ଗଞ୍ଜାମ ଜିଲ୍ଲାରେ ଏବେ ଚାଲିଛି ପଟ୍ଟା ବଣ୍ଟନ ମେଳା…. ଆସିକାବାସୀଙ୍କୁ ପଟ୍ଟା ମିଳିବ କେବେ …?

ଵ୍ରହ୍ମପୁର : ଆସିକା ସହର ଓଡ଼ିଶାର ଏକ ପ୍ରମୁଖ ସହର ଏହା ଏକ ବିଧାନସଭା କ୍ଷେତ୍ର ଓ ସାଂସଦ କ୍ଷେତ୍ର। ସ୍ୱାଧୀନତା ର ୭୬ ବର୍ଷ ପରେ ବି ଆସିକା ବାସୀ ଙ୍କ ନିକଟରେ ପଟ୍ଟା ନାହିଁ। କିନ୍ତୁ ମଣିଷ ପାଇଁ ଆବଶ୍ୟକ ବାସ ଏଠିକାର ବାସିନ୍ଦାଙ୍କ ପାଇଁ ନିଜସ୍ୱ ନୁହଁ। ଗତ ୬ ବର୍ଷ ହେଲା ଭୁବନ୍ଦୋବସ୍ତ କରି ପଟ୍ଟା ପ୍ରଦାନ କରିବା ପାଇଁ ସରକାରୀ କଳ ସତେ ଯେମିତି ଅଟକି ଯାଇଛି। ଆସିକା ବାସିନ୍ଦା ନାହିଁ ନଥିବା ସମସ୍ୟା ର ସମ୍ମୁଖୀନ ହେଉଛନ୍ତି। ୨୦୧୨ ରେ ଜମି କିଣା ବିକା  ଆଇନ ରେ ପରିବର୍ତ୍ତନ ହେବା ପରେ ପଟ୍ଟା ନଥିବା କାରଣ ରୁ ଆସିକା ର ବହୁ ରାଜସ୍ୱ ଅଂଚଳ ରେ ଜମି କିଣା ବିକା ଠପ ହୋଇଥିଲା।ପରେ ପୁଣି ଭୁବନ୍ଦୋବସ୍ତ ପାଇଁ ପାଞ୍ଚ ଟି ରାଜସ୍ୱ ଗ୍ରାମ ର ପଟ୍ଟା ପ୍ରଦାନ ସମ୍ପୁର୍ଣ୍ଣ ବନ୍ଦ ହୋଇଗଲା। ଏବେ ପୁଣି ଦୁଇଟି ରାଜସ୍ୱ ଗ୍ରାମ ଲଛମନ ପଲ୍ଲୀ ଓ ଲାଲା ଶାସନ ମଧ୍ୟ ସାମିଲ ହେବାରୁ ସମ୍ପୂର୍ଣ ଆସିକା ଏବେ ଭୁବନ୍ଦୋବସ୍ତ ର ନିୟମ ରେ ଅଟକି ଯାଇଛି।ଆସିକା  ତହସିଲ ଅନ୍ତର୍ଗତ ଆସିକା ଏନ.ଏ.ସି ର ନରସିଂହ ପଲ୍ଲୀ, ସୁନାମ୍ବ, ଖମ୍ବେଶ୍ୱରୀ ପାଟଣା,ପାକେଲା ପଲ୍ଲୀ,ଆସିକା ମୌଜା ର ବାସିନ୍ଦା ଏବେ ପଟ୍ଟା ପାଇଁ ବହୁ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି। ୨୦୧୭ ରୁ ଆସିକା ଏନ.ଏ.ସି ର ପାଞ୍ଚ ଟି ମୌଜାର ବନ୍ଦୋବସ୍ତ କାର୍ଯ୍ୟ ଆରମ୍ଭ  ହୋଇ ଆଜି ପର୍ଯ୍ୟନ୍ତ ଚାଲିଛି।ସରକାରୀ କଳ ର ଉଦାସୀନତା କାରଣରୁ  ଏହି କାମଏଭଳି ଚାଲିଛି ଯେ ଭୁବନ୍ଦୋବସ୍ତ କାର୍ଯ୍ୟ କେବେ ଶେଷ ହେବ କହିବା କଷ୍ଟକର। ପାଠ ପଢା, ମେଡିକାଲ ଚିକିତ୍ସା, ଗୃହ ନିର୍ମାଣ ପାଇଁ ଋଣ କିମ୍ବା କୌଣସି ଅତିଆଵଶ୍ୟକ କ୍ଷେତ୍ର ରେ ନିଜର ଗୃହ କିମ୍ବା ଜାଗା କୁ ବିକ୍ରି କରିବା କିମ୍ବା ବ୍ୟାଙ୍କ ରେ ଋଣ ଆଦି ପାଇଁ ଲୋକ ନୟାନ୍ତ ହେଲେଣି। ଦୀର୍ଘ ସାତ ବର୍ଷ ମଧ୍ୟରେ ଭୁ ବନ୍ଦୋବସ୍ତ ର ୧୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇନାହିଁ। ଏହି କାର୍ଯ୍ୟ ଶେଷ ହେବାପାଇଁ କାହା ନିର୍ଦ୍ଧେଶ କୁ ଆପେକ୍ଷା କିମ୍ୱା କାହିଁକି କରାଯାଉନାହିଁ ତାହା ପ୍ରଶ୍ନବାଚୀ। ଲୋକଙ୍କ ସମସ୍ୟା କୁ ନେଇ ବହୁ ବାର ବିଧାନସଭା ରେ ଆସିକା ର ଭୁ ବନ୍ଦୋବସ୍ତ ନେଇ ପ୍ରଶ୍ନ ଉଠିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ଏଭଳି ସ୍ଥିତି ରେ ଆସିକା ସହରର ଭୁ ବନ୍ଦୋବସ୍ତ ଶୀଘ୍ର ଶେଷ କରିବା ପାଇଁ ବହୁ ବାର  ତହସିଲଦାର ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହିତ ତହସିଲଦାର ଙ୍କୁ ଦାବି ପତ୍ର କରାଯାଇଛି। ସୁଫଳ କେବେ ମିଳିବ।ଆସିକା ଏନ.ଏ.ସି ଅନ୍ତର୍ଗତ ପାଞ୍ଚଟି ରାଜସ୍ୱ ଗ୍ରାମ ର ଭୁ ବନ୍ଦୋବସ୍ତ ଚାଲିଥିଲା ସେ ଥିରୁ ବାଦ ପଡିଥିବା ଦୁଇଟି ଗ୍ରାମ ଲାଲା ଶାସନ ଓ ଲଛମନ ପଲ୍ଲୀ ପାଇଁ ଅଧିସୂଚନା ପରେ ଏବେ ପୁଣି ଲାଲା ଶାସନ ଓ ଲଛମନ ପଲ୍ଲୀ ଦୁଇଟି ଗ୍ରାମ ସାମିଲ ପାଇଁ ଗତ ଜୁନ ମାସରେ ସରକାରଙ୍କ ପକ୍ଷରୁ ଅଧିସୁଚିତ କରାଯାଇଛି।। ଏହି ଦୁଇଟି ମୌଜା ର ହାଇଟେକ ସର୍ଭେ ହେବ।  ଆସିକା ତହସିଲଦାର ଙ୍କୁ ସ୍ଥାନୀୟ ସେଟେଲମେଣ୍ଟ  ଅଫିସର ଦାଇତ୍ୱ ନ୍ୟସ୍ତ ହୋଇଛି। ଇତି ମଧ୍ୟ ରେ ପାଞ୍ଚ ରୁ ଅଧିକ ତହସିଲଦାର ଙ୍କ ବଦଳି ହେଲାଣି। ଇତି ମଧ୍ୟରେ ସାତ ବର୍ଷ ବିତିଗଲାଣି । ଗୋଟିଏ ସାଧାରଣ ନିର୍ବାଚନ ଶେଷ ହୋଇ ଆଉ ଗୋଟାଏ ସାଧାରଣ ନିର୍ବାଚନ ପାଖେଇଲାଣି। କେଉଁ ରାଜନୈତିକ ଦଳ ଏହାକୁ ଅସ୍ତ୍ର କରିବ? ଆଉ କେତେ ବର୍ଷ ଲାଗିବ ଆସିକା ର ଜନ ସାଧାରଣ ପଟ୍ଟା ପାଇବା ପାଇଁ। ରାଜନୈତିକ ନେତା ଓ ନିର୍ବାଚିତ ପ୍ରତିନିଧି ଙ୍କ ଯୋଗୁଁ ଅଞ୍ଚଳ ବାସୀ ଆସିକା ରେ ଗୃହକରିବା ଅଭିଶାପ ବୋଲି ସର୍ବତ୍ର ଆଲୋଚନା ହେଉଛି।

nis-ad
Leave A Reply

Your email address will not be published.