ବିଶୁଦ୍ଧ ପାନୀୟ ଜଳ ଯୋଗାଣରେ ଅନିୟମିତତା ନେଇ ଗୁଡିକା ଗ୍ରାମବାସୀ ଜଳଯୋଗାଣ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ…

ଦାରିଙ୍ଗବାଡ଼ି, ୩୦/୧୨ : ଦାରିଙ୍ଗବାଡ଼ି ବ୍ଳକ କୁମ୍ଭାରୀଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୁଡ଼ିକା ଗ୍ରାମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣରେ ଅନିୟମିତତା ନେଇ ଗ୍ରାମବାସୀ ଦାରିଙ୍ଗବାଡ଼ି ଆରଡବ୍ଲୁଏସଏସ କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ଧାରଣାରେ ବସିରହି ଅଭିଯୋଗ ପ୍ରଦର୍ଶନ କରିବା ସହିତ ପଫାଟକ ସମ୍ମୁଖରେ ଟାୟାର ଜାଳି ବିକ୍ଷୋଭ କରିଥିଲେ। ଖବର ପାଇ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ପୋଲିସ ବାହିନୀ ଭଟଣା ସ୍ଥଳରେ ପହଞ୍ଚି ଥିଲେ।ବିଡିଓ ଗଦାଧର ପାତ୍ର, ଅତିରିକ୍ତ ତହସିଲଦାର କୃଷ୍ଣଚନ୍ଦ୍ର ନାୟକ ଆରଡବ୍ଲୁଏସଏସ କାର୍ଯ୍ୟାଳୟରେ ପହଞ୍ଚି ଧାରଣରେ ବସିଥିବା ଲୋକଙ୍କୁ ବୁଝାସୁଝା କରିଥିଲେ । ହେଲେ ସମସ୍ୟା ସମାଧାନ ନହେବା ଯାଏ ଫାଟକ ସମ୍ମୁଖରେ ଧାରଣାରେ ବସି ରହିବେ ବୋଲି ବିକ୍ଷୋଭ କାରି ଅଡ଼ି ବସିଥିଲେ । ଏହା ପରେ ଆରଡବ୍ଲୁଏସଏସ କନିଷ୍ଠ ଯନ୍ତ୍ରୀ କ୍ଷୀରୋଦ ରାଉତ ଆସି ଆସନ୍ତା କାଲି ଗୁଡ଼ିକା ଗ୍ରାମରେ ପହଞ୍ଚି ପାଣି ସମସ୍ୟା ଦୂର କରିବାର ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତିହାର କରି ଗାଁକୁ ଫେରିଥିଲେ । ଯଦି ପ୍ରତିଶ୍ରୁତି ବିଫଳ ହୁଏ ତେବେ ରାଜରାସ୍ତ ଅବରୋଧ କରି ଧାରଣା ତୀବ୍ରତର କରିବେ ବୋଲି ଗ୍ରାମ ବାସୀ ଚେତାବନୀ ଦେଇଛନ୍ତି ।

nis-ad
Leave A Reply

Your email address will not be published.