ରାଜ୍ୟ ମହିଳା କମିଶନ ଭଙ୍ଗ କଲେ ସରକାର

ଭୁବନେଶ୍ୱର: ରାଜ୍ୟ ମହିଳା କମିଶନ ଭଙ୍ଗ କରିଛନ୍ତି ମୋହନ ମାଝୀ ସରକାର । ବୁଧବାର ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କ ସମେତ ଅନ୍ୟ ସଦସ୍ୟାମାନଙ୍କୁ ମଧ୍ୟ ପଦରୁ ହଟାଇ ଦିଆଯାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି । ମହିଳା କମିଶନ ଅଧ୍ୟକ୍ଷା ପଦରେ ମିନତି ବେହେରା ୨୦୧୯ ମସିହା ଅଗଷ୍ଟ ୨୦ ତାରିଖରୁ କାର୍ଯ୍ୟ କରିଆସୁଥିଲେ । ଆସନ୍ତା ୨୦୨୫ ଅକ୍ଟୋବର ୧୩ ତାରିଖ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ରହିଥିଲା ।

ଜାରି ସୂଚନାନୁଯାୟୀ, ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ମିନତି ବେହେରା ଓ ଅନ୍ୟ ୪ଜଣ ସଦସ୍ୟା ସ୍ୱର୍ଣ୍ଣଲତା ସାମଲ, ସୁଜାତା ଦିଗଲ, ବବିତା ସ୍ବାଇଁ ଓ ବିଜୟା ବରଓ୍ୱାଙ୍କୁ ହଟାଇ ଦିଆଯାଇଛି । ଏନେଇ ଖୁବଶୀଘ୍ର ରାଜ୍ୟ ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି ହେବ।

ଉଲ୍ଲେଖଯୋଗ୍ୟ ଯେ ମହିଳା ଆୟୋଗ ଅଧ୍ୟକ୍ଷା ଓ ଅନ୍ୟ ୪ ଜଣ ସଦସ୍ୟାଙ୍କୁ ବିଜେଡି ସରକାର ସମୟରେ ଥଇଥାନ କରାଯାଇଥିଲା । ବିଜେଡି ନେତ୍ରୀ ମିନତି ବେହେରାଙ୍କୁ ୨୦୨୨ ଅକ୍ଟୋବରରେ ଦ୍ୱିତୀୟଥର ପାଇଁ ଅଧ୍ୟକ୍ଷା ଭାବେ ଥଇଥାନ କରାଯାଇଥିଲା । ସେହିପରି୨୦୨୩ ଏପ୍ରିଲ୍ ମାସରେ ଅନ୍ୟ ୪ ଜଣ ବିଜେଡି ନେତ୍ରୀଙ୍କୁ କମିଶନର ସଦସ୍ୟା ଭାବେ ଅବସ୍ଥାପିତ କରାଯାଇଥିଲା । ରାଜ୍ୟରେ ମହିଳା ଆୟୋଗର ନୂଆ ଅଧ୍ୟକ୍ଷା ଓ ସଦସ୍ୟା ନିମନ୍ତେ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି ।

nis-ad
Leave A Reply

Your email address will not be published.