏଠାରେ ଛତ୍ରପୁର ତହସିଲ ମଧ୍ୟ ଉଦାହରଣ କୁ ନିଆ ଯାଇ ପାରେ ଗୋଟିଏ ପଟା ପାଇଁ ଦୀର୍ଘ ୫ ମାସ ହେଲା ଆବେଦନ ପରେ ବି କାର୍ଯ୍ୟ ହୋଇପାରୁନି, ଏହାକୁ ନେଇ ବାରମ୍ବାର ତହସିଲଦାର ଙ୍କ ଦୃଷ୍ଟି ଆକର୍ଷଣ କଲେ ବି ଫଳ ଶୂନ l ସ୍ଥାନୀୟ ପଡାପଦର ଆର ଆଇ ଅନେକ ବାହାନା ଦେଖାଇ ପଟା କରାଇବା ରେ ବାଧା ସୃଷ୍ଟି କରୁଛନ୍ତି ତହସିଲଦାର ସବୁ ଜାଣି ବି ନୀରବ ରହିବା କିଛି ଅସାଧୁ ଇଙ୍ଗତ କରୁଛି l ଜିଲ୍ଲାରେ ଥିବା ଆର. ଆଇ ମାନେ ଜଣେ ଜଣେ କୁବେର ହେଲେଣି ତଥାପି ଜିଲ୍ଲା ପ୍ରଶାସନ ନୀରବ କାରଣ ଦୁର୍ନୀତି ର ମଧ୍ୟସ୍ଥି ବୋଧେ ଆର. ଆଇ ମାନେ କରନ୍ତି ତେଣୁ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ନୀରବ l

nis-ad
Leave A Reply

Your email address will not be published.