ଏମଭି-16 ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କ ବହିଷ୍କାର ଦାବି କଲେ ଗ୍ରାମବାସୀ ବୃନ୍ଦ…

ମାଲକାନଗିରି : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଏସ ତଣ୍ଡାପାଲି ଏମଭି-16 ବିଦ୍ୟାଳୟ ରୁ ହଟାଇବା ଦାବି ନେଇ ଜିଲ୍ଲା ଶିକ୍ଷା ଅଧିକାରଙ୍କୁ ଦାବି ପତ୍ର ଦେଲେ ଗ୍ରାମବାସୀ ବୃନ୍ଦ l ସୂଚନାରୁ ପ୍ରକାଶ ଏହି ବିଦ୍ୟାଳର ପ୍ରଧାନ ଶିକ୍ଷୟତ୍ରୀ ସାଧନା ମଣ୍ଡଳଙ୍କ ଦୀର୍ଘ 14ବର୍ଷ ଧରି ଏହି ବିଦ୍ୟାଳୟରେ ରହିଥିବା ବେଳେ କୌଣସି ଉନ୍ନତି ମୂଳକ କାର୍ଯ୍ୟ କରିନଥିବା ଗ୍ରାମବାସି ଅଭିଯୋଗ କରିଛନ୍ତି l ବିଦ୍ୟାଳୟର ଉନ୍ନତି ବଦଳରେ ଅର୍ଥ ହଡ଼ପ କରୁଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି l ବିଦ୍ୟାଳୟ ପରିଚାଲାନା ପାଇଁ ହେଉଥିବା କମିଟିର ସଭାପତିଙ୍କ ସାଧା କାଗଜରେ ଦସ୍ତଖତ ଆଣି ନିଜ ମନମୁଖି ହିସାବରେ ବିଦ୍ୟାଳୟ କାର୍ଯ୍ୟରେ ନ ଲଗାଇ ଅର୍ଥ ହଡ଼ପ କରିଥିବା ଅଭିଯୋଗ ମଧ୍ୟ ହେଇଛି l ବିଦ୍ୟାଳୟ ରେ ସହକର୍ମୀଙ୍କୁ ଦୁର୍ବ୍ୟବହାର ଏବଂ ବିଦ୍ୟାଳୟର କୁନିକୁନି ଛାତ୍ରଙ୍କୁ ନଡ଼ିଆ ଗଛରେ ଚଢେଇ ଗଛ ଡାଳ କାଟିବା, ଛାତ ଉପରେ ଥିବା ପାଣିଟାଙ୍କି ସଫା କରେଇବା ଏବଂ ବିପଦ ପୁର୍ଣ ବିଦ୍ୟୁତ କାମ ମଧ୍ୟ କରାଇଥାନ୍ତି l ବିଦ୍ୟାଳୟରେ ବିଜ୍ଞାନମେଳା ନାମରେ ପାଞ୍ଚଟଙ୍କାଲେଖାଏଁ ଚାନ୍ଦା ଆଦାୟ କରିବା,ପାଠ ପଢ଼େବା ସମୟରେ ଗ୍ୟାସ ସିଲିଣ୍ଡର ଆଣିବା କାର୍ଯ୍ୟରେ ମଧ୍ୟ ଛାତ୍ରଛାତ୍ରୀକୁଂ ଲଗାଇଥାନ୍ତି ,ମଧ୍ୟାହ୍ନ ଭୋଜନ ସମୟରେ ରୁଟିନ ଅନୁଯାଇ ଖାଦ୍ୟ ନଦେଇ ନିମ୍ନମାନର ଖାଦ୍ୟ ଦେଇଥାନ୍ତି l ତା ସହତ ରୋଷଇ ହୋଇଥିବା ହାଣ୍ଡି ଧୋଇବା ବାକୁ ଛାତ୍ରଛାତ୍ରୀ ଙ୍କୁ ବାଧ୍ୟ କରୁଥିବା ମଧ୍ୟ ଗ୍ରାମବାସିମାନେ ଅଭିଯୋଗ କରିଛନ୍ତି l ଏଥିରୁ ଅନୁମାନ ଯେ ଏହି ସରକାରି ବିଦ୍ୟାଳୟରେ ପିଲାମାନେ ପାଠ ନ ପଢି ଶିକ୍ଷୟତ୍ରୀଙ୍କ ଭୟରେ କାମ କରିବାକୁ ବାଧ୍ୟ୍ୟ ହେଉଥିଲେ l ପୂର୍ବରୁ ଶିକ୍ଷୟତ୍ରୀଙ୍କ ବିରୋଧରେ 12-12-2023ରେ ବିଇଓଙ୍କ ଦ୍ୱାରସ୍ତ ହେଇଥିବା ବେଳେ ଆଜି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଦ୍ଵାରସ୍ତ ହେଇଥିଲେ l ଜିଲ୍ଲା ଶିକ୍ଷାଅଧିକାରୀ ମାନସ କୁମାର ଜେନା ଶନିବାର ମଧ୍ୟରେ ଉକ୍ତ ଶିକ୍ଷୟତ୍ରୀଙ୍କୁ ବଦଳି କରିବାର ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଥିବା ବେଳେ ଯଦି ଏହା ପୂରଣ ନ ହୁଏ ଆଗାମୀ ଦିନରେ ଗ୍ରାମବାସିମାନେ ଏମଭି16ବିଦ୍ୟାଳୟକୁ ଘେରାଉ କରିବା ସହ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେବାକୁ ଗ୍ରାମର ସୁଧାଂଶୁ ବଲ୍ଲଭ, ତରୁଣ ରାୟ,ପ୍ରଶାନ୍ତ ବୈଦ୍ୟ, ସତ୍ୟରଞ୍ଜନ ବିଶ୍ୱାସ,ମିଥୁନ ମଣ୍ଡଲ ପ୍ରକାଶ କରିଛନ୍ତି l

nis-ad
Leave A Reply

Your email address will not be published.