ରାଷ୍ଟ୍ରୀୟସ୍ତର ଜୁନିଅର ରେଡକ୍ରସ ପ୍ରତିଯୋଗିତାରେ କେ.ଏମ. ଭାଲିଆସାହି ସରକାରୀ ଉଚ୍ଚ ବିଦ୍ୟାଳୟର ଅବିଶ୍ୱସନୀୟ ସଫଳତା

ଆର,ଉଦୟଗିରି : ଗତ ଡିସେମ୍ବର ୨୪ ତାରିଖ ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ହରିୟାଣା ରାଜ୍ୟର କୁରୁକ୍ଷେତ୍ର ଠାରେ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରୀୟ ଜୁନିଅର ରେଡ କ୍ରସ ପ୍ରତିଯୋଗିତାରେ ଓଡିଶା ରାଜ୍ୟ ତଥା ଗଜପତି ଜିଲ୍ଲା ତରଫରୁ ରା. ଉଦୟଗିରି ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, କେ.ଏମ.ଭାଲିଆସାହିର ଛାତ୍ରୀମାନେ ଅଂଶଗ୍ରହଣ କରି ଉଲ୍ଲେଖନୀୟ ସଫଳତା ହାସଲ କରିବା ସହ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି l ପ୍ରତିଯୋଗିତାରେ ଭାଗ ନେଇଥିବା 28ଟି ରାଜ୍ୟ ମଧ୍ୟରୁ ଓଡିଶା ତରଫରୁ କେ.ଏମ.ଭାଲିଆସାହିର ଛାତ୍ରୀଗଣ ଯଥା ସସ୍ମିତା ଶବର, ଶିବାନୀ ରାଇକା, ପୁନ୍ୟବତୀ ରଇତ, ଆରତୀ କାର୍ଜି, ସଂଯୁକ୍ତା ରଇତ, ମାମୁନି ରଇତ ପ୍ରମୁଖ ଭିନ୍ନଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ମୋଟ 12ଟି ପୁରସ୍କାର ଜିଣିବା ସହ ରାଜ୍ୟ ତଥା ଗଜପତି ଜିଲ୍ଲାର ସବୁ ବିଭାଗରୁ ପ୍ରଶଂସା ସାଉଁଟିଛନ୍ତି l ଏହି 12ଟି ପୁରସ୍କାର ମଧ୍ୟରୁ ଦଳଗତ ନୃତ୍ୟ, ସୋଲୋ ନୃତ୍ୟ, ଲକି ଷ୍ଟାର, ରଙ୍ଗୋଲି, ଦଳଗତ ଡ୍ରାମାରେ ଦ୍ଵିତୀୟ, କୁଇଜରେ ପ୍ରଥମ, ପ୍ରଦର୍ଶନୀରେ ପ୍ରଥମ ଏବଂ ବତ୍କୃତାରେ ତୃତୀୟ ହେବା ସହ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳ ଶ୍ରେଷ୍ଠ କାଉନସିଲର ପୁରସ୍କାର ମଧ୍ୟ ପାଇଛନ୍ତି l କେବଳ ଏତିକି ନୁହେଁ, ସର୍ବମୋଟ ପଦକ ହାସଲରେ ମଧ୍ୟ ଓଡିଶା ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲା l ବିଦ୍ୟାଳୟର ଏହି ପ୍ରଶଂସନୀୟ ସଫଳତା ପଛରେ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରାଙ୍କ ବଳିଷ୍ଠ ଅବଦାନ ସହ ସଂସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳ ଏବଂ ସୁଶ୍ରୀ ରବିନା ଦାସ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ଏବଂ ଏଥିରେ ବିଦ୍ୟାଳୟର ଅନ୍ୟ ଶିକ୍ଷକଶିକ୍ଷୟତ୍ରୀମାନେ ମଧ୍ୟ ସହଯୋଗ ପ୍ରଦାନ କରିଥିଲେ l

nis-ad
Leave A Reply

Your email address will not be published.