ଦୁର୍ଗନ୍ଧମହ ହିଞ୍ଜିଳିକାଟୁ ଶନିବାର ହାଟ : ଜୋର୍‌ ଧରୁଛି ସ୍ଥାୟୀ ପିଣ୍ଡି ନିର୍ମାଣ ଦାବି…

ହିଞ୍ଜିଳିକାଟୁ ୩୦/୧୨ : ହିଞ୍ଜିଳିକାଟୁ ଶନିବାର ହାଟ ଦୁର୍ଗନ୍ଧମୟ ପରିବେଶରେ ଉପରେ ବସୁଛି। ସ୍ଥାୟୀ ହାଟ ପିଣ୍ଡି ନଥିବାରୁ ବ୍ୟବସାୟୀମାନେ ହାଟପଦା ଆହାରକେନ୍ଦ୍ର ଓ କାଫେ ରାସ୍ତା ଉପରେ ପସରା ମେଲି ବସୁଛନ୍ତି। ଫଳରେ ସମସ୍ୟାରେ ଲୋକେ ହନ୍ତସନ୍ତ ହେଉଛନ୍ତି। ହିଞ୍ଜିଳିକାଟୁ ସହରର କେନ୍ଦ୍ରସ୍ଥଳରେ ରହିଥିବା ଉପରେ ଆଖପାଖ ୧୦୦ଖଣ୍ଡ ଗ୍ରାମର ଚାଷି,ଶୁଖୁଆ ବେପାରୀ, ସୋରଡ଼ା ଅଞ୍ଚଳର ବ୍ୟବସାୟୀ, ବାଉଁଶ,କୁଣ୍ଢି,ସୁଁରା,ତାଟ କୁଲା ଓ ପନିପରିବା ବ୍ବିକ୍ରି ପାଇଁ ନିର୍ଭର କରି ଆସୁଛନ୍ତି। କେଉଁ ଆବହମାନ କାଳରୁ ଏହି ହାଟ ସେମାନଙ୍କ ପାଈଁ ଏକ ପ୍ରକୃଷ୍ଟ ଵଜାର ସ୍ଥଳି ଭାବେ ପରିଗଣିତ ହୋଇ ଆସୁଛି ‌।କିଛି ଅସାମାଜିକ ଲୋକମାନଙ୍କର ପ୍ରାଦୁର୍ଭାବ ବୃଦ୍ଧି ଓ ସୁରକ୍ଷା ଢିଲା ପରଠାରୁ ଵେପାରି ବିକ୍ରି ଓ କିଣିବା ଲାଗି ଡରି ଆସୁନଥିଲେ।ପରେ ଏହାର ଫାଇଦା ଉଠାଇ ଅନ୍ୟ ବେପାରୀ ବେପାର ବଣିଜ ବନ୍ଦ କରିବା ପରେ ଉକ୍ତ ଅଞ୍ଚଳରେ ପନିପରିବା ପାଲି ଜବରଦଖଲ କରି ବେପାର କରିଆସୁଥିଲେ ।ପରେ ପ୍ରସାଶନ ହେଉ କିମ୍ବା ରାଜନୈତିକ ପଶାପାଲି ରେ ଉକ୍ତ ଅଞ୍ଚଳରେ ଜବରଦଖଲ ଉଚ୍ଛେଦ ହୋଇ ବର୍ତ୍ତମାନ ଦୁର୍ଗନ୍ଧମୟ ପରିବେଶରେ ପୟିଣତ ହୋଇଯାଇଛି।ହାଟ ଏକ ପ୍ରକାର ବନ୍ଦ ହୋଇଯାଇଥିଲା ବୋଲି କହିଲେ ଉତ୍ୱକ୍ତି ହେବନାହିଁ ‌। କିନ୍ତୁ ପନିପରିବା ହାଟ ଶନିବାର ଭଳି ପ୍ରତିଦିନ ବେପାର ବଣିଜ ରେ ପରିଣତ ହୋଇଯାଇଛି।ସାପ୍ତାହିକ ହାଟରେ ପୂର୍ବରୁ ଯେଉଁ ଜାଗାଥିଲା ତାହା ବର୍ତ୍ତମାନ ମିଶନ ଶକ୍ତି କାଫେ,ଆହାର କେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ ଓ ଭେଣ୍ଡି ଜୋନ କରି ହାଟପଦା ବୋଲି କୁହାଯାଉଥିଲା ତାହା ହାଟର ସଜ୍ଞା ହରାଇ ଅନାଥ ହୋଇଯାଇଛି।ପରିବା ଵେପାରି ନିମନ୍ତେ ନିର୍ମାଣ ହୋଇଥିବା ଭେଣ୍ଡି ଜୋନ ଅଞ୍ଚଳ ପରିଶ୍ରାଗ୍ରାର ପଡିଆ ରେ ପରିଣତ ହୋଇଯାଇଛି।

ଵେପାରି ବିକ୍ରି ନିମନ୍ତେ ବିଜୁପଟ୍ଟନାୟକ ଛକ ଠାରୁ ସରକାରୀ ବୃନ୍ଦାବନ ବିଦ୍ୟାଳୟ ପାଟଣା ସାହି ଛକ ଦୁଇ କଡରେ ପସରା ମେଲାଇ ପରିବା ବଇକଚାଳକଙ୍କ ଊଠାଦୋକାନ ଏବଂ ଠେଲାଗାଡି ଭିଡ ଜମାଉଛନ୍ତି ।ତା ସାଙ୍ଗ କୁ ପରିବା ଗ୍ରାହକଙ୍କ ବେପାରୁଆ ମୋଟର ସାଇକଲ ପାର୍କିଂ ‌୨୦୦ମିଟର ରାସ୍ତା ଅତିକ୍ରମ କରିବାକୁ ୩୦ମିନଟ ସମୟ ଲାଗୁଛି।ସେହି ରାସ୍ତାରେ ଓ ପାଖ ଅଞ୍ଚଳରେ ଟ୍ରାଫିକ ସମସ୍ୟା ନ କହିବା ଭଲ‌।ସ୍ଲୁଲ ପିଲା ଠାରୁ ଜନସାଧାରଣ ଯାତାୟାତ କରୁଥିବା ଲୋକେ ହନ୍ତସନ୍ତ ହେଉଛନ୍ତି।ଶନିବାର ହାଟ ବର୍ତ୍ତମାନ ପୂର୍ବବସ୍ଥା କୁ ଫେରୁଥିବା ଦେଖିବାକୁ ମିଳୁଛି।ଶୁଖୁଆ ବେପାରୀ ବର୍ତ୍ତମାନ ବେପାର ନିମନ୍ତେ ପସରା ମେଲାଇ ବିକ୍ରି କରୁଛନ୍ତି। ସେହିଭଳି ହାଟ ସଉଦା , ବାଉଁଶ କୁଣ୍ଢି ସୁଁରା ତାଟ କୁଲା ସହ ରସ,ପିତଳ,ରୁପା, ଗାମୁଛା ପୁରୂଣା ତାଲାଚାବି ତିଆରି କରି ହାଟପଦା ରେ ଭିଡ ପରିଲକ୍ଷିତ ହୋଇଥିଲା।ପୂର୍ବରୁ ପ୍ରଶାସନ ଏନେଇ କିଛି ପଦକ୍ଷେପ ଗ୍ରହଣ କଲା ନାହିଁ। ଏବେ ପୌରପରିଷଦ ମଧ୍ୟ ବର୍ଷ ବର୍ଷର ଏହି ସମସ୍ୟା ପ୍ରତି ନଜର ଦେଉନଥିବା ଅଭିଯୋଗ ହେଉଛି। ତେଣୁ ଜନଅସନ୍ତୋଷ ବଢ଼ିବାରେ ଲାଗିଛି ଏବଂ ସ୍ଥାୟୀ ପରିବା ହାଟ ନିର୍ମାଣ ପାଇଁ ଦାବି ଜୋର୍‌ ଧରିଲାଣି

nis-ad
Leave A Reply

Your email address will not be published.