ପରିବେଶବିତ,ସମାଜସେବୀ ଓ କ୍ରୀଡାବିତ୍ ଶାନ୍ତି ଶକ୍ତି ଭବନରେ ସମ୍ବର୍ଦ୍ଧିତ…

ବ୍ରହ୍ମପୁର : ଜାନୁଆରୀ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ସ୍ଥାନୀୟ ସେବା କେନ୍ଦ୍ର ଶାନ୍ତି ଶକ୍ତି ଭବନ ରେ ନୂତନ ବର୍ଷକୁ ସ୍ୱାଗତ ଜଣାଇବା ପାଇଁ ଏକ ସ୍ନେହ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l ଶାନ୍ତି ଶକ୍ତି ଭବନ ସଂଚାଳିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ ଭଉଣୀ ଭାଇ ପ୍ରାତଃ କାଳରୁ ବିଶ୍ଵ ଶାନ୍ତି ସକାଶେ ଯୋଗର ଦାନ କରିଥିଲେ l ନୂତନ ବର୍ଷ ସହର ବାସୀଙ୍କ ପାଇଁ ସ୍ୱାସ୍ଥ୍ୟ ଓ ସମୃଦ୍ଧିର ବର୍ଷ ହେଉ ବୋଲି ସହରବାସୀଙ୍କ ପାଇଁ ଶୁଭେଚ୍ଛା ଜ୍ଞାପନ କରିଥିଲେ ଶାନ୍ତି ଶକ୍ତି ଭଵନ ସଂଚାଳିକା ରାଜଯୋଗିନୀ ପ୍ରଭାତୀ l ଏହି ଅବସରରେ ଅବସର ପ୍ରାପ୍ତ ଶିକ୍ଷକ ଦୂର୍ଗା ପଣ୍ଡା, ଅବସର ପ୍ରାପ୍ତ ଶିକ୍ଷକ ଏ ଯୁଧିଷ୍ଠିର ଦୋରା,ବରିଷ୍ଠ ଆଇନଜୀବୀ ବିଦେଶୀ ନାହାକ, ବାବନପୂର୍ ସରପଞ୍ଚ ସଞ୍ଜୟ କୁମାର ନାୟକ, ଟ୍ରି ଫାଉଣ୍ଡେସନ ପ୍ରତିଷ୍ଠାତା ନିରାକାର ବିଶୋୟୀ, ଖେଲୋ ଇଣ୍ଡିଆ ପlରା ୱେଟ୍ ଲିଫ୍ଟ୍ ପ୍ରତିଯୋଗିତାର ଜାତୀୟ ସ୍ଵର୍ଣ୍ଣପଦକ ବିଜେତା ଗଦାଧର ସାହୁଙ୍କ କର କମଳରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ସଂଚାଳିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ l କାର୍ଯ୍ୟକ୍ରମ ଶେଷରେ ବାବନପୂର୍ ସରପଞ୍ଚ ସଞ୍ଜୟ କୁମାର ନାୟକ, ଟ୍ରି ଫାଉଣ୍ଡେସନ ପ୍ରତିଷ୍ଠାତା ନିରାକାର ବିଶୋୟୀ, ଖେଲୋ ଇଣ୍ଡିଆ ପlରା ୱେଟ୍ ଲିଫ୍ଟ୍ ପ୍ରତିଯୋଗିତାର ଜାତୀୟ ସ୍ଵର୍ଣ୍ଣପଦକ ବିଜେତା ଗଦାଧର ସାହୁଙ୍କୁ ସମ୍ମାନୀତ କରାଯାଇଥିଲା l

nis-ad
Leave A Reply

Your email address will not be published.