ନିଃସର୍ତ୍ତ ର କଥା ସତ ହେଲା ହିଞ୍ଜିଳି ପୋଲିସ ହାବୁଡ଼ରେ ମାଳ ମାଳ ଚୋରା ବାଲି ଚାଲାଣ ଗାଡ଼ି…

ନକଲି ୱାଇ-ଫର୍ମ ରେ ଚାଲିଥିଲା ବାଲି ଚାଲାଣ…!



ବ୍ରହ୍ମପୁର : ୨-୧ ଗଞ୍ଜାମ ଜିଲ୍ଲାର ୫୯ ନମ୍ବର ଜାତୀୟ ରାଜପଥ ଦେଇ ଆନ୍ଧ୍ରା କୁ ପୁଣି ଚୋରା ରେ ବାଲି ଚାଲାଣ ହେଉଥିବା ନେଇ ଗତ ଡ଼ିସେମ୍ବର ୨୮ ତାରିଖ ରେ ନିସର୍ତ୍ତ ରେ ଖବର ପ୍ରକାଶ ପାଇଥିଲା। ସଞ୍ଜ ନଇଁଲେ ଆସିକା ମା କରେଞ୍ଜେଇ ଙ୍କ ପୀଠ ନିକଟରେ ଟ୍ରକ, ହାଇୱା ଓ ଟିପେର ଗାଡ଼ି ଗୁଡ଼ିକ ଇନ୍ଧନ ପକେଇବା ବାହାନା ରେ ସେଠାରେ ମେଳି ବାନ୍ଧି ମଧ୍ୟ ରାତ୍ରରେ ଆସିକା, ହିଞ୍ଜିଳି,ଶେରଗଡ଼ ଓ ଧରାକୋଟ ଅଞ୍ଚଳ ରୁ ନକଲି ୱାଇ-ଫର୍ମ ରେ ଆନ୍ଧ୍ର ଏବଂ ବ୍ରହ୍ମପୁର କୁ ବାଲି ଚାଲାଣ ରୀତିମତ ହେଉଛି। ଏହି ଚୋରା ବାଲି ବ୍ୟବସାୟ ରେ ରାଜନୈତିକ ଦଳର ଛତ୍ରଛାୟା ତଳରେ ରହି କୁଜି ନେତା ମାନେ କୋଟି କୋଟି ଟଙ୍କାର ମାଲିକ ହୋଇଥିବା ଜଣାପଡିଛି। ଗଞ୍ଜାମ ଜିଲ୍ଲାର ଚୋରା ବାଲି ସମ୍ରାଟ ନକଲି ୱାଇ- ଫର୍ମ ରେ ଚୋରା ବାଲି ଚାଲାଣ ଘଟଣା ରେ ଗିରଫ ହୋଇ ଏବେ ଜେଲରେ । ନକଲି ୱାଇ-ଫର୍ମ ଘଟଣା ଏବେକାର ନୁହେଁ ଦୀର୍ଘ ବର୍ଷ ହେଲା ଗଞ୍ଜାମ ଜିଲ୍ଲାରେ ଚାଲିଛି। ପ୍ରଥମେ କୋଦଳା ଓ ଏବେ ହିଞ୍ଜିଳି ପୋଲିସ ହାତରେ ଲାଗିଛି ନକଲି ୱାଇ-ଫର୍ମ ର ଘଟଣା ରେ ଏକାଧିକ ଗାଡ଼ିକୁ ଧରିବା ଓ ଏକ ମାମଲା କରିଥିବା ଜଣାପଡିଛି। ଘଟଣା ଘଟିବାର ଚାରିଦିନ ଘଟିଥିଲେ ମଧ୍ୟ ଆଜି ସୁଦ୍ଧା କୌଣସି ଖବର ମିଡ଼ିଆ କୁ ଦିଆଯାଇ ନାହିଁ। ଉକ୍ତ ଏକାଧିକ ଗାଡ଼ି ଆସିକା ଅଞ୍ଚଳ ରୁ ନକଲି ୱାଇ-ଫର୍ମ ଚୋରା ରେ ବାଲି ଚାଲାଣ ହେଉଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଚୋରା ବାଲି ଚାଲାଣ ପଛରେ ରାଜନେତା ଙ୍କ ସମ୍ପୃକ୍ତି ଥିବା ଯୋଗୁଁ ତଦନ୍ତ ରେ ପୋଲିସ ପଛଗୁଞ୍ଛା ଦେଉଥିବା ଚର୍ଚ୍ଚା ହେଉଛି। ବର୍ତମାନ ହିଞ୍ଜିଳି ଥାନାରେ ମାଳ ମାଳ ଚୋରା ବାଲି ଚାଲାଣ ଗାଡି ଏଠାରୁ ଅନୁମାନ କରାଯାଇ ପାରେ ଗଞ୍ଜାମ ରୁ ବାବୁ ମାନଙ୍କ ଛତ୍ର ଛାୟା ତଳେ ରହି କିପରି ବିନା ୱାଇଫର୍ମ ରେ ବାଲି ଚାଲାଣ ହେଉଛି l ମୁଖ୍ୟତଃ ଚିକିଟି, ପୁରୁଷୋତ୍ତମପୁର, ଗଞ୍ଜାମ ଆଦି ଅଞ୍ଚଳ ର ତହସିଲଦାର ମାନେ ଆଖିରେ ଅନ୍ଧ ପୁଟଳି ବାନ୍ଧି ଚୁପ, ଏହି ଚୋରା ବାଲି ମାଫିଆ ମାନେ ପ୍ରଶାସନ ଡାଳେ ଡାଳେ ଗଲେ ଏମାନେ କିଛି ଅସାଧୁ ଅଫିସର ମାନଙ୍କୁ ହାତ ବାରିସୀ କରି ବ୍ୟବସାୟ ଚଲାଇ ଛନ୍ତି, ସେ ଯାହାବି ହେଉ ହିଞ୍ଜିଳି ପୋଲିସ କୁ ବୁଦ୍ଧିଜୀବୀ ମାନେ ସାଧୁ ବାଦ ଜଣାଇଛନ୍ତି…

nis-ad
Leave A Reply

Your email address will not be published.