ଅବ୍ୟବସ୍ଥା ମଧ୍ୟରେ ନୟାଗଡ଼ ମୁଖ୍ୟ ବସଷ୍ଟାଣ୍ଡ

ନୟାଗଡ଼ : ନୟାଗଡ଼ ଜିଲ୍ଲା ମୁଖ୍ୟ ବସଷ୍ଟାଣ୍ଡ ତା ୨୨.୦୯.୨୦୧୯ରେ ଭିତ୍ତପ୍ରସ୍ତର ସ୍ଥାପନ ହୋଇଥିଲା। ବହୁ କୋଟି ଟଙ୍କା ବିନିମୟରେ ୨୨.୧୨ ୨୦୨୧ରେ ମାନ୍ୟବର ଯୋଜନା ଓ ସମନ୍ୱୟ ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପଦ୍ମନାଭ ବେହେରାଙ୍କ ଦ୍ଵାରା ଶୁଭ ଉଦ୍ଘାଟନ ହୋଇଥିଲା ।ଯାତ୍ରୀ ମାନଙ୍କ ସୁବିଧା ପାଇଁ ୭୦ଟି ଦୋକାନ ଘର ସାଙ୍ଗକୁ ପରିଶ୍ରା ଗାର, ପାନୀୟ ଜଳ ବ୍ୟବସ୍ଥା ସବୁ ସୁବିଧା କରାଯାଇଛି। ମାତ୍ର ବିଡମ୍ବନା ର ବିଷୟ ଯେ ବସଷ୍ଟାଣ୍ଡ ଟି ମୁଖ୍ୟ ବଜାର ଠାରୁ ୩କମି ଦୂରରେ ଥିବା ଯୋଗୁଁ ୨ରୁ ୩ଟି ବେସରକାରୀ ବସ ଓ କିଛି ସରକାରୀ ବସ ଆସୁଛି ଏବଂ ଅନ୍ୟ କୌଣସି ବସ ଏଠାକୁ ଆସୁନାହାନ୍ତି । ଅଧିକାଂଶ ଦୋକାନ ନ ଖୋଲା ହୋଇ ପଡ଼ିରହିଛି । ବେସରକାରୀ ବସ ମାଲିକଙ୍କ ମନମୁଖୀ ମନୋଭାବ ଯୋଗୁଁ କୌଣସି ବସ ଏଠାକୁ ଆସୁନାହିଁ। ତେଣୁ ଏଠାକୁ ସମସ୍ତ ବସ ଆସିବା ପାଇଁ ପ୍ରଶାସନ କିମ୍ବା ସ୍ଥାନୀୟ ବିଧାୟକ ଆଗ୍ରହ ପ୍ରକାଶ କଲେ ବିଭିନ୍ନ ଅଞ୍ଚଳରୁ ଆସୁଥିବା ଯାତ୍ରୀ , ଦୋକାନୀ ତଥା ସ୍ଥାନୀୟ ରେ ଦାବି ହେଉଛି।

nis-ad
Leave A Reply

Your email address will not be published.