‘‌ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଛାଡ଼ି ଅଯୋଧ୍ୟାରେ ରହିବାକୁ ସ୍ଥାନ ଖୋଜୁଛନ୍ତି ଲୋକେ’; ଓୟୋ ପ୍ରତିଷ୍ଠାତା…

e99083a0-cdc7-439b-85e1-66f104fdff23-750x430

ନୂଆଦିଲ୍ଲୀ: ଆଜିକା ସମୟରେ ଲୋକମାନେ କୌଣସି ସ୍ଥାନକୁ ବୁଲିବାକୁ ଯିବା ପୂର୍ବରୁ ଅନଲାଇନରେ ରୁମ ବୁକ କରି ଦେଇଥାଆନ୍ତି। ଛୁଟି ସମୟରେ ଲୋକମାନେ ପାହାଡ଼ ଓ ସମୁଦ୍ରକୂଳ ଆଦି ସ୍ଥାନମାନଙ୍କୁ ବୁଲିବାକୁ ଯିବାକୁ ଅଧିକ ପସନ୍ଦ କରିଥାଆନ୍ତି। କିନ୍ତୁ ଚଳିତ ଥର କିଛି ଭିନ୍ନ ଦେଖିବାକୁ ମିଳିଛି।
ଓୟୋ କମ୍ପାନିର ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ କହିଛନ୍ତି, ‘ଆମ ଟିମକୁ ଡିସେମ୍ବର ୩୧ ତାରିଖରେ ଏକ ସ୍ବତନ୍ତ୍ର ସୂଚନା ମିଳିଛି। ନୂଆବର୍ଷ ଛୁଟିରେ ଅଧିକାଂଶଲୋକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀକୁ ଯିବାକୁ ପସନ୍ଦ କରୁଥିବା ବେଳେ ଚଳିତ ଥର ଏଥିରେ ପରିବର୍ତ୍ତନ ଦେଖା ଦେଇଛି। ଅଧିକାଂଶଲୋକ ୨୦୨୪ରେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ରହିବା ପାଇଁ ରୁମ ସର୍ଚ୍ଚ କରୁଛନ୍ତି। ଏହି ଗ୍ରାହକଙ୍କ ସଂଖ୍ୟା ୮୦ ପ୍ରତିଶତକୁ ବୃଦ୍ଧି ପାଇଛି।
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ ସେୟାର କରି ରିତେଶ ଅଗ୍ରୱାଲ ଲେଖିଛନ୍ତି, ‘ନା ପାହାଡ, ନା ସମୁଦ୍ର! ସମ୍ପ୍ରତି ୮୦ ପ୍ରତିଶତରୁ ଅଧିକ ଲୋକ ଅଯୋଧ୍ୟାରେ ରହିବାକୁ ସ୍ଥାନ ଖୋଜୁଛନ୍ତି।’ ଅଗ୍ରୱାଲଙ୍କ ଏହି ପୋଷ୍ଟକୁ ୩.୮ଲକ୍ଷରୁ ଅଧିକ ଥର ଦେଖାଯିବା ସହିତ ୮ହଜାର ଲାଇକ୍ସ ମିଳିଛି।

ପ୍ରଧାନମନ୍ତ୍ରୀ ଡିସେମ୍ବର ୩୦ ତାରିଖରେ ଅଯୋଧ୍ୟାରେ ନିର୍ମିତ ହୋଇଥିବା ରେଲୱେ ଷ୍ଟେସନ ଓ ଏକ ବିମାନବନ୍ଦର ଉଦଘାଟନ କରିଥିଲେ। ଉଦଘାଟନ ପରେ ମୋଦୀ ଏକ ସଭା ଆ‌ୟୋଜନ କରି ସମଗ୍ର ଦେଶର ରାମଭକ୍ତଙ୍କୁ ଅନୁରୋଧ କରି କହିଛନ୍ତି କି, ‘ଶ୍ରୀରାମ ମନ୍ଦିର ଉଦଘାଟନକୁ ଅର୍ଥାତ ଜାନୁଆରି ୨୨ ତାରିଖରେ ଅଯୋଧ୍ୟା ଆସନ୍ତୁ ନାହିଁ। ଏହି କାର୍ଯ୍ୟକ୍ରମ ଶେଷ ପରେ ଆପଣମାନେ ଆପଣଙ୍କ ସୁବିଧା ଅନୁସାରେ ଅଯୋଧ୍ୟା ଆସିବେ।

nis-ad
Leave A Reply

Your email address will not be published.