ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ସଦରମହକୁମାରେ ଆଜି ବ୍ଲକର ସମସ୍ତ ସେଵା ସମଵାୟ ସମିତି ପକ୍ଷରୁ ଧାନ ମଣ୍ଡି ଉଦ୍ଘାଟନ କାର୍ଯ୍ୟକ୍ରମ ଭାଟପଡା ସେଵାସମବାୟ ସମିତିର ସମ୍ପାଦକ ଶ୍ରୀ ନୀଳମଣି ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଘାଟନ ଉତ୍ସଵରେ ପ୍ରଥମେ ରାଜନଗର ସେଵାସମବାୟ ସମିତିର ଗୋଦାମ ଘର ଠାରେ ବିଡିଓ ଶ୍ରୀ ନିଶାନ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଏ ବର୍ଷର ପ୍ରଥମ ଧାନ ମଣ୍ଡି ଉଦ୍ଘାଟନ କରି ତାଙ୍କ ବକ୍ତବ୍ୟରେ କହିଥିଲେ ଚାଷୀହସିଲେ ଦେଶ ହସିବ, ତେଣୁ ପ୍ରତ୍ୟେକ ଚାଷୀ ସେମାନଙ୍କର ସୁଖିଲା ଧାନକୁ ମଣ୍ଡିରେ ଦେଵାପରେ ସେମାନଙ୍କ ବ୍ୟାଙ୍କ ଜମା ଖାତାକୁ ଟଙ୍କା ପଠାଯିବା ପାଇଁ ନିୟମ ରହିଛି। ଧାନର ସଵିଶେଷ ତଥ୍ୟ ଟୋଲଫ୍ରି ନଂ 1967ରେ ଯୋଗାଯୋଗ କରିବାକୁ ଅନୁରୋଧ କରିଥିଲେ। ସଭା ପରିଚାଳନା କରୁଥିବା କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର ସାହୁ ମିଲର ମାନଙ୍କୁ ତାଗିଦ୍ କରି କହିଥିଲେ କଟନ୍ ଛାଟନ୍ ଆଳରେ ଯେପରି ଚାଷିଙ୍କର କ୍ଷତି ନ ହୁଏ ଏବଂ ସଠିକ ଢଙ୍ଗରେ ସଠିକ୍ ସମୟରେ ସେମାନଙ୍କ ପ୍ରାପ୍ୟ ମିଳିପାରିବ ସେଥିପାଇଁ ଯତ୍ନବାନ ହେଵା ଜରୁରୀ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ରାଜନଗର ଶାଖାର ପରିଚାଳକ ଶ୍ରୀବିଶ୍ବ ପ୍ରକାଶ ସାମଲ,ଯୋଗାଣ ଅଧିକାରିଣୀ ଅଳକା ମଲ୍ଲିକ, ଜିଲ୍ଲାପରିଷଦ ସଭ୍ୟ ସୁରେନ୍ଦ୍ର ପ୍ରସାଦ ରାଉତ, ରାଜନଗର ସେବା ସମବାୟ ସମିତିର ସଭାପତି ଶ୍ରୀ ଦଧିବାମନ ଭୂୟାଁ, ସରପଞ୍ଚ ସୁଶ୍ରୀ ସଙ୍ଗୀତା ମହାପାତ୍ର, ସମିତି ସଭ୍ୟା ଶ୍ରୀମତୀ ସୁମିତ୍ରା ସେଠୀ ପ୍ରମୁଖ ଯୋଗ ଦେଇ ମଣ୍ଡି ସମ୍ପର୍କରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ସମଵାୟ ସମିତିର ସଭାପତି ଓ ନିର୍ଦେଶକ ଯୋଗ ଦେଇଥିବା ବେଳେ,ସମବାୟ ସମତିର ସମ୍ପାଦକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଜେନା, ସତ୍ୟନାରାୟଣ ନାୟକ, ଜ୍ଞାନରଞ୍ଜନ ନାୟକ, ଅତୁଲ କୁମାର ବଳ, ପ୍ରକାଶ ଜେନା, ଅନ୍ତର୍ଯ୍ୟାମୀ ରାଉତ, କ୍ଷେତ୍ରବାସୀ ରାଉତ, ଯୋଗେନ୍ଦ୍ର ନାଥ ଵାରିକ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ଆୟୋଜନ ଓ ସହଯୋଗ କରିଥିଲେ। ପ୍ରକାଶ ଥାଉକି ଏହି କାର୍ଯ୍ୟକ୍ରମରେ ପ୍ରକୃତ ଚାଷୀଙ୍କୁ ସୂଚନା ଦିଆନଯାଇ ମୁହିଁ ଦେଖା ଲୋକଙ୍କୁ ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ଅଧିକ ଲୋକପ୍ରତିନିଧି ଅତିଥି ଥିବାବେଳେ ସମିତିର ସଭାପତି, ସମ୍ପାଦକ, ନିର୍ଦ୍ଦେଶକ ଓ ସାମ୍ଵାଦିକଙ୍କ ଉପସ୍ଥିତ ଅଧିକା ଥିବା ଵେଳେ ପ୍ରକୃତ ଚାଷୀଙ୍କ ସଙ୍ଖ୍ୟା ସେତେଟା ନଥିବା ପରିଲକ୍ଷିତ ହୋଇଛି।

nis-ad
Leave A Reply

Your email address will not be published.