“”””କନ୍ୟାଶ୍ରମର ବାର୍ଷିକ ମହୋତ୍ସବ ପାଳିତ “”””
ନବରଙ୍ଗପୁର:- ଉମରକୋଟ (୩/୧/୨୦୨୪) ନବରଙ୍ଗପୁର ଜିଲ୍ଲା ସୀମାନ୍ତ ରାଇଘର ବ୍ଲକ ଉପକଣ୍ଠ ଯୋଡ଼ିଙ୍ଗା ଠାରେ ଥିବା ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପରିଚାଳିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ବିଦ୍ୟାଳୟର ୨୦୨୩- ୨୦୨୪ ବର୍ଷର ବାର୍ଷିକ ମହୋତ୍ସବ ମହା ଆଡମ୍ବର ପୂର୍ଣ୍ଣ ବାତାବରଣ ମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ, ସ୍ୱତନ୍ତ୍ର ଅତିଥି ଭାବେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ବକ୍ତା ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ପାଲକା ରବିନ୍ଦ୍ର, ସମ୍ମାନିତ ଅତିଥି ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଉପେନ୍ଦ୍ର ଗଣ୍ଡ,ବି.ଜୁ.କେ.ବି.କେ ଉପଦେଷ୍ଠା ଶୁକଦେବ ଗଣ୍ଡ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଲିପିକା ବରୋଇ, ପଞ୍ଚାୟତ ସମିତି ଅଧ୍ୟକ୍ଷା ନବିନା ନାୟକ, ଉପାଧ୍ୟକ୍ଷ ଗୁପ୍ତ ପ୍ରସାଦ ଝାଙ୍କର, ଜିଲ୍ଲା ପରିଷଦ ସଦସ୍ୟ ନାନାରା ଖରା,ଯୋଡ଼ିଙ୍ଗା ସରପଞ୍ଚ ସଂଗୀତା ଗଣ୍ଡ ପ୍ରମୁଖ ଯୋଗ ଦେଇ ପିଲାମାନଙ୍କ ଉଦେଶ୍ୟରେ ବିଭିନ୍ନ ଉପାଦେୟ ତଥ୍ୟ ସମ୍ବଳିତ ଜୀବନ ବର୍ଦ୍ଧକ କଥା ବସ୍ତୁ କହି ପ୍ରେରଣା ଯୋଗାଇଥିଲେ l କାର୍ଯ୍ୟକ୍ରମ ଶେଷରେ ଛୋଟ ଛୋଟ ପିଲାମାନଙ୍କ ଦ୍ୱାରା ରଙ୍ଗା ରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ବେଳେ ବାର୍ଷିକ ମହୋତ୍ସବର କାର୍ଯ୍ୟକ୍ରମରେ ଆୟୋଜିତ ସଭାରେ ଅନୁଷ୍ଠାନର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ଜେନା ମଞ୍ଚ ପରିଚାଳନା କରିଥିଲେ l(ଉମରକୋଟ ରୁ, ରସିକ ସରକାର )

nis-ad
Leave A Reply

Your email address will not be published.