ସାତକୋଶିଆ ଗଣ୍ଡରେ ଚାଲିଛି କୁମ୍ଭୀର ଓ ପକ୍ଷୀ ଗଣନା

satakosia

ଅନୁଗୁଳ : ସାତକୋଶିଆ ଗଣ୍ଡରେ ଚାଲିଛି କୁମ୍ଭୀର ଓ ପକ୍ଷୀ ଗଣନା। ଅନୁଗୁଳ ଜିଲ୍ଲାର ସାତକୋଶିଆ, ଆଠମଲ୍ଲିକ, ମହାନଦୀ ବନ୍ୟପ୍ରାଣୀ ଡିଭିଜନରେ ଚାଲିଛି ଏହି ଗଣନା କାର୍ଯ୍ୟ। ୧୪ଟି ଟିମ ଡଙ୍ଗାରେ ବିଭିନ୍ନ ଜାଗାକୁ ଯାଇ ପକ୍ଷୀ ଓ କୁମ୍ଭୀର ଗଣନା କରୁଛନ୍ତି। ଗଣନା କାର୍ଯ୍ୟ ପାଇଁ ଚଳିତ ମାସ ୫ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ସାତକୋଶିଆ ମହାନଦୀ ଗଣ୍ଡରେ ପର୍ଯ୍ୟଟକଙ୍କ ପାଇଁ ବୋଟିଂ ବନ୍ଦ କରାଯାଇଛି। ୬, ୭ ଓ ୮ ତାରିଖରେ କୁମ୍ଭୀର ଗଣନା ହୋଇଥିବା ବେଳେ ୧୦ ତାରିଖରେ ପକ୍ଷୀ ଗଣନା କରାଯିବ। ଏଥିଲାଗି ମୋବାଇଲ୍ ଟ୍ରାକିଂ, ଜିପିଏସ୍, ବାଇନାକୁଲାର୍ ଓ ସ୍ଵତନ୍ତ୍ର କ୍ୟାମେରାର ବ୍ୟବସ୍ଥା କରାଯାଇଛି।

nis-ad
Leave A Reply

Your email address will not be published.