ନୂଆବର୍ଷ ରେ ଗୁଲଦସ୍ତା ଓ ଡ଼ାଇରୀ ନେଇ ପ୍ରଶାସନିକ ଅଧିକାରୀ ଙ୍କ ନିକଟରେ ଆଶୟୀ ଙ୍କ ଭିଡ଼…!

ମନ୍ଦିର ଅପେକ୍ଷା ବାବୁ ଙ୍କ ଶରଣ ରେ ଭକ୍ତ…!!


ବ୍ରହ୍ମପୁର: ୨-୧-୨୪ ଆଗକୁ ସାଧାରଣ ନିର୍ବାଚନ ଯୋଗୁଁ ଏବେ ନୂଆ ବର୍ଷ ଆଶାୟୀ ମାନେ ଫୁଲ ତୋଡ଼ା ଦେଇ ନେତା ଓ ଅମଲା ଙ୍କ ନିକଟ ତର ହେବାର ସୁଯୋଗ ପାଇଛନ୍ତି। ଜମି, ବାଲି, ମଦ ମାଫିଆ ରୁ ନୂଆ କରି ରାଜନୀତି ରେ ପାଦ ଥାପିଥିବା ଭାଇ ମାନେ ଏବେ ଟିକେଟ ଖଣ୍ଡେ ପାଇବା ପାଇଁ ଇଂରାଜୀ ନବବର୍ଷ ରେ ଡ଼ାଇରୀ, ଫୁଲ ତୋଡ଼ା, ଜଗନ୍ନାଥ ଙ୍କ ଫୋଟ ଧରି ଛତ୍ରପୁର ଓ ଭୁବନେଶ୍ୱର ରେ ଥିବା ପ୍ରଶାସନିକ ଅଧିକାରୀଙ୍କ ନିକଟକୁ ଯାଇ ସାଙ୍ଗରେ ଫୋଟ ଉଠାଇ ସୋସିଆଲ ମିଡ଼ିଆ ରେ ଛାଡ଼ିଥିବା ଦେଖିବାକୁ ମିଳିଛି। ବେଆଇନ ଭାବେ ଠୁଳ କରିଥିବା ଅର୍ଥକୁ ଦଳୀୟ କାର୍ଯ୍ୟକ୍ରମ ରେ ବିନିଯୋଗ କରି ଟିକେଟ ଲବି କରିବା ପାଇଁ ସମର୍ଥକ ଯୋଗାଡ଼ କରୁଥିବା ଚର୍ଚ୍ଚା ହେଉଛି। ନିର୍ବାଚନ ଯେତିକି ନିକଟତର ହେଉଛି, ଆଶାୟୀ ଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗଞ୍ଜାମ ଜିଲ୍ଲାର ଅଧିକାଂଶ ନିର୍ବାଚନ ମଣ୍ଡଳୀରେ ଆସିକାରେ ସର୍ବାଧିକ ଥିବା ବେଳେ ଅନ୍ୟ ନିର୍ବାଚନ ମଣ୍ଡଳୀ ରେ ଆଶାୟୀ ଙ୍କ ସଂଖ୍ୟା ସୀମିତ ଥିବା ମଧ୍ୟରେ କବିସୂର୍ଯ୍ୟନଗର, ଖଲ୍ଲିକୋଟ, ପୋଲସରା ଓ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଆଶାୟୀ ଙ୍କ ମଧ୍ୟ ରହିଛି। ଏବେ ଠାରୁ ଭୁବନେଶ୍ୱର ରେ ଆଶାୟୀ ମାନେ ଡେରା ପକାଇ ଟିକେଟ ପାଇବା ପାଇଁ ଅମଲାଙ୍କ ଶରଣ ରେ ଆଶ୍ରୟ ନେଇ ଥିବା ମଧ୍ୟ ଚର୍ଚ୍ଚା ହେଉଛି। ମାଫିଆ ମାନଙ୍କ ପାଇଁ ନୁଆଁ ବର୍ଷ ଏକ ସୁଯୋଗ ଆଣି ଦେଇଛି ଜିଲ୍ଲାର ବିଭିନ୍ନ ଥାନା ଓ ବଡ଼ ବାବୁଙ୍କ ନିକଟ ତର ହୋଇ ଡ଼ାଇରୀ, ଗୁଲଡସ୍ତା ଓ କିଛି ଉପହାର ନେଇ ଭିଡ଼ ଜମାଇ ଥିବା ଦେଖିବାକୁ ମିଳିଛି l ପ୍ରଥମେ ଥାନା ଅଧିକାରୀ ମାନଙ୍କୁ ଖୁସି କରିବାକୁ ମାଫିଆ ମାନେ ସୁଯୋଗ କୁ ହାତ ଛଡା କରୁନାହାନ୍ତି, ମାଫିଆ ମାନଙ୍କୁ ଦେଖା କରିବାକୁ ଥାନା ବାବୁ ମାନେ ଅପେକ୍ଷା କରି ଥାନ ପ୍ରକୋଷ୍ଟ ରେ ବସିଥିବା ନଜର କୁ ଆସିଛି ବର୍ତମାନ ଅନେକ ଥାନାରେ ସି.ସି ଟିଭି ବନ୍ଦ କରି ଦିଆଯାଇଛି ବୋଲି ଶୁଣିବାକୁ ମିଳୁଛି l ଅନ୍ୟ ପଟେ ନିର୍ବାଚନ ରେ ଟିକଟ ପାଇଁ କିଛି ନେତା ଓ ବିଭିନ୍ନ ମାଫିଆ ଭୁବନେଶ୍ୱର ରେ ହାଇକମାଣ୍ଡ କୁ ସନ୍ତୁଷ୍ଟ କରିବାକୁ ଡେରା ପକାଇଛନ୍ତି l ଏହିବର୍ଷ ଅନ୍ୟ ବର୍ଷ ପରି ଫୁଲ ଓ ଡ଼ାଇରୀ ର ଚାହିଦା ବଢିଛି କାରଣ ଅସାଧୁ ମାଫିଆ ଓ ନେତା ଓ କୁଜି ନେତା ମାନେ ନିଜ ସାମ୍ରାଜ୍ୟ ବିସ୍ତାର କରିବାକୁ ନୁଆଁ ବର୍ଷ କୁ ଜୋର ଦାର ଭାବେ ଉପଭୋଗ କରୁଥିବା ଦେଖିବାକୁ ମିଳୁଛି l ବାଲି ମାଫିଆ, ଜମି ମାଫିଆ, ମଦ ମାଫିଆ, ସୁନା ବେପାରୀ, କାଠ ମାଫିଆ ମାନେ ନିଜ ନିଜ ପ୍ରଶାସନିକ ଅଧିକାରୀ ଅଫିସ ଆଗରେ ଭିଡ଼ ଜମାଇ ରହୁଛନ୍ତି ଏବଂ ଫୁଲ ତୋଡ଼ା ସହିତ ଉପହାର ଦେଇ ଫୋଟୋ ଉଠାଇ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରୁଥିବା ଦେଖିବାକୁ ମିଳୁଛି ଯାହାକୁ ଦେଖି ବୁଦ୍ଧିଜୀବୀ ଓ ସାଧାରଣ ରେ ମିଶ୍ର ପ୍ରତିକ୍ରିୟା ଶୁଣିବାକୁ ମିଳୁଛି l ମନ୍ଦିର ରେ ଥିବା ଭଗବାନ ଙ୍କ ଶରଣ ଅପେକ୍ଷା ବାବୁ ମାନଙ୍କ ଶରଣରେ ଏବେ ଭିଡ଼ ଜମୁଛି….

nis-ad
Leave A Reply

Your email address will not be published.